Home ଜିଲ୍ଲା ପରିକ୍ରମା ସିପିଆଇ (ଏମ୍‌) ଭଦ୍ରକ ଆଂଚଳିକ ସମ୍ମିଳନୀ ଅନୁଷ୍ଠିତ

ସିପିଆଇ (ଏମ୍‌) ଭଦ୍ରକ ଆଂଚଳିକ ସମ୍ମିଳନୀ ଅନୁଷ୍ଠିତ

12
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଆଂଚଳିକ ସମ୍ମୀଳନୀରେ ଆଜି ସମବେତ ଶତାଧିକ ଶ୍ରମିକ, ମଜଦୂର, କୃଷକ ମାନଙ୍କ ଗହଣରେ ଲାଲ ପତାକା କୁ ଉତୋଳନ କରିଥଲେ ପାର୍ଟି ର ବରିଷ୍ଟ ନେତା ସାଥି ନିରଂଜନ ପାଣି। ତଦପାରେ ସାଥି ରାଧେଶ୍ୟାମ ନାୟକ ଓ ପ୍ରଭାତୀ ଜେନା ଙ୍କୁ ନେଇ ଏକ ସଭାପତି ମଣ୍ଡଳୀ ସମ୍ମୀଳନୀରେ ସଭପତିତ୍ୱରେ ପ୍ରଥମେ ସାଥି ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ସୀତାରାମ ୟେଛୁରୀ, ଶିବାଜୀ ପଟ୍ଟନାୟକ, ରାଧା ଷଡ଼ଙ୍ଗୀ, ଲମ୍ବୋଦର ନାୟକ, ସେକ୍ ଅବଦୁଲ ରହେମ୍ ନ ଆଦି ସାଥିମାନଙ୍କ ଉଦ୍ୟସ ରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ସାଥି ସୀତାରାମ ୟେଚୁ ରି ଙ୍କ ଫଟ ରେ ଫୁଲ ଦେଈ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ସମସ୍ତ୍ ସାଥି ମାନେ। ଏହୀ ସମ୍ମୀଳନୀକୁ ଉଦଘାଟନ କରିଥିଲେ ରାଜ୍ୟ ନେତା ସାଥି ସନ୍ତୋଷ ଦାସ ଓ ଆଜିର ପରିସ୍ଥିତି କୁ ଅନୁଧ୍ୟାନ କରିବାକୁ ନିବେଦନ କଲେ କି ବର୍ତମାନ ମୋଦୀ ସରକାର ଓ ଆମ ଓଡ଼ିଶା ରାଜ୍ୟର ସରକାର୍ ଦେଶ୍ ରେ ଦରଦାମ ବୃଦ୍ଧି କରି, ଦେଶ ବସୀଙ୍କ ଉପରେ ଜି ଏସ ଟି ଟିକସ ଆଦାୟ କରି ଆଦାନୀ ଓ ଅମ୍ବାନୀ ଙ୍କୁ ରିଣ ଛାଡ କହୁଛନ୍ତି ଓ ଟିକସ ଛାଡ଼ କହୁଛନ୍ତି, ଅପର ପକ୍ଷରେ ଦେଶ ର ଥିବା ରାଷ୍ଟ୍ରାୟତ ବ୍ୟାଙ୍କ, ବୀମା, ବନ୍ଦର, ରାଜପଥ, କଳକାରଖାନା କୂ କର୍ପୋରେଟ କମ୍ପାନୀ ଗୁଡ଼ିକ ଶାଗ ଦରରେ ବିକ୍ରୀ କରୁଛନ୍ତି, ଅର୍ଣ୍ଣ ଦାତା ଓ ଶ୍ରମଜୀବୀ ସଂଗଠନ ତରଫରୁ ପ୍ରତିବାଦ କରିବା ରୁ ଶ୍ରମ ଆଇନ କୁ ବଦଳାଇ ମାଲିକ ମାନେ ଲାଭ ପାଇବାପା ଇଁ ନୂଆ ଚାରୋଟି ଶ୍ରମ କୋଡ କରିଛନ୍ତି। ବର୍ତମାନ ମୋଦୀ ସରକାର ଦେଶର ସମ୍ବିଧାନ, ନ୍ୟାୟ ଲା ୟ, ସାଂସଦ, ସମ୍ବିଧାନ କୁ ବଦଳାଇବା ପାଇଁ ଦେଶରେ ଜାତି ବର୍ଣ୍ଣ ଓ ଧର୍ମ କୁ ନେଇ ଦଙ୍ଗା ସୃଷ୍ଟି କରୁଛି। ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କୁ ହତ୍ୟା କରିଥିବା ଲୋକଂକ ହାତରେ କ୍ଷମତା ରହିବା ଦେଶ ବାସୀଙ୍କ ପାଇଁ ବିପଜନକ ଅବସ୍ଥା ସୃଷ୍ଟି କରିଛି, ତବିରୋଧରେ ଏକ ହୋଇ ଲଢେଇ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି। ଏହି ସମ୍ମିଳନୀ ରେ ଏକ ଲିଖିତ ରିପୋର୍ଟ ପ୍ରଦାନ କରିଥଲେ ସାଥି ରାଧା ଦାସ ଓ ଏହା ଉପରେ ଆଲୋଚନା କରିଥଲେ କାଳନ୍ଦୀ ପାତ୍ର, ବାମଦେବ ମିଶ୍ର, ଚକରା ପାତ୍ର, ସୁବାଷ ମାଝୀ, ସେକ୍ କମାର, ଅଫସାଲ ଖାଁ, ଶିଖା ମହାପାତ୍ର, ପ୍ରଭାତୀ ଜେନା।ପରିଶେଷରେ ଏକ ନଜନିଆ କମିଟି ଗଠନ କରାଯାଇଛି ସେଥିରେ ସମ୍ପାଦକ ଭାବରେ ସାଥି ରାଧା ଦାସ ନିର୍ବାଚିତ ହୋଇ ଛନ୍ତି । ଉକ୍ତ ସମ୍ମୀଳନୀରେ ଡବଲ ଇଞ୍ଜିନ ସରକାର୍ ବିରୋଧର ସାମନା କରିବାକୁ ଚେତାବନୀ ଦେଇଛନ୍ତି କୃଷକ ନେତା ଚନ୍ଦ୍ର ଶେଖର ନାୟକ ଓ ଏହି ସମ୍ମିଳନୀ କୂ ଉଜପାନ କରି ସି ପି ଆଇ ଏମ୍ ଜିଲ୍ଲା ସମ୍ପାଦକ ଦିବ୍ୟ ସିଂହ ନାୟକ ପାର୍ଟି ଗଠନ ଦିବସ ଠାରୁ ଜନଗଣ ଙ୍କର ନଗଦ ଦାବୀ ପୂରଣ ପାଇଁ ଲଢେଇ ଜୋରଦାର କରିବାକୁ ପ୍ରଚେଷ୍ଟା ଜାରି ରଖିଛି କ୍ଷମତା ବଡ କଥା ନୁହେଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ପାଇଁ ସି ପି ଆଇ ଏମ୍ ଲଗାତର ଭାବେ ଚାଷୀ ମାନଙ୍କ ପାଇଁ, କିନିଖିଆ, ମୂଲିଆ ମଜଦୂର, ମହିଳା, ବସ୍‌ିବାସିନ୍ଦାଙ୍କ ପାଇଁ ଓ ଉଠା ଦୋକାନୀ ଉଛେଦ ବିରୋଧରେ ଓ ଦେଶ ର ଗଣତନ୍ତ୍ର, ସମ୍ବିଧାନ, ସଂସଦ ଓ ଏକତା ପ୍ରସଙ୍ଗ କୂ ସୁରକ୍ଷା ଦେବା ପାଇଁ ଲଢି କରୁଛି ସ୍ଥାନୀୟ ଲୋକଙ୍କ ର ମେଡ଼ିକାଲ କଲେଜ, ଉନିଭର୍ ସିଟି ଦାବିକରି ଲଢେଇ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ ଓ ଚାନ୍ଦବାଲି ଠାରେ ପାର୍ଟି ଜିଲ୍ଳା ସମ୍ମୀଳନୀଆସନ୍ତା ୧୯ଓ ୨୦ଅକ୍ଟୋବର ରେ ସଫଳ କରିବାକୁ ନିବେଦନ କରିଥଲେ। ସୀତାରାମ ୟେଚୁରି ଙ୍କ ଦ୍ୱାରା ଲିଖିତ ‘ହ୍ୱାଟ୍ ଇଜ୍ ହିନ୍ଦୁ ରାଷ୍ଟ୍ର’ ପୁସ୍ତକ ର ଓଡ଼ିଆ ରେ ଅନୁବାଦ କରିଥିବା ସନ୍ତୋଷ ଦାସ ଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.