Home ଜିଲ୍ଲା ପରିକ୍ରମା ବାସୁଦେବପୁର ପୌର ପ୍ରଶାସନର ଦୃଷ୍ଟି ପଡିବକି!, ବାଟିକା ରାସ୍ତା ଶୋଚନୀୟ ; ଜଳୁନି ଆଲୁଅ

ବାସୁଦେବପୁର ପୌର ପ୍ରଶାସନର ଦୃଷ୍ଟି ପଡିବକି!, ବାଟିକା ରାସ୍ତା ଶୋଚନୀୟ ; ଜଳୁନି ଆଲୁଅ

4

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବାସୁଦେବପୁର ପୌର କାର୍ଯ୍ୟାଳୟର ଅତି ନିକଟରେ ଅବସ୍ଥିତ ହନୁମାନ ବାଟିକାବାସୀ ସମସ୍ୟାରେ ଘାଂଟିି ହେଉଛନ୍ତି। ବାଟିକା ରାସ୍ତା ଭାଙ୍ଗିରୁଜି ଶୋଚନୀୟ ହୋଇପଡିଥିବା ବେଳେ ଆଲୁଅବି ଜଳୁନି। ରାସ୍ତାର ଏକାଧିକ ସ୍ଥାନରେ ଖାଲ ସହ ଫାଟିଯାଇ କେରାକେରା ହୋଇଛି। ରାସ୍ତାର ଏଭଳି ଅବସ୍ଥାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି। ମୌଳିକ ସମସ୍ୟା ଉପରେ ଦୃଷ୍ଟିନପଡିବା କ୍ଷୋଭ ପପ୍ରକାଶ କରିଛନ୍ତି ବାଟିକାବାସୀ। ବାଟିକାକୁ ଲମ୍ବିଥିବା ରାସ୍ତାଟି ପୌରପାଳିକାର ୧୧ ଓ ୨୧ ନମ୍ବର ୱାର୍ଡରେ ଅବସ୍ଥିତ। ରାସ୍ତା ଉପରେ ଦୁଇ ୱାର୍ଡବାସୀଙ୍କ ସମେତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ନିର୍ଭର କରନ୍ତି। ଏହାବାଦେ ବାଟିକା ପଡିଆରେ ରାମ ମନ୍ଦିର, ହନୁମାନ ମନ୍ଦିର, ଶିବ ମନ୍ଦିର ରହିଛି। ପ୍ରତିଦିନ ମନ୍ଦିରରରେ ବହୁ ଭକ୍ତଙ୍କର ସମାଗମ ହେଉଛି। ୱାର୍ଡବାସୀଙ୍କ ସହ ମନ୍ଦିରର ଭକ୍ତ ଓ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀଙ୍କ ପାଇଁ ରାସ୍ତାଟି ଗୁରୁତ୍ୱ ବହନ କରିଆସିଛି। ଦୁଃଖର କଥା, ଦୀର୍ଘବର୍ଷ ତଳେ ନିର୍ମାଣ ହୋଇଥିବା ରାସ୍ତାଟି ଜରାଜିର୍ଣ୍ଣ ହେଲାଣି। ବିଭିନ୍ନ ସ୍ଥାନରେ ଖାଲ ଖମା ସୃଷ୍ଟି ହୋଇଥିବା ବେଳେ ରାସ୍ତାନି ଫାଟି ଗଲାଣି। ଏପରିକି ରାସ୍ତାର ପୂର୍ବ କଂକ୍ରିଟ ତଡା ଉଠିଲାଣି। ରାସ୍ତାର ସମସ୍ୟା ଯାହା ଏବେପୁଣି ଆଲୁଅ ଜଳୁନି। ସଞ୍ଜ ନଇଁଲେ ବାଟିକା ଅଂଚଳ ରାସ୍ତାରେ ଅନ୍ଧାର ରାଜୁତି କରୁଛି। ସାଧାରଣ ଲୋକଟିଏ ପାଦରେ ଚାଲିଜିବା କଷ୍ଟକର ହୋଇପଡିଛି। ସମସ୍ୟା ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଏସମ୍ପର୍କରେ ଅଧ୍ୟକ୍ଷାଙ୍କ ସହିତ ଆଲୋଚନା କରାଯାଇଛି। ଯାତାୟତ ଉପଯୋଗୀ ପାଇଁ ପ୍ରଥମତ ଡଷ୍ଟ ପକାଯିବ। ଆଉ ଲାଇଟ ଆସିଛି ଲଗାଇବାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.