Home ଜିଲ୍ଲା ପରିକ୍ରମା ଭଦ୍ରକ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ୧୦୦ ଟଙ୍କା ମୂଲ୍ୟର ସୂଚନା ପାଇଁ ୪୦୦ ଟଙ୍କା ନେଉଥିବା...

ଭଦ୍ରକ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ୧୦୦ ଟଙ୍କା ମୂଲ୍ୟର ସୂଚନା ପାଇଁ ୪୦୦ ଟଙ୍କା ନେଉଥିବା ଅଭିଯୋଗ

3

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହିଳା ମହାବିଦ୍ୟାଳୟ ର ବିଭିନ୍ନ ପ୍ରସଙ୍ଗକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ଆଉ ଗୋଟିଏ ଘଟଣା ନଜରକୁ ଆସିଛି । ଘଟଣାଟି ହେଲା ଜଣେ ଆବେଦନକାରୀ ଭଦ୍ରକ ମହିଳା ମହାବିଦ୍ୟାଳୟ ବାବଦରେ କେତେକ ତଥ୍ୟ ସୂଚନା ଅଧିକାର ଆଇନ – ୨୦୦୫ ବଳରେ ମାଗିଥିଲେ। ଆବେଦନକାରୀଙ୍କ ଆବେଦନ ପତ୍ର ଭଦ୍ରକ ମହିଳା କଲେଜରେ ପହଂଚିବାପରେ ସେଠାରେ ଥିବା ଜନସୂଚନା ଅଧିକାରୀ ୩୦ ଦିନ ମଧ୍ୟରେ ଆବେଦନକାରୀଙ୍କୁ ସୂଚନା ପ୍ରଦାନ କରିବା କଥା ।ମାତ୍ର ଜନସୂଚନା ଅଧିକାରୀ ଧାର୍ଯ୍ୟ ସମୟର ମଧ୍ୟରେ ସୂଚନା ପ୍ରଦାନ ନ କରିବାରୁ ଆବେଦନକାରୀ ବାଧ୍ୟହୋଇ ସୂଚନା ଅଧିକାର ଆଇନ – ୨୦୦୫ ଅନୁଯାୟୀ ପ୍ରଥମ ଅପିଲ୍ ଆବେଦନ ପତ୍ର ଦାଖଲ କରି ସୂଚନା ଅଧିକାର ଆଇନ – ୨୦୦୫ ର ଧାରା-୭(୬) ଅନୁଯାୟୀ ସମସ୍ତ ସୂଚନା ବାବଦ କାଗଜପତ୍ର ବିନା ମୂଲ୍ୟରେ ରେଜିଷ୍ଟ୍ରି ଡାକ ଯୋଗେ ପ୍ରଦାନ ନିମନ୍ତେ ନିବେଦନ କରିଥିଲେ। ପ୍ରଥମ ଅପିଲ୍ ଆବେଦନ ପରେ ମଧ୍ୟ ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପ୍ରଥମ ଅପିଲ୍ ଅଧିକାରୀ ନୀଳଗିରି ରବି ସାହୁ ଆବେଦନକାରୀଙ୍କୁ ୪୦୦ ଟଙ୍କା ଜମା ଦେବାକୁ ଚିଠି ଲେଖିଥିଲେ । ଏହାପରେ ଆବେଦନକାରୀ ୪୦୦ ଟଙ୍କା ମନିଅଡର ପଠାଇବାପରେ ଅଧ୍ୟକ୍ଷ ଶ୍ରୀ ସାହୁ ମାତ୍ର ୨୫ ପୃଷ୍ଠାର ସୂଚନା ଦେଇଥିଲେ। ଯାହା ଜଣାପଡୁଛି ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ନୀଳଗିରି ରବି ସାହୁଙ୍କ ର ସୂଚନା ଅଧିକାର ଆଇନ -୨୦୦୫ ବାବଦରେ ଧାରଣା ନାହଁ। ଅନ୍ୟ ପକ୍ଷରେ ଭଦ୍ରକ ମହିଳା ମହାବିଦ୍ୟାଳୟରେ ଥିବା ଜନସୂଚନା ଅଧିକାରୀ ଓ ପ୍ରଥମ ଅପିଲ୍ ଅଧିକାରୀଙ୍କ ବିରୋଧରେ ମାନ୍ୟବର ସୂଚନା କମିଶନରଙ୍କ ନିକଟରେ ୫ଟି ମାମଲା ବିଚାରାଧୀନ ଥିବା ବେଳେ ଫଳାଫଳ କଣ ହେବ ଆଗାମୀ ଦିନରେ ଜଣାପଡିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.