Home ଜିଲ୍ଲା ପରିକ୍ରମା ଧାମରାରେ ଭିଜିଲାନ୍ସ ଟିମ, ସନ୍ଦେହ ଘେର ମଧ୍ୟରେ ଆଦର୍ଶ ଗ୍ରାମର କାର୍ଯ୍ୟ

ଧାମରାରେ ଭିଜିଲାନ୍ସ ଟିମ, ସନ୍ଦେହ ଘେର ମଧ୍ୟରେ ଆଦର୍ଶ ଗ୍ରାମର କାର୍ଯ୍ୟ

9

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକରେ ହୋଇଥିବା ବିଭିନ୍ନ କାର୍ଯ୍ୟ ବର୍ତମାନ ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ। ଭଦ୍ରକ ଭିଜିଲାନ୍ସ ଏକ ୩ ଜଣିଆ ଟିମ ଧାମରା ନିକଟସ୍ଥ ଜାଗୁଳା ପଂଚାୟତ କୁ ଆସି ପହଂଚିବା ପରେ କିଛି କାଗଜପତ୍ର ମାଗି ଯାଂଚ କରିଥିଲେ। ପରେ ଏହି ପଂଚାୟତ ଅଧୀନରେ ଥିବା ବଲଭଦ୍ରପ୍ରସାଦ ଗ୍ରାମକୁ ଯାଇ ସେଠାରେ ହୋଇଥିବା ବିଭିନ୍ନ କାର୍ଯ୍ୟ ବୁଲି ଦେଖିବା ସହ ଅଂଚଳ ବାସୀ ଙ୍କ ସହ ହୋଇଥିବା କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ। ଏଠାରେ ଉଲେଖ ଯୋଗ୍ୟ ବଲଭଦ୍ରପ୍ରସାଦ ଗ୍ରାମ ୨୦୨୧ ମସିହାରେ ଆଦର୍ଶ ଗ୍ରାମ ର ମାନ୍ୟତା ପାଇଥିଲା। ପରେ ଏହି ଗ୍ରାମ ର ସର୍ବାଙ୍ଗୀନ ଉନ୍ନତି ପାଇଁ ୧କୋଟି ଟଙ୍କା ର କାର୍ଯ୍ୟ ଦେଶ ଆସିଥିଲା। ଏହି ୧କୋଟି ଟଙ୍କା ବାଟ ମାରଣା ହୋଇଥିବା ନେଇ ଭଦ୍ରକ ଭିଜିଲାନ୍ସ ଅଫିସ ରେ ଅଭିଯୋଗ ହୋଇଥିଲା। ଗୋଟିଏ ନଳକୂପ ନିର୍ମାଣ ପାଇଁ ରାଜ୍ୟ ସରକାର ୧.୫ଲକ୍ଷ ଟଙ୍କା ଦେଉଥିବା ବେଳେ ଏହି ପଂଚାୟତ ରେ ଗୋଟିଏ ନଳକୂପ ସ୍ଥାପନ ପାଇଁ ୪ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏକ ସ୍କୁଲ ଘର ର ପୁନରବିନ୍ୟାସ ପାଇଁ ମଧ୍ୟ ବହୁ ଅର୍ଥ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ଏପରିକି ସମ୍ପୃକ୍ତ କାର୍ଯ୍ୟ ପାଇଁ ବହୁତ ଅର୍ଥ ବାଟ ମାରଣା ହୋଇଥିବା ବେଳେ ଏହି କାର୍ଯ୍ୟ କିଏ କରିଥିଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ତୁରନ୍ତ ଏହି ଦୁର୍ନୀତି ରେ ଲିପ୍ତ ଥିବା ଜନ ପ୍ରତିନିଧି ଙ୍କ ବିରୁଦ୍ଧରେ ଦୃଢ଼ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଦାବୀ ମଧ୍ୟ ହୋଇଛି। ଏହି ବାବଦରେ ପଂଚାୟତ ଭିଏଲ୍‌ଡବ୍ଲ୍ୟୁଙ୍କୁ ପଚାରିବାରୁ ସେ ଏହି ଘଟଣା ଉପରେ ଭିଜିଲାନ୍ସ ତଦନ୍ତ କରୁଛନ୍ତି ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.