Home ଜିଲ୍ଲା ପରିକ୍ରମା ୧୭ ଜଣ ଭିନ୍ନକ୍ଷମଙ୍କୁ ଇ-ରିକ୍ସା ପ୍ରଦାନ

୧୭ ଜଣ ଭିନ୍ନକ୍ଷମଙ୍କୁ ଇ-ରିକ୍ସା ପ୍ରଦାନ

6

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆତ୍ମନିର୍ଭରଶୀଳ ଓ ସଶକ୍ତ ହେବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜରିଆରେ ଜିଲ୍ଲା ପ୍ରଶାସନ ଦ୍ୱାରା ୧୭ ଜଣ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ୧୭ ଗୋଟି ଇ-ରିକ୍ସା ବଟଂନ କରାଯାଇଥିଲା । ଜିଲ୍ଳା କାର୍ଯ୍ୟଳୟ ପରିସରରେ ଆୟୋଜିତ ଏହି ବଟଂନ କାର୍ଯ୍ୟକ୍ରମକୁ ମାନ୍ୟବର ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଦିଲୀପ ରାଉତରାଏ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଇ- ରିକ୍ସା ମାଧ୍ୟମରେ ଯାତ୍ରୀ ପରିବହନ କରି ସଂପୃକ୍ତ ଭିନ୍ନକ୍ଷମ ମାନେ ଆତ୍ମନିର୍ଭରଶୀଳହେବା ସହ ପାରିବାରିକ ଆର୍ôଥକ ସ୍ଥିତିକୁ ସୁଦୃଢ଼ କରିବା ସରକାରଙ୍କର ଲକ୍ଷ୍ୟ ବୋଲି ଆଲୋକପାତ କରିଥିଲେ । ମାନ୍ୟବର ବିଧାୟକ ଓ ଜିଲ୍ଲାପାଳ ୧୭ ଜଣଙ୍କୁ ଇ-ରିକ୍ସା ଓ କିଟ୍ ବଟଂନ କରି ରିକ୍ସା ଚାଳନା କ୍ଷେତ୍ରରେ ସଦା ସର୍ବଦା ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । ସଂପୂର୍ଣ୍ଣ ଭାବେ ଅଭ୍ୟାସ କରିବାପରେ ଯାତ୍ରୀ ପରିବହନ କରିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର୍ ଦାସ ପରାମର୍ଶ ଦେଇଥିଲେ । ଭଦ୍ରକ ବ୍ଲକର ୪ଜଣ, ବାସୁଦେବପୁର ବ୍ଲକର ୩ଜଣ, ଭଣ୍ଡାରିପୋଖରୀ ବ୍ଲକର ୧ଜଣ, ବନ୍ତ୍ ବ୍ଲକର ୨ଜଣ, ଚାନ୍ଦବାଲି ବ୍ଲକର ୩ଜଣ, ଧାମନଗର ବ୍ଲକର ୨ଜଣ, ତିହିଡି ବ୍ଲକର ୨ଜଣଙ୍କୁ ଇ-ରିକ୍ସା ବଟଂନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସାମାଜିକ ସୁରକ୍ଷା ବିଭାଗର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଇ-ରିକ୍ସା ପାଇଁ ଭିନ୍ନକ୍ଷମ ଖୁସି ବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.