Home ଜିଲ୍ଲା ପରିକ୍ରମା ଟୋକା ଗଣେଶ ଭସାଣି ଶୋଭାଯାତ୍ରାରେ ଦୁଲୁକିଲା ପୁରୁଣାବଜାର

ଟୋକା ଗଣେଶ ଭସାଣି ଶୋଭାଯାତ୍ରାରେ ଦୁଲୁକିଲା ପୁରୁଣାବଜାର

5

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ପୁରୁଣାବଜାରସ୍ଥିତ ଚାନ୍ଦି ମେଢ ଟୋକା ଗଣେଶ ଏକମାସ କାଳ ରହି ପୂଜାପାଇଥାନ୍ତି। ଆଜି ତାଙ୍କର ଭସାଣି ଉତ୍ସବ ବେଶ୍ ଧୁମ୍‌ଧାମରେ ପାଳିତ ହୋଇଛି। ଏହି ଭସାଣି ଉତ୍ସବ ଅପରାହ୍ନ ୨ ଘଟିକାରୁ ଆରମ୍ଭ ହୋଇ ରାତି ୧୦ ଘଟିକାରେ ସଂପନ୍ନ ହୋଇଛି। ଏହି ଟୋକା ଗଣେଶ ଭସାଣି ଉତ୍ସବରେ ସବୁଠାରୁ ମନୋରମ ଦୃଶ୍ୟ ଥିଲା ଏହାର ଶୋଭାଯାତ୍ରା। ଏହି ଶୋଭାଯାତ୍ରାକୁ ଦେଖିବାକୁ ପୁରୁଣାବଜାର ଅଂଚଳର ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ସମସ୍ତେ ଏହି ଭସାଣି ଶୋଭାଯାତ୍ରାକୁ ମନଭରି ଉପଭୋଗ କରିଥିଲେ। ଏହି ଭସାଣି ଉତ୍ସବରେ ପଶ୍ଚିମବଙ୍ଗରୁ ମ୍ୟୁଜିକ୍‌, କଟକ ମ୍ୟୁଜିକ୍‌, ରାଉରକେଲାର ଡ୍ୟାନ୍ସ ସାମିଲ ହୋଇଥିବାବେଳେ ରାଜ୍ୟର ଅନ୍ୟ ଜିଲାମାନଙ୍କରୁ ଆସିଥିବା ପାରମ୍ପରିକ ବାଦ୍ୟ ଓ ନୃତ୍ୟ ଯଥା ଆଦିବାସୀ ନୃତ୍ୟ, ଶଙ୍ଖୁଆ ଦଳ, ଘୋଡାଦଳ, ଘଂଟ ଦଳ, ମାଦଳ ଦଳ, ଗୋଟିପୁଅ ଦଶ ଅବତାର ଓ ଘଂଟୁଆଳଙ୍କ ମନଛୁଆଁ ବାଦନ ଲୋକମାନଙ୍କୁ ବେଶ୍ ବିମୋହିତ କରିଥିଲା। ଚଳିତବର୍ଷ ଏହି ଭସାଣିରେ ନିଆଁଖେଳ ସମସ୍ତଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ଏହି ଭସାଣି ଶୋଭାଯାତ୍ରାକୁ ଦେଖିବା ପାଇଁ ପୁରୁଣାବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏହି ଚାନ୍ଦି ମେଢ ଟୋକା ଗଣେଶ ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ଜିଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପତ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅତିରିକ୍ତ ଏସିପି, ଡିଏସ୍‌ପି, ଇନ୍ସିପେକ୍ଟର ସହ ବହୁ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.