Home ଜିଲ୍ଲା ପରିକ୍ରମା ସିଆରପି, ଏମବିକେ ଓ ବ୍ୟାଙ୍କମିତ୍ର ଦୀର୍ଘଦିନ ଧରି ପାରିଶ୍ରମିକ ନପାଇ ବ୍ଲକରେ ବିଡ଼ିଓଙ୍କୁ ଘେରାଉ ଓ...

ସିଆରପି, ଏମବିକେ ଓ ବ୍ୟାଙ୍କମିତ୍ର ଦୀର୍ଘଦିନ ଧରି ପାରିଶ୍ରମିକ ନପାଇ ବ୍ଲକରେ ବିଡ଼ିଓଙ୍କୁ ଘେରାଉ ଓ କାର୍ଯ୍ୟବନ୍ଦ ପାଇ ଚେତାବନୀ

13

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମପଂଚାୟତ ସ୍ତରରେ କାର୍ଯ୍ୟ କରୁଥିବା ୩ ଗୋଟି କମ୍ୟୁନିଟ୍ ସପୋର୍ଟ ଷ୍ଟାପ ଦୀର୍ଘ ୬ ବର୍ଷ ଧରି ନିରବଚ୍ଛିନ ଭାବରେ ସରକାରଙ୍କର ସମସ୍ତ ଯୋଜନାର ପ୍ରତ୍ୟେକ କାର୍ଯ୍ୟ ତୃଣମୂଳ ସ୍ତରରେ ରୂପାୟିତ କରି ଆସୁଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ଦୀର୍ଘ ୬ ମାସ ହେଲା ସେମାନେ ଦରମା ନ ପାଇ ନାନାଦି ହଇରାଣ ହେଉଛନ୍ତି। ଏ ନେଇ ବିଡ଼ିଓ, ବି ପି ଏମ ଓ ବ୍ଲକ ମିଶନଶକ୍ତି ଅଧିକାରି , ବିଭାଗୀୟ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କୁ ଉକ୍ତ ସମସ୍ୟା ସମ୍ବନ୍ଧୀୟ ଲିଖିତ ଆପତି ଓ ଅଭିଯୋଗ ପତ୍ର ଦାଖଲ କରିବା ସତ୍ୱେ ଏ ବାବଦରେ ଅଦ୍ୟାବଧି କୌଣସି ବିହିତ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ଉକ୍ତ ସିଆରପି, ବ୍ୟାଙ୍କ ମିତ୍ର ଓ ଏମବିକେ ଙ୍କ ଜୀବନ ଜୀବିକା ଉପରେ ବାଧାପ୍ରାପ୍ତ ହେଉଅଛି । ଏଣୁ ତୃଣମୂଳ ସ୍ତରରୁ ସମସ୍ତ କ୍ୟାଡ଼ର ଯଥା ଏମ.ବି.କେ., ବ୍ୟାଙ୍କ ମିତ୍ର , ସି.ଆର.ପି ଉକ୍ତ ୩ ଗୋଟି ଲିଡର ଙ୍କ ଏହି ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଚଳିତ ମାସ ୨୫ ତାରିଖ ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଚନ୍ତି। ଏ ନେଇ ଧାମନଗର ବ୍ଲକ ର ବିଭିନ୍ନ ପଂଚାୟତ ସିଆରପି, ଏମ ବି କେ ଓ ବ୍ୟାଙ୍କ ମିତ୍ର ମାନେ ବିଭିନ୍ନ ଦାବି ନେଇ ଉକ୍ତ ଅଧିକାରୀ ଙ୍କୁ ଲିଖିତ କାର୍ଯ୍ୟବନ୍ଦ ପାଇଁ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଦୀର୍ଘ ସମୟ ବିଡ଼ିଓ ଓ ବିପିଏମ ଙ୍କୁ ଘେରାଉ କରିଥିଲେ ।ତେବେ ତୁରନ୍ତ ଦରମା ପ୍ରଦାନ ନ କଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ ।ଏହି ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ, ଭଦ୍ରକ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ଓ.ଏଇ.ଏମ୍‌. ଭଦ୍ରକ, ଭଦ୍ରକ ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତିଙ୍କୁ ଲିଖିତ ଅଭିଯୋଗ ଦିଆଯାଇଛି। ଅଭିଯୋଗ ପତ୍ରକୁ ବିଭାଗୀୟ ଅଧିକାରୀ ନିକଟକୁ ପଠାଇ ଦିଆଯାଇଛି ବୋଲି ବିଡ଼ିଓ ବନବିହାରୀ ଦିନ୍ଦା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.