Home ଜିଲ୍ଲା ପରିକ୍ରମା ଆର୍‌ଏମଏସ ସ୍ଥାନାନ୍ତର ବିରୁଦ୍ଧରେ ଡାକ ବିଭାଗ ମହାପ୍ରବନ୍ଧକଙ୍କୁ ଦାବିପତ୍ର

ଆର୍‌ଏମଏସ ସ୍ଥାନାନ୍ତର ବିରୁଦ୍ଧରେ ଡାକ ବିଭାଗ ମହାପ୍ରବନ୍ଧକଙ୍କୁ ଦାବିପତ୍ର

100

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ରେଳ ଷ୍ଟେସନ ପାଖ ରେ ଥିବା ଆର୍ ଏମ ଏସ ଯାହା ଦୀର୍ଘ ୪୫ ବର୍ଷ ଧରି ନିରନ୍ତର ଚିଠି ପତ୍ର ଆଦାନ ପ୍ରଦାନ ରେ ସାହାଯ୍ୟ କରୁଥିଲା ତାହା ବାଲେଶ୍ୱର ଜିଲ୍ଲା ରେଳ ଷ୍ଟେସନ ପାଖ କୁ ସ୍ଥାନାନ୍ତରିତ ହୋଇଛି। ଯାହା ଅନ୍ୟାୟ ଓ ଭଦ୍ରକ ଜିଲ୍ଲା ଜନ ସାଧାରଣ ଙ୍କ ପ୍ରତି ଅବିଚାର। ଏହି ବୈମାତୃକ ମନୋଭାବ ବିରୁଦ୍ଧ ରେ ଉତ୍କଳ ସର୍ବୋଦୟ ମଣ୍ଡଳ ଓ ଜନସାଧାରଣ ଙ୍କ ତରଫରୁ ଡାକ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବିଜେପି ରାଜ୍ୟ ସଭାପତି , ସାଂସଦ ଓ ଜିଲ୍ଲାପାଳ ମହୋଦୟ ଙ୍କୁ ମଧ୍ୟ ନିବେଦନ କରାଯାଇଥିଲା। ଆଜି ସକାଳେ ଦିବା ୧୨ ଘଟିକା ସମୟରେ ଉତ୍କଳ ସର୍ବୋଦୟ ମଣ୍ଡଳ ସଭାପତି ଅମର କୁମାର ପାଣିଗ୍ରାହୀ, ଉତ୍କଳ ପ୍ରସଙ୍ଗ ର ପୂର୍ବତନ ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଗୌର କଲ୍ୟାଣ ମହାପାତ୍ର,ସର୍ବୋଦୟ ମଣ୍ଡଳ ରାଜ୍ୟ ସମ୍ପାଦକ ରମାକାନ୍ତ ମଣ୍ଡଳ ଓ କୋଷାଧ୍ୟକ୍ଷ ଇନ୍ଦୁ ମତି ସାହୁ ମୁଖ୍ୟ ଡାକ ମହା ପ୍ରବନ୍ଧକ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଭୁବନେଶ୍ୱର ଅଫିସ ରେ ପ୍ରଦାନ କରିଥିଲ। ମୁଖ୍ୟ ମହା ପ୍ରବନ୍ଧକ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ନିର୍ଦ୍ଦେଶକ ଦାବିପତ୍ର ଗ୍ରହଣ କରିଥିଲେ।ଆଲୋଚନା ସହାନୁଭୂତି ପୂର୍ଣ୍ଣ ହୋଇଥିଲା। ଶ୍ରୀ ପାଣିଗ୍ରାହି , ଶ୍ରୀ ମହାପାତ୍ର ଓ ମଣ୍ଡଳ ପ୍ରକାଶ କରିଥଲେ ଯେ ଯଦି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରା ଯାଏ ଓ ପୂର୍ବ ଭଳି ଆର୍ ଏମ ଏସ ଭଦ୍ରକ ରେ କାର୍ଯକାରୀ ନ ହୁଏ ତେବେ ବିରାଟ ଆନ୍ଦୋଳନ ସୃଷ୍ଟି ହେବ ଓ ସେଥିପାଇଁ ଡାକ ବିଭାଗ ଦାୟୀ ରହିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.