Home ଜିଲ୍ଲା ପରିକ୍ରମା ଜାତୀୟ ସ୍ତରୀୟ ବିଦ୍ୟାଳୟ ବାସ୍କେଟବଲ୍ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାରୁ ଦେବସ୍ମିତା ମନୋନୀତ

ଜାତୀୟ ସ୍ତରୀୟ ବିଦ୍ୟାଳୟ ବାସ୍କେଟବଲ୍ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାରୁ ଦେବସ୍ମିତା ମନୋନୀତ

2

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତାମିଲନାଡୁ ର ଚେନ୍ନାଇ ରେ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ବିଦ୍‌ଯାଳୟ (୧୭ ବର୍ଷରୁ କମ)ବାସ୍କେଟବଲ୍ ପ୍ରତିଯୋଗିତା ଟି ୧୫ ଜାନୁଆରୀ ରୁ ଆରମ୍ଭ ହୋଇ ୧୯ ଜାନୁଆରୀ ରେ ସମାପ୍ତ ହେଉଛି ।ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୨ ଜଣ ବାଳିକା ବାସ୍କେଟବଲ୍ ଖେଳାଳୀ ଙ୍କ ନାମ ଘୋଷଣା କରିଛି । ଏହି ବାଳିକା ଦଳରେ ଭଦ୍ରକ ଜିଲ୍ଲାରୁ ଦେବସ୍ମିତା ଜେନା ସ୍ଥାନ ପାଇଛନ୍ତି । ଏହି ସଫଳତା ନିମନ୍ତ୍‌ତେ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ୍ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ,ପ୍ରଣୟ ନାୟକ , ଭଦ୍ରକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ, କ୍ରିଡା ଶିକ୍ଷୟତ୍ରୀ ଭାଗ୍ୟଲକ୍ଷ୍ମୀ ବାରିକ ,ବାସ୍କେଟବଲ୍ କୋଚ୍ ମନୋଜ କୁମାର ସାହୁ ଓ ସମସ୍ତ ବରିଷ୍ଠ ଖେଳାଳୀ ମାନେ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଉଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି , ଦେବସ୍ମିତା ଙ୍କ ଘର ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ, ତାଙ୍କ ବାପାଙ୍କ ନାମ ସୁସିଲ୍ ଜେନା ଓ ମାତା ଙ୍କ ନାମ ଅନିତା ଜେନା ସେ ଅଧୁନା ଭଦ୍ରକ ମହିଳା ବିଦ୍ୟାଳୟ୍ ର +୨ ପ୍ରଥମ ବର୍ଷ କଳାର ରେ ଅଧ୍ୟୟନ କରୁଛନ୍ତି । ପରୀକ୍ଷଭଦ୍ରକ ଜିଲ୍ଲାର ର ବାଳିକା ଦଳ ଗଞ୍ଜାମ ଜିଲ୍ଳା ରେ ଖେଳା ଯାଇଥିବା ରାଜ୍ୟସ୍ତରୀୟ ବିଦ୍ୟାଳୟ ବାସ୍କେଟ୍‌? ଖେଳରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ତନ୍ମଧ୍‌ଯରୁ ଦେବସ୍ମିତା ଓଡ଼ିଶା ଦଳରେ ସ୍ଥାନ ପାଇବା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତିି । ଦେବସ୍ମିତା ବିଗତ ୪ବର୍ଷ ହେଲା କୋଚ୍ ମନୋଜ କୁମାର ସାହୁ ଙ୍କ ତତ୍ୱାବଧାନରେ ଭଦ୍ରକ କଲେଜ ବାସ୍କେଟବଲ୍ କୋର୍ଟ ରେ ଅଭ୍ୟାସ ଜାରୀ ରଖିଛନ୍ତି । ଦେବସ୍ମିତା ଜାତୀୟ ସ୍ତରୀୟ ବିଦ୍ୟାଳୟ ପ୍ରତିଯୋଗିତା ରେ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ବାସ୍କେଟବଲ୍ କୋଚ୍ ମନୋଜ କୁମାର ସାହୁ ଆଶା ପ୍ରକଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.