Home ଜିଲ୍ଲା ପରିକ୍ରମା ଶିଶୁ ଶ୍ରମିକ ନିରାକରଣ ପାଇଁ ସ୍ୱତନ୍ତ୍ର ଧରପଗଡ଼, ୨ ଶିଶୁ ଶ୍ରମିକ ଉଦ୍ଧାର

ଶିଶୁ ଶ୍ରମିକ ନିରାକରଣ ପାଇଁ ସ୍ୱତନ୍ତ୍ର ଧରପଗଡ଼, ୨ ଶିଶୁ ଶ୍ରମିକ ଉଦ୍ଧାର

4

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଶୁ ଶ୍ରମିକ ନିରାକରଣ ଉଦ୍ଦେଶ୍ୟରେ ଗଠିତ ଭଦ୍ରକ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଦ୍ୱାରା ଏକ ସ୍ୱତନ୍ତ୍ର ଧରପଗଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟାଉନ୍‌ଥାନା ର ପୋଲିସଙ୍କ ସହାୟତା ନେଇ ଭଦ୍ରକର ଡ଼ାହାଣୀଗଡ଼ିଆ, ଛପୁଲିଆ, ଚରମ୍ପା ଅଂଚଳରେ ଥିବା ହୋଟେଲ ଓ ଗ୍ୟାରେଜମାନଙ୍କରେ ଚଢ଼ଉ କରାଯାଇ ୨ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ସହକାରୀ ଶ୍ରମ ଅଧିକାରୀ ରତ୍ନାକର ମଲ୍ଲିକ ଏବଂ ପ୍ରତ୍ୟୁଷ କୁମାର ବେହେରା, ପୋଲିସ୍‌, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର କର୍ମଚାରୀଙ୍କ ମିଳିତ ନେତୃତ୍ୱରେ ଏହି ଚଢ଼ଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦ୍ଧାର କରାଯାଇଥିବା ଶିଶୁ ଶ୍ରମିକ ଦୁଇଜଣଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ପାଖରେ ହାଜର କରାଯାଇଛି । ସୂଚନାଯୋଗ୍ୟକି ଏହି ୨ଜଣ ଯାକ ଶିଶୁ ଶ୍ରମିକଙ୍କୁ ଗ୍ୟାରେଜରେ କାର୍ଯ୍ୟକରୁଥିବା ସମୟରେ ଉଦ୍ଧାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.