Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମନ୍ଦିରରେ ଜୟଦୁର୍ଗାଙ୍କ ଷୋଡଶ ଦିବସୀୟ ପୂଜା, ମା’ ଜୟଦୁର୍ଗାଙ୍କ ମହା ସରସ୍ୱତୀ ବେଶ

ଆଖଣ୍ଡଳମଣିଙ୍କ ମନ୍ଦିରରେ ଜୟଦୁର୍ଗାଙ୍କ ଷୋଡଶ ଦିବସୀୟ ପୂଜା, ମା’ ଜୟଦୁର୍ଗାଙ୍କ ମହା ସରସ୍ୱତୀ ବେଶ

5

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିରଜା ପଞ୍ଜିକା ଅନୁଯାୟୀ ମୂଳାଷ୍ଟମୀ ଅବସରରେ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରବେଢାରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କ ଷୋଡଶ ଦିବସୀୟ ପୂଜା ଆରମ୍ଭ ହୋଇଛି। ଏହି ନୀତି ଆସନ୍ତା ଦଶହରା ଯାଏଁ ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ଚୂଡାନ୍ତ ହୋଇଥିବା ନୀତିକାନ୍ତୀ ଅନୁଯାୟୀ ମାଙ୍କ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା। ଅନ୍ୟପଟେ ପ୍ରତିଦିନ ମା ଜୟଦୁର୍ଗା ବିଭିନ୍ନ ବେଶରେ ଶ୍ରଦ୍ଧାଳୁଭକ୍ତମାନଙ୍କୁ ଦର୍ଶନ ଦେଉଥିବାରୁ ଆଜି ମହା ସରସ୍ୱତୀ ବେଶରେ ମା’ ଦର୍ଶନ ଦେଇଥିଲେ। ସେହିଭଳି ପ୍ରଥମଦିନରେ “ଗୌରୀ” ବେଶରେ ଦର୍ଶନ ଦେଇଥିଲେ ଭକ୍ତଙ୍କୁ ରୀତିନୀତି ଅନୁଯାୟୀ ଭୋର ୫ଟାରେ ଦ୍ୱାରଫିଟା ନୀତି ସହ ହଳଦୀପଂଚାମୃତ ସ୍ନାନ, ଜଳାଭିଷେକ, ପହିଲୁ ବାଲ୍ୟଭୋଗ ଲାଗି କରାଯାଇ ଘଂଟାକିର୍ତନ ଛତ୍ର, ଚାମର ଆଲଟ ଆଦିରେ ମଣିବାବାଙ୍କ ପୂଣ୍‌ଯତୋୟା ଶିବଗଙ୍ଗା ପୁଷ୍କରିଣୀରେ ଘଟ ଉତୋଳ କରାଯାଇଥିଲା। ପରେ ଘଟକୁ ମାଙ୍କ ମଣ୍ଡପରେ ସ୍ଥାପନ କରାଯାଇ ମଧ୍ୟାହ୍ନରେ ମାଙ୍କୁ ଗୌରୀ ବେଶରେ ସଜ୍ଜିତ କରାଯାଇ ଚଣ୍ଡିପାଠ ସହ ଶୋଡଷ ଉପଚାର ନୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ରାତ୍ରରେ ହୋମଯଜ୍ଞ ସହ ଅନ୍ନନୀତି ମାଙ୍କୁ ଅର୍ପଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.