Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି ପୀଠରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଓ...

ଆଖଣ୍ଡଳମଣି ପୀଠରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଓ ଜିଲାପାଳ

11

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶାର ସର୍ବପୁରାତନ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସର ଓ ପୀଠର ମାଷ୍ଟରପ୍ଲାନ କାର୍ଯ୍ୟକାରୀ ପାଇଁ ପୂର୍ବ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୨ଟି ପ୍ରର୍ଯ୍ୟାୟରେ ୪୮କୋଟି ଟଙ୍କାର କାର୍ଯ୍ୟ କିପରି ଚାଲିଛି ତାହାର ସ୍ଥିତି ପରଖିବା ପାଇଁ ଗୁରୁବାର ଗ୍ରାମ୍ୟ ଉନୟନ ବିଭାଗର ସଚିବ ଗୁହୁ ପୁନମ ତାପସ କୁମାର ଓ ଭଦ୍ରକ ଜିଲାପାଳ ଦିଲିପ କୁମାର ରାଉତରାୟ, ଚାନ୍ଦବାଲି ବିଡିଓ ଅସିତ ମହାନ୍ତି, ଜିଲା ଗ୍ରାମ୍ୟ ଉନ୍ୟନୟନ ଅଧିକାରୀ ସରୋଜକୁମାର ଦତ ପ୍ରମୁଖ ଆରଡିପୀଠରେ ପହଁଚି ପ୍ରଥମେ ମଣିବାବାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ମନ୍ଦିର ପରିସର ବେଢା ବୁଲିବା ସହିତ ପ୍ରଥମ ପର୍ଯ୍ୟାୟରେ ହୋଇଥିବା କାର୍ଯ୍ୟ ବେଢା ଚଟାଣ, ପ୍ରାଚେରୀ, ୪ଦ୍ୱାରର ମୁଖଚାଳି, ଶ୍ରାବଣୀମଣ୍ଡପ, ସିଂହ ଦ୍ୱାର ଆଦି ବୁଲି ଦେଖିଥିଲେ। ପରେ ମନ୍ଦିର କାର୍ଯ୍ୟାଳୟରେ ୨ପର୍ଯ୍ୟାୟରେ ଚାଲୁଥିବା ଶିବପ୍ଲାଜା, ଗାଡିପାର୍କିଂ ଓ ଶିବଗଙ୍ଗା ପୁଷ୍କରିଣୀର ଉନ୍ନତି କରଣ କାର୍ଯର୍୍ୟର ସଚିବ ଜିଲାପାଳଙ୍କ ସହ ସମୀକ୍ଷା କରିବା ପରେ କାର୍ଯ୍ୟ ହେଉଥିବା ସ୍ଥାନକୁ ଯାଇ ସ୍ଥିତି ପରଖିଥିଲେ। ଏହି କାର୍ଯ୍ୟ ଦୀର୍ଘ ୧ବର୍ଷ ଧରି ଚାଲୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ପୂର୍ତ ବିଭାଗର ଅଣଦେଖା ଯୋଗୁ କାର୍ଯ୍ୟରତ ଠିକାଦାର ମନଇଛା କାର୍ଯ୍ୟ କରୁଥିବାରୁ ସମୟ ଅତିବାହିତ ହୋଇଥିଲେ ମଧ୍ୟ କାର୍ଯ୍ୟ ସରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ସଚିବ। ଏପରିକି ଶିବଗଙ୍ଗା ପୁଷ୍କରିଣୀ ପାବଛ, ଶିବପ୍ଲାଜା ଓ ଗାଡିପାର୍କିଂ କାମ ଅତିନିମ୍ନମାନର ହେଉଥିବା ସ୍ଥାନୀୟ ଲୋକ ସଚିବଙ୍କ ନିକଟରେ ଅଭିଯୋଗ କରିପାରିବା ପରେ ବିଭାଗୀୟ ଅଧିକାରୀଙ୍କ ଠାରୁ ପଚାରି ବୁଝିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଶେଷକରି ଆରଡିପୀଠ ବନ୍ୟା, ବାତ୍ୟା ଅଂଚଳ ହୋଇଥିବାରୁ ଅତଧିକ ପବନ ହେଲେ ନିର୍ମିତ ହୋଇଥିବା ୫୧ଫୁଟର ଶିବ ପ୍ରତିମା କ୍ଷତିଗ୍ରସ୍ତ ହେବ ବୋଲି ସଚିବ ତାପସକୁମାର ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ତୁରନ୍ତ ଏହି କାର୍ଯ୍ୟର ସ୍ଥାୟୀତ୍ୱ କରିବା ପାଇଁ ପୂର୍ତ ବିଭାଗର ଅଧିକାରୀଙ୍କୁ କଡା ତାଗିଦ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.