
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଣ୍ଡ ଝାଳ ତୁଣ୍ଡ ରେ ମାରୀ ଚାଷୀ ଧାର କରଜ କରି ଚାଷ କରୀ ଅମଳ ଧାନ କୁ ବିକ୍ରି ବେଳ କୁ ବାତ୍ୟା ଦାନା ରେ ନଷ୍ଟ ହୋଇ ଥିବା ବେଳେ ଯାହା ବଂଚିଲା ତାହା ସମିତି ରେ କଟନି ରେ କାଟି ଦେବାରୁ ଚାଷୀ ଧାନ କୁ ଶାଗ ମାଛ ଦରରେ ବାଧ୍ୟହୋଇ ଧାନ ବିକ୍ରି କରୁଛି। ପ୍ରକାଶ ଥାଉ କି ଚଳିତ ବର୍ଷ ଧାମନଗର ବ୍ଲକରେ ୧୬ ହଜାର ୯୩୨ ହେକ୍ଟର ଚାଷଜମିରେ ଧାନଚାଷ କରାଯାଇଥିଲା। ହେଲେ ବାତ୍ୟା ଦାନା ମାଡ ପରେ ମଣ୍ଡି ରେ ମିଲର ଙ୍କ ମାଡ ରେ ଚାଷୀ ଙ୍କ ମୁଣ୍ଡ ବ୍ୟଥା ର କାରଣ ହୋଇଛି। ସରକାର ଚାଷୀ ର ଅମଳ ଶସ୍ୟ କୁ ବିକ୍ରି କରିବା ପାଇଁ ସରକାରୀ ମଣ୍ଡି ରେ ବିକ୍ରୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ମାତ୍ର ଚଳିତ ବର୍ଷ ଧାନ ଅମଳ ଆରମ୍ଭ ହୋଇଛି। କିନ୍ତୁ ଚାଷୀ ଏବେ କଲବଲ ହେଉଛନ୍ତି। ବାତ୍ୟା ଦାନା ର ପ୍ରଭାବ ଓ ଅମଳ ସମୟରେ ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇ ଅଧା ରୁ ଅଧିକ ଅମଳର କ୍ଷୟକ୍ଷତି ହୋଇଥିଲା। ମାତ୍ର ଅଧିକାଂଶ ଚାଷୀ ବିହନ ତଥା ସାର ବିଭିନ୍ନ ଦୋକାନରୁ ବାକି ଓ ଧାର ଆକାରରେ କରଜ ଆଣି ବର୍ଷକ ଯାକ ପରିଶ୍ରମ କରି ଧାନଚାଷ କରି ଲାଭବାନ ହେବେ। ସେବା ସମିତି ରେ ସରକାରୀ ମଣ୍ଡିରେ ଧାର୍ଯ୍ୟ ଦରରେ ବିକ୍ରୀକରି ବାକି ଥିବା ଟଙ୍କା ସୁଝି ଦେବେ । କିନ୍ତୁ ଧାନମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀ ବାଧ୍ୟ ହୋଇ ଧାନ କୁଇଂଟାଲ ପ୍ରତି ୧୮୫୦ ରୁ ୧୯୫୦ ଦରରେ ଦଲାଲ ମାନଙ୍କୁ ବିକ୍ରି କରୁଛନ୍ତି। ମାତ୍ର ସରକାରଙ୍କ ର ଧାର୍ଯ୍ୟ ମୂଲ୍ୟ କୁଇଂଟାଲ ପ୍ରତି ୨୩୦୦ ଟଙ୍କା ସରକାରଙ୍କ ସବସିଡି ୮୦୦ଟଙ୍କା କୁ ମିଶାଇ ମୋଟ ୩୧୦୦ଟଙ୍କା ପାଇବ। ମାତ୍ର ସମିତି ରେ କଟନି ଛଟିନି ରେ କୁଇଂଟା ପିଛା ୮ ରୁ ୨୫ କିଲୋ କାଟିବା ନେଇ ଚାଷୀ ଙ୍କ ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି , ଆଜି ଧାମନଗର ସେବା ସମବାୟ ସମିତି ପରିସର ରେ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇ ଧାନ କିଣା ବନ୍ଧ ହୋଇଚି।ସୂଚନା ଥାଉକି ଉକ୍ତ ସମିତି ର ଚାଷୀ ମାନେ ଧାନ ବିକ୍ରି ବେଳେ କଟନି ଛଟିନି ରେ ଏଫ କୀୟୁ ମାନ ରେ ୮ କିଲୋ ଧାନ କାଟି ଦେଉଥିବାରୁ ଚାଷୀ ମାନେ ଏହାକୁ ବିରୋଧ କରି ହୋ ହାଲା କରି ପ୍ରତିବାଦ କରିଥିଲେ ।ତେବେ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ପରେ ଧାନ କିଣା ପାଇଁ ଚାଷୀ ମାନେ ଦାବିକରିଥିଲେ । ତେବେ ଚାଷୀ ବୈଠକ ପରେ ନିଷ୍ପତି ହୋଇ ଧାନ କିଣା ଯିବ ବୋଲି ସମିତି ର ସଂପାଦକ ବସନ୍ତ ରାଜ ସାହୁ ସୁଚନା ଦେଇଥିଲେ । ଘଟଣା ସ୍ଥଳେ ଧାମନଗର ତହସିଲଦାର ଦୀପକ ଦାସ ପହଂଚି ଆଶୁ ସମାଧାନ ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ସୁଚନା ଥାଉ କି ବିଭିନ୍ନ ମଣ୍ଡି ରେ ସମିତି ପକ୍ଷରୁ ଓଜନ କଂଟା,ପାନୀୟ ବେବସ୍ତା ଓ ପାଲ ବେବସ୍ତା ପାଇଁ ନିର୍ଦ୍ଦେଶ ଥିବା ବେଳେ ଉକ୍ତ ସମିତି ରେ ତାହା କରାଯାଇ ନଥିବାରୁ ଚାଷୀ ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି।