Home ଜିଲ୍ଲା ପରିକ୍ରମା ଭଦ୍ରକ ବିଜେପିର ମିଶ୍ରଣ ପର୍ବ, ଶତାଧିକ ବିଜେଡି କର୍ମୀ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ

ଭଦ୍ରକ ବିଜେପିର ମିଶ୍ରଣ ପର୍ବ, ଶତାଧିକ ବିଜେଡି କର୍ମୀ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ

11

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବିଧାନସଭା କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଭଦ୍ରକ ନିର୍ବଚନମଣ୍ଡଳୀରୁ ଆସିଥିବା ଭଦ୍ରକ ନିର୍ବାଚନ ମଣ୍ଡଳୀ କଲେଇ ଗ୍ରାମ ପଂଚାୟତର ବିଜୁଜନତା ଦଳର ପୂର୍ବତନ ଯୁବ ନେତା ତୁଷାରି କାନ୍ତ ପରିଡା ଙ୍କ ନେତୃତ୍ୱ ରେ ୩୦୦ ରୁ ଉର୍ଦ୍ଧ କର୍ମୀ ବିଜେଡି ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ଭାରତୀୟ ଜନତା ପର୍ଟିରେ ଯୋଗ ଦେଇଥିଲେ। ସେହି ଭଳି ହରିପୁର ଗ୍ରାମ ପଂଚାୟତ ରେ ୫୦ ରୁ ଉର୍ଦ୍ଧ କର୍ମୀ ଯୋଗ ଦେବା ସହିତ କୋର୍କରା ଗ୍ରାମ ପଂଚାୟତ ରେ ୫୦ ରୁ ଉର୍ଦ୍ଧ କର୍ମୀ ଅନ୍ୟଦଳ ପରିତ୍ୟାଗ କରି ବିଜେପି ରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଭଦ୍ରକ ର ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ମଳୟ ଜେନା,ଅମ୍ଭିକା ପ୍ରସାଦ ଦାସ,ଭାସ୍କର ସାହୁ, ପିତାମ୍ବର ପାତ୍ର, ଦୁର୍ଗା ଦାସ, ଆଦିକନ୍ଦ ନାୟକ ଉପସ୍ଥିତ ଥିଲେ। ସେହିଭଳି କୋର୍କରା ଗ୍ରାମପଂଚାୟତର ବିଜେଡି ସଭାପତି ତଥା କଲେଇ ସେବା ସମବାୟ ସମିତି ବୋର୍ଡ ସଦସ୍ୟ ଲକ୍ଷ୍ମୀଧର ଦାସ, ଯୁବ ବିଜେପି ସଂଗଠକ ଆଶୁତୋଷ ପରିଡା, ମହିଳା ସଂଗଠକ ନମିତା ମଲିକ, ଦଳିତ ସଂଗଠକ ଦିଲ୍ଲୀପ କୁମାର ଜେନା ଓ ହରିପୁର ଗ୍ରାମପଂଚାୟତର ବିଜୁ ଜନତା ଦଳର ବ୍ଲକ୍ ସଂପାଦକ ମହେଶ୍ୱର ପରିଡା, ୱାର୍ଡ ମେମ୍ବର ରଶ୍ମିରଂଜିତ ଦାସ, ଲାଙ୍ଗୁଡି ସେବା ସମବାୟ ସମିତିର ବୋର୍ଡ ସଦସ୍ୟ ଗୋପବନ୍ଧୁ ଜେନା, ୱାର୍ଡ ମେମ୍ବର ସସ୍ମିତା କବାଟ, ଅମରେନ୍ଦ୍ର ବାରିକ, ବେଣୁଧର ମହାରଣା, ଅଭିମନ୍ୟୁ ଜେନା, ୱାର୍ଡ ମେମ୍ବର ଅଞ୍ଜନା ଜେନା, ଅମର ଜେନା, ବସନ୍ତ ବେହେରା, ବିଷ୍ଣୁ ଦାସ, କୃଷ୍ଣଚନ୍ଦ୍ର ବେହେରା, ଚଗୁଲୁ ଜେନା ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.