Home ଜିଲ୍ଲା ପରିକ୍ରମା ଅଖିଳ ଭାରତୀୟ ଦୁଃଖୀ ସମାଜର ସଫେଇ ଓ ମେଗା ରକ୍ତଦାନ ଶିବିର, ଭଦ୍ରକରୁ ୧୩୦୧, ବାଲେଶ୍ୱର...

ଅଖିଳ ଭାରତୀୟ ଦୁଃଖୀ ସମାଜର ସଫେଇ ଓ ମେଗା ରକ୍ତଦାନ ଶିବିର, ଭଦ୍ରକରୁ ୧୩୦୧, ବାଲେଶ୍ୱର ରୁ ୭୭୩, ବାରିପଦାରୁ ୪୦, ଜଳେଶ୍ୱର ରୁ ୧୫୪, ଡିସରଗଡ଼ରୁ ୬୦ ୟୁନିଟ ରକ୍ତ ସଂଗ୍ରହ

17

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପ୍ରସିଦ୍ଧ ଧର୍ମଗୁରୁ ସୈୟଦ ଶାହା ୱସିମ ଅଖତର କାଦରୀ (ସାନ ସରକାର ବାବା) ଓରଫ ମାମାଜାନ ଭଦ୍ରକରେ ରହଣି ସମୟରେ ସମାଜ ସେବାରେ ଲିପ୍ତ ରହି ଅନେକ ଜନ ହିତକର କାର୍ଯ୍ୟ କରିଛନ୍ତି। ଗରିବ ଲୋକମାନେ ଅସୁବିଧା ସମୟରେ ରକ୍ତ ପାଇଁ ବହୁ ହଇରାଣ ହେଉଥିବା ବେଳେ ୨୦୦୫ ମସିହାରେ “ଅ୍‌ଖିଳ ଭାରତୀୟ ଦୁଃଖୀ ସମାଜ” ସଂସ୍ଥା ଆରମ୍ଭ ପୂର୍ବକ ରକ୍ତଦାନ ଶିବିର ଆରମ୍ଭ କରିଥିଲେ। ତାଙ୍କର ଦେହାନ୍ତ ପରେ ବାବାଙ୍କ ଶ୍ରଦ୍ଧାଳୁମାନେ ମଧ୍ୟ ୨୦ ବର୍ଷ ପଥକୁ ଅନୁସରଣ କରୁଛନ୍ତି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସକାଳେ ୬ ଘଟିକାରୁ ଭଦ୍ରକ ସହରର ପ୍ରତ୍ୟେକ ଗାଁରେ ସଫେଇ କାର୍ଯ୍ୟ ହୋଇ ଭଦ୍ରକ ମୂଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସକାଳ ୮.୩୦ ଘଟିକା ପର୍ଯ୍ୟନ୍ତ ଚାଲୁ ରହିଥିଲା। ଶୁକ୍ରବାର ସାନ ସରକାର ବାବାଙ୍କ ୭୦ତମ ଜନ୍ମଦିନ ଉପଲକ୍ଷେ ସଭାପତି ଇଂ. ମନାୱର ହୋସେନ, ସଂପାଦକ ଇଂ. ରେଜାଏ ରସୁଲ, ଇଂ. ହବିବୁଲ୍ଲା ଖାଁ, ସକିଲୁଜ ଜମା ଖାଁ, ହାଜୀ ଅବୁ ହୋସେନ ଖାଁ, ହାଜୀ ସବ୍‌ବିର ଅଲି, ହାଜୀ ତବାରକ ଅଲି, ହାଜୀ ମତଲୁବ ଅଲୀ, ମୁଖତାର ଅହେମଦ ରସିଦ, ଜମିଲ ଅଖତର ଖାନ, ଲିୱା ମାଷ୍ଟର ପ୍ରମୁଖଙ୍କ ନେତୃତ୍ୱରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଭଦ୍ରକ ରକ୍ତ ଭଣ୍ଡାରର ଡା. ବିମଳା ମିଶ୍ରଙ୍କ ଟିମ ୪୨୪ ୟୁନିଟ, ଏସ.ସି.ବି. ରକ୍ତ ଭଣ୍ଡାରର ଡା. କୌସିକ ପାତ୍ରଙ୍କ ଟିମ ୫୭୭ ୟୁନିଟ, ଯାଜପୁର ରକ୍ତ ଭଣ୍ଡାରର ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ଟିମ ୩୦୦ ୟୁନିଟ ସଂଗୃହୀତ ହୋଇଥିଲା। ଅପରପକ୍ଷେ ମାମାଜାନଙ୍କ ସ୍ମୃତିରେ ବାଲେଶ୍ୱରରେ ଅନୁଷ୍ଠିତ ଶିବିରରେ ୭୭୩ ୟୁନିଟ, ବାରିପଦାରେ ଅନୁଷ୍ଠିତ ଶିବିରରେ ୪୦ ୟୁନିଟ ଓ ଜଳେଶ୍ୱରରେ ଅନୁଷ୍ଠିତ ଶିବିରରେ ୧୫୪ ୟୁନିଟ ଓ ପଶ୍ଚିମବଙ୍ଗ ରାଜ୍ୟର ଡିସରଗଡ଼ରେ ଅନୁଷ୍ଠିତ ଶିବିରରେ ୬୦ ଏହିପରି ମୋଟ ୨୩୨୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ସୂଚନା ମିଳିଛି। ଭଦ୍ରକର ବହୁ ଯୁବକ, ଯୁବତୀ ଓ ପୌରପାଳିକାର କାଉନସିଲର ମହମ୍ମଦ ସାହିଦ ଶ୍ରଦ୍ଧାର ସହ ରକ୍ତଦାନ କରିଥିଲେ। ଏହି ଶିବିରରେ ୪୫୦ ଜଣ ଯୁବତୀ ରକ୍ତଦାନ କରିଥିଲେ। ଡା. ରବି ମହାପାତ୍ର, ଡ. ରବିନ୍ଦ୍ର ନାୟକ, ଡ. ହରି ନାୟକ, ଡ. ଫରମାନ ନବୀ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଭଣ୍ଡାରୀପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ପୌରପାଳିକା ଅଧ୍ୟକ୍ଷ ଗୁଲମକ୍କୀ ଦଲୱାଜୀ ହବିବ, ଆଡସିନଲ ଏସ.ପି. ଅଂଶୁମାନ ଦ୍ୱିବେଦୀ, ଯୁବ ନେତା ଅସୀତ ପଟ୍ଟନାୟକ, ଯୁବନେତା ନଳିନୀ ମହାନ୍ତି, ଯୁବ ନେତା ଶୁଭେନ୍ଦ୍ର ମହାପାତ୍ର, ଦଳିତ ନେତା ରାଜୁ ଜେନା, ବିଦ୍ୟାଧର ସାହୁ, ହାଜୀ ମହମ୍ମଦ ଅବଦୁଲ ବାରୀ, ହାଜୀ ଅବଦୁଲ ମୁକିତ ଖାଁ, ହାଜୀ ଏନାମ ମହମ୍ମଦ, ହାଜୀ ଏସ.ଏମ.ଫାରୁକ, ହାଜୀ କାଶିମ ଖାନ, ହାଜୀ ଅନୱର ହୋସେନ, ନାସିର ବକ୍ସ, ଶେଖର ମହାପାତ୍ର, ଅଶୋକ କୁମାର ଦାସ, ସୁଧାକର ରାଉତ, ହରୀ ନନ୍ଦୀ, ମନୋରଂଜନ ସାହୁ, ଆଇନଜୀବୀ ତାହେର ମହମ୍ମଦ ପ୍ରମୁଖ ଯୋଗଦାନ କରିଥିଲେ। ଏହି ମେଗା ରକ୍ତଦାନ ଶିବିର ସମ୍ମୁଖରେ ଫ୍ରି ଟି ଷ୍ଟଲ ଖୋଲା ଯାଇଥିଲା। ଅଖିଳ ଭାରତୀୟ ଦୁଃଖୀ ସମାଜର ସଭ୍ୟ ମହମ୍ମଦ ଜକାଉଲ୍ଲା, ଡ. କମାଲ ଖାନ, ଝମ ଝମ ଅଲୀ, ଗୋଲାମ ମୋହିଦ୍ଦିନ, ଶେଖ ହବିବୁଲ୍ଲା, ଜାୱେଦ ଅଖତର, ମିଡିଆ ସେଲ ସଂଯୋଜକ ଶେଖ ଅନୱର, ଅତହର ଅଲି, ନାସର ଅଲି, ଅଖତର ଅଲି ଖାନ, ମୋଜୋ ଖାନ, ମିର୍ଜା ଫରିଦ ବେଗ, ମିର୍ଜା ଏକ୍ରାମ ବେଗ, ତନୱିର ଖାନ, ଜହୁର ଖାନ, ଶେଖ ନିୟାମତୁଲ୍ଲା, ମୁସ୍ତାକ ଗୌହର, ମହେବୁବ ଖାନ, ସେଖ ରଫିକ ପ୍ରମୁଖ ଉପସ୍ଥିତ ରହିଥିଲେ। ରକ୍ତଦାତାକୁ ପ୍ରମାଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ମିର୍ଜା ଇଜାଜ ବେଗ, ଜହିରୁଦ୍ଦିନ ଖାନ, ଅବଦୁଲ ରହେମାନ, ଦୟାନ ଜିୟା, ଶେଖ ମଇରାଜୁଦ୍ଦିନ, ସିରିନ କାଦରୀ, ଫାରୁକ ଖାନ ପ୍ରମୁଖ ପ୍ରଦାନ କରିଥିଲେ। ଏନ.ପି.ଜି. ପକ୍ଷରୁ ସାନ ସରକାର ବାବା ଓ ବଡ଼ ସରକାର ବାବାଙ୍କ ସମାଧିରେ ଚାଦର ଚଢ଼ା ଯାଇଥିଲା। ପୁରୁଣାବଜାର ଖ୍ୱାଜା ଗରିବ ନୱାଜ କମିଟିରେ ଜନ୍ମଦିନ ଉପଲକ୍ଷେ କେକ କଟା ହୋଇଥିଲା। ମେଗା ରକ୍ତଦାନ ଶିବିରରେ ସଫଳତା ପାଇଁ ଅଖିଳ ଭାରତୀୟ ଦୁଃଖୀ ସମାଜ ରକ୍ତଦାତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.