Home ଜିଲ୍ଲା ପରିକ୍ରମା ମୁଣ୍ଡ ପୋତା କେଳାଙ୍କ ଜୀବନୀ ଆଧାରିତ ଗବେଷଣାତ୍ମକ ଚଳଚ୍ଚିତ୍ର ଅପରାହ୍ନର ସୂର୍ଯ୍ୟ ମାଧବ ହଲ୍‌ରେ ଶୁଭାରମ୍ଭ...

ମୁଣ୍ଡ ପୋତା କେଳାଙ୍କ ଜୀବନୀ ଆଧାରିତ ଗବେଷଣାତ୍ମକ ଚଳଚ୍ଚିତ୍ର ଅପରାହ୍ନର ସୂର୍ଯ୍ୟ ମାଧବ ହଲ୍‌ରେ ଶୁଭାରମ୍ଭ କଲେ ଜିଲ୍ଲାପାଳ

28

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାଧବ ସିନେମା ହଲ ରେ ଆଜି ଶୁଭମୁକ୍ତି ହେଲା ସକାଳ ସୋ ୧୦ଟା ରେ ଚଳଚ୍ଚିତ୍ର ଅପରାହ୍ନର ସୂର୍ଯ୍ୟ।ଏହା ୪୦ ବର୍ଷ ତଳର ମୁଣ୍ଡ ପୋତା କେଳାଙ୍କ ଜୀବନୀ ଉପରେ ଆଧାରିତ ଏକ କାହାଣୀ । ଏହି ଚଳଚ୍ଚିତ୍ର ଅପରାହ୍ନର ସୂର୍ଯ୍ୟ ଭଦ୍ରକ ଜିଲ୍ଲା ପାଇଁ ଶୁଭାରମ୍ଭ କଲେ ମୁଖ୍ୟ ଅତିଥି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି , ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ,ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲଙ୍କ ସହିତ ଚଳଚ୍ଚିତ୍ର ର ପ୍ରଯୋଜକ ଓ ନିର୍ଦ୍ଦେଶକ ଅଜୟ ମହାନ୍ତି,କଳାକାର କଳିଙ୍ଗ ଦାଶ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ମାନେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆନ୍ଧ୍ର ପ୍ରଦେଶ ର ହେଇଥିଲେ ମଧ୍ୟ ପୁରୁଷ ପୁରୁଷ ଧରି ବ୍ରହ୍ମପୁର ଅଂଚଳ ରୁ ଗାଁ କୁ ଗାଁ ବୁଲି ମୁଣ୍ଡ ପୋତା ଖେଳ ଦେଖାନ୍ତି । ସେଇ ଥିରୁ ଯାହା ମିଳେ ସେଇ ତାଙ୍କର ବରଷ ଯାକର ତେଲ ଲୁଣ ଖର୍ଚ୍ଚ।ସେମାନେ ଏବେ ଆଉ ନାହାନ୍ତି । ବୁଡି ଯାଇଥିବା ଲୋକ କଳା ଉପରେ ଆଧାରିତ ଏଇ ସିନେମା।ଏଥିରେ ମୁଖ୍ୟ ଭୂମିକାରେ ପ୍ରମୋଦ ଦାସ, ଜୟା ସ୍ୱାମୀ, ମୁନ ମୁନ୍ ଖୁଂଟିଆ,ଅଜୟ ମହାନ୍ତି, (ମାନଭି ଭଦ୍ରା,ଶୁଭମ ସାହୁ) ଶିଶୁ କଳାକାର,ଜାନକୀ ମିଶ୍ର , ସୁସନ୍ଧ୍ୟା ନାରାୟଣୀ ମହାନ୍ତି,ରାହୁଲ ବିନ୍ଧାଣି ଓ ସୋମନାଥ ଦାସ। ପରିବାର ସହ ଆସି ଦେଖି ପାରିବା ଭଳି ଏହି ଚଳଚ୍ଚିତ୍ର ବୋଲି ପ୍ରଯୋଜକ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.