Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା

10

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବାଯୋଜନା ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଯାଇଅଛି।ଏଥିରେ ୧୦୨ ୟୁନିଟ୍ ରକ୍ତ ଭଦ୍ରକ ରକ୍ତ ସଂଗ୍ରହାଳୟ ସଂଗ୍ରହ କରିଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଦୁର୍ଗା ଶଙ୍କର ଦାସ ଶୁଭ ଉଦ୍ଘାଟନ କରିଥିଲେ।ମହାବିଦ୍ୟାଳୟର ଜାତୀୟ ସେବାଯୋଜନା ଅଧିକାରୀ ଡଃ. ସୁଦର୍ଶନ ଦାସ ପରିଚାଳନା କରିଥିଲେ।ମହାବିଦ୍ୟାଳୟର ଅଧ୍ୟାପକ ପ୍ରଫୁଲ୍ଲ ବାରିକ, ଶୁଭେନ୍ଦୁ ବରାଳ, ଗିରିଶ୍ ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁସଂଖ୍ୟକ ସ୍ୱେଚ୍ଛାସେବିଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟମଣ୍ଡିତ ହୋଇପାରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.