Home ଜିଲ୍ଲା ପରିକ୍ରମା ସ୍କୋର୍ପିଓରେ ଗୋ ଚାଲାଣ, ମାଡି ବସିଲେ ଗ୍ରାମବାସୀ

ସ୍କୋର୍ପିଓରେ ଗୋ ଚାଲାଣ, ମାଡି ବସିଲେ ଗ୍ରାମବାସୀ

16

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ସମୟରେ ଦଶଚକିଆ ଭାରି ଯାନ, ମିନି ଟ୍ରକ୍ ଓ ଟାଟା-ଏସି ପରି ଛୋଟ ଛୋଟ ମାଲ୍ ବୋଝେଇ ଗାଡିରେ ଗୋ ଚାଲାଣର ଘଟଣା ସମ୍ନାକୁ ଆସିଥିବା ବେଳେ ଏବେ ବଡ ବଡିଆ ବାବୁଙ୍କ ପାଇଁ ଉଦ୍ଦିଷ୍ଟ ସ୍କୋର୍ପିଓ ଗାଡିରେ ଗୋ ଚାଲାଣ ଘଟଣା ବନ୍ତ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଗ୍ରାମବାସୀ ଉପସ୍ଥିତ ବୁଦ୍ଧି ଖଟାଇ ଏହି ଗୋରୁ ବୋଝେଇ ସ୍କୋର୍ପିଓକୁ ପୋଲିସ୍‌କୁ ହସ୍ତାନ୍ତର କରିବା ପରି ଘଟଣା ଦେଖିବାକୁ ମିଳିଛି , ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ଅଧିନ ଗଣ୍ଡଗରା ଗ୍ରାମରେ । ଗୁରୁବାର ରାତ୍ରରେ ଗୋ ମାଫିଆ ମାନେ ଚାରିଗୋଟି ବୁଲା ଗୋରୁଙ୍କୁ ଏକ ସ୍କୋର୍ପିଓ ଯୋଗେ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ହେଉଥିବା ବେଳେ ଖବର ପାଇ ଗ୍ରାମବାସୀ ସ୍କୁଲ ନିକଟରେ ପହଞ୍ଚଥିଲେ । ଗାଡିରେ ବନ୍ଧା ହୋଇଥିବା ଗୋ ଚାଲାଣକୁ ସେମାନେ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ପରିସ୍ଥିତି ଜଟିଳ ହେବା ଦେଖି ମାଫିଆ ମାନେ ସ୍କୋର୍ପିଓ ଗାଡି ସମେତ ଦୁଇ ଗୋଟି ବାଇକ୍ ଛାଡି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ଗ୍ରାମବାସୀ ସ୍ଥାନିୟ କେନ୍ଦୁଆପଦା ଫାଣ୍ଡିରେ ଅଭିଯୋଗ କରିବା ପରେ ଗୋ ମାତାଙ୍କୁ ଲୋକଙ୍କୁ ଫେରାଇ ପୋଲିସ୍ ଗାଡି ଗୁଡିକୁ ଜବଦ୍ କରିଛି । ଉପରୋକ୍ତ ଘଟଣାରେ ଗୋ ମାଫିଆଙ୍କୁ ସହଯୋଗ କରିଥିବା ଅଭି÷ଯୋଗ ପାଇଁ ଗ୍ରାମର ରବିନ୍ଦ୍ର ଜେନାଙ୍କୁ ପୋଲିସରେ ହସ୍ତାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.