Home ଜିଲ୍ଲା ପରିକ୍ରମା କାନ୍ଥପଡ଼ି ମୂଷି ମଲ୍ଲିକଙ୍କ ମୃତ୍ୟୁ

କାନ୍ଥପଡ଼ି ମୂଷି ମଲ୍ଲିକଙ୍କ ମୃତ୍ୟୁ

13

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ବୋଡ଼କ ଗ୍ରାମ ପଂଚାୟତ ଅଧିନସ୍ଥ ଅଣ୍ଡରକ୍ଷଇ ଗ୍ରାମର ମୂଷି ମଲ୍ଲିକ ଶୋଇଥିବା ଅବସ୍ଥାରେ ହଠାତ୍ ଜୋର୍ ପବନ ବହିବା ଦ୍ୱାରା ମାଟିକାନ୍ଥ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ପଡିଥିଲା। ଉକ୍ତ ଘଟଣାରେ ଖବର ପାଇ ଗ୍ରାମର ଲୋକମାନେ କନ୍ଥାଟିକୁ ଟେକି ତାଂକୁ ଉଦ୍ଧାର କରଥିଲେ । କିନ୍ତୁ କାନ୍ଥପଡ଼ି ଛାତିରେ ଶକ୍ତ ଆଘାତ ଦ୍ୱାରା ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ସେବା ମାଧ୍ୟମରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ କାଳବିଳମ୍ବ ନ କରି ଡାକ୍ତର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଟକ କୁ ସ୍ଥାନାନ୍ତରିତ କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଗତକାଲି ଦିବା ୨.୩୩ ମି. ସମୟରେ ସେ ମୃତ୍ୟୁବରଣ କରିଥିଲେ । ପୋଷ୍ଟମର୍ଟମ ସାରିଲାପରେ ତାଙ୍କ ମର ଶରୀରକୁ ଗ୍ରାମକୁ ନିଆଯାଇଥିଲା । ସେଠାରେ ପଂଚାୟତର ସରପଂଚଙ୍କ ପ୍ରତିନିଧି ବିଷ୍ନୁ ମୋହନ ଜେନା, ସମିତି ସଭ୍ୟ ଜୟପ୍ରକାଶ ମଲ୍ଲିକ, ପ୍ରମୋଦ କୁମାର ଦାସ, ପ୍ରମୋଦ ଖଟୁଆ, ବିରେନ୍ଦ୍ର କୁମାର ମଲ୍ଲିକ, ଅଜୟ କୁମାର ମଲ୍ଲିକ, ରତିକାନ୍ତ ମଲ୍ଲିକ,ରାଣା ପ୍ରତାପ ନାୟକ, ଅଭୟ କୁମାର ମଲ୍ଲିକ, ଓ ଗ୍ରାମର ଲୋକମାଙ୍କର ଉପସ୍ଥିତରେ ଅତ୍ୟନ୍ତ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ଅନ୍ତିମ ସଂସ୍କାର ସମୟରେ ପୁତ୍ର, କନ୍ୟା ଓ ଆତ୍ମୀୟସ୍ୱଜନ ପରିବାରବର୍ଗ ଉପସ୍ଥିତ ଥିଲେ। ଏହି ଅଘଟଣର ପ୍ରଶାସନିକ ତଦନ୍ତ ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.