Home ଜିଲ୍ଲା ପରିକ୍ରମା ୩୮ତମ ଜାତୀୟ ସ୍ତରୀୟ ସର୍ବକନିଷ୍ଠ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାରୁ ଧର୍ମେଶ୍ ନାରାୟଣ ସାହୁ...

୩୮ତମ ଜାତୀୟ ସ୍ତରୀୟ ସର୍ବକନିଷ୍ଠ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାରୁ ଧର୍ମେଶ୍ ନାରାୟଣ ସାହୁ ମନୋନୀତ

4

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତେଲେଙ୍ଗାନା ସିକନ୍ଦରାବାଦ ଷ୍ଚାଡ଼ିୟମ୍ ରେ ଆରମ୍ଭ ହେବାକୁ ଯାଉଥିବା ୩୮ତମ ଜାତୀୟ ସର୍ବକନିଷ୍ଠ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଟି ୩ ଅକ୍ଟୋବର୍ ଆରମ୍ଭ ହୋଇ ୭ ଅକ୍ଟୋବର ୨୦୨୪ ରେ ସମାପ୍ତ ହେବ । ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ତାର ଖେଳାଳୀ ଙ୍କ ନାମ ଘୋଷଣା କରିଛି । ଏହି ବାଳକ ଦଳରେ ଭଦ୍ରକ ଜିଲ୍ଲାରୁ ଧର୍ମେଶ୍ ନାରାୟଣ ସାହୁ ଏସବିଡି ଇଂଟରନେସନାଲ୍ ସ୍କୁଲ ର ୯ମ ଶ୍ରେଣୀ ର ଛାତ୍ର ସ୍ଥାନ ପାଇଛନ୍ତି । ତାଙ୍କ ପିତା ଙ୍କ ନାମ ସିର୍ଶେନ୍ଦୁ କୁମାର ସାହୁ ଓ ମାତା ଙ୍କ ନାମ ଭବାନୀ ପ୍ରିୟଦର୍ଶନୀ ସାହୁ ହୋଇଥିବାବେଳେ ଘର ଅଳଉତି ଗ୍ରାମରେ ରହୁଥିବା ବେଳେ ତାଙ୍କ ବାପା ଜଣେ ରାଜ୍ୟ ସ୍ତରୀୟ ଫୁଟବଲ୍ ଖେଳାଳି ଥିଲେଫ ଏହି ସଫଳତା ପଛରେ ଏସବିଡି ଇସଟରନ୍ୟାସନାଲ ସ୍କୁଲ୍ ର କ୍ରିଡା ଶିକ୍ଷକ ମନୋଜ କୁମାର ସାହୁ ଙ୍କ ର ପ୍ରଚେଷ୍ଟା ରହିଥିବା ବେଳେ ଏସବିଡି ଇସଟରନେସନାଲ୍ ସ୍କୁଲ ର ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା, ଓ ଚେୟାର୍ ମେନ୍ ଦେବାଶିଷ୍ ଦିକ୍ଷୀତ୍ , ଶୁଭେଚ୍ଛା ଜଣାଇବା ସହିତ ଭଦ୍ରକ ଜିଲ୍ଲା ହ୍ୟାଣ୍ଡବଲ ସଂଘ ର ସଂପାଦକ ସିରାଜୁଦିନ୍ ଖାନ୍‌, କୋଚ୍ ସେକ୍ ଗୋଲାପ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଭଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.