ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଳବାଇ ପଡ଼ିଆରେ ଚାଲିଥିବା ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦ୍ଯାପିତ ହୋଇଛି। ଫାଇନାଲ ମ୍ୟାଚ ଟାଇରେ ଶେଷ ହେବା ପରେ ସୁପର ଓଭର ମାଧ୍ୟମରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ ହୋଇଥିଲା। ସୁପର ଓଭରରେ କଟକର ରାଇଜିଂ ଷ୍ଟୁଡେଂଟ ଦଳ ଚଳିତ ବର୍ଷ ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚ ରାଇଜିଂ ଷ୍ଟୁଡେଂଟ ଏବଂ ଇଷ୍ଟକୋଷ୍ଟ ରେଳବାଇ ଭଦ୍ରକ ମଧ୍ୟରେ ଖେଳା ଯାଇଥିଲା। ରାଇଜିଂ ଷ୍ଟୁଡେଂଟ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ୧୧୭ ରନ କରି ଅଲ୍ ଆଉଟ ହୋଇ ଯାଇଥିଲା। ଦଳ ପକ୍ଷରୁ ପ୍ରତ୍ୟୁଷ ପ୍ରଧାନ ୩୨ ରନ କରିଥିବା ବେଳେ ରେବାଇ ପକ୍ଷରୁ ନୌତମ ଭଞ୍ଜ ୩ଟି ଓ ହର୍ଷିତ ରାଥୋଡ ୨ଟି ଉଇକେଟ ନେଇଥିଲେ। ୧୧୮ ରନ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଙ୍ଗ୍ସ୍ରେ ବ୍ୟାଟିଂ କରିଥିବା ରେଳବାଇ ଦଳ ୨୦ ଓଭରରେ ୯ ଉଇକେଟ ହରାଇ ୧୧୭ ରନ କରି ମ୍ୟାଚକୁ ଟାଇ କରିବାକୁ ସକ୍ଷମ ହୋଇଥିଲା। ଫଳରେ ସୁପର ଓଭର ଖେଳା ଯାଇଥିଲା। ସୁପର ଓଭରରେ ଇଷ୍ଟକୋଷ୍ଟ ରେଳବାଇ ଦଳ କୌଣସି ରନ ନ କରି ୨ଟି ଉଇକେଟ ହରାଇଥିବା ବେଳେ ରାଇଜିଂ ଷ୍ଟୁଡେଂଟ କୌଣସି ଉଇକେଟ ନ ହରାଇ ଚୌକା ମାରି ମ୍ୟାଚକୁ ଜିତି ଚାମ୍ପିୟନ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ତୋଷାଳୀ ସୁଜୁକୀର ସତ୍ୱାଧିକାରୀ ଗୌରାଙ୍ଗ ଚନ୍ଦ୍ର ସାମଲ, ପୂର୍ବତନ ରଣଜୀ ଖେଳାଳୀ ବସନ୍ତ ମହାନ୍ତି, ଅଶୋକ ଗୁପ୍ତା ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ ଓ ରନର୍ସଅପ୍ ଦଳକୁ ଟ୍ରଫି, ପୁରସ୍କାର ରାଶି ପ୍ରଦାନ କରିଥିଲେ। ଅମ୍ପାୟାର ଭାବେ ଲଲାଟ କୋଶରୀ ନନ୍ଦ ଏବଂ ରଞ୍ଜନ ମହାନ୍ତି ମ୍ୟାଚ ପରିଚାଳନା କରିଥିବା ବେଳେ କରଣ ଖାନ୍ ସ୍କୋରର ଥିଲେ। ଶ୍ରୀଧର ମିଶ୍ର, ମୃଣ୍ମୟ ତ୍ରିପାଠୀ, ବିଭୁଦତ ନାୟକ, ଚନ୍ଦନ ନାୟକ ପ୍ରମୁଖ ଟୁର୍ଣ୍ଣାମେଂଟ ପରିଚାଳନା କରିଥିଲେ।
Home ଜିଲ୍ଲା ପରିକ୍ରମା ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ ଉଦ୍ଯାପିତ, ସୁପର ଓଭରରେ ଚାମ୍ପିୟନ ହେଲା ରାଇଜିଂ...