Home ଜିଲ୍ଲା ପରିକ୍ରମା ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ପ୍ରତିବାଦ ସଭା

ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ପ୍ରତିବାଦ ସଭା

6
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ତରଫରୁ ବନ୍ଥ ଛକ ନିକଟରେ ଏକ ପ୍ରତିବାଦ ସଭା ମହିଳା ସମିତିର ନେତ୍ରି ପ୍ରଭାତୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ଏହି ସଭାରେ ମହିଳା ସମିତି ରାଜ୍ୟ ସମ୍ପାଦିକା ସୁରଜିତା ନାୟକ, ମହିଳା ଆଇନଜୀବୀ ଜୁଲି, ପ୍ରଫୁଲ୍ଲ ପାଢ଼ୀ, ରାଧା ଦାସ, କାଳନ୍ଦୀ ପାତ୍ର, ଚନ୍ଦ୍ର ଶେଖର ନାୟକ, ଶିଖା ମହାପାତ୍ର ଓ ସୁମତି ନାୟକ ପ୍ରମୁଖ ଆମ ଦେଶରେ ମଣିପୁରରେ ମହିଳା ମାନଙ୍କ ଉପରେ ଆକ୍ରମଣ, କଲିକତା ର ଆର୍ ଜି କର ହସ୍ପିଟାଲ ରେ କାର୍ଯ୍ୟ ରତ ମହିଳା ଡକ୍ଟର ଙ୍କ ଉପରେ ଆକ୍ରମଣ କରାଯିବା ଓ ତାଂକୁ ହତ୍ୟା କରିବା ପରେ ପୁଣି ଆମ ରାଜ୍ୟ ରାଜଧାନୀ ଭୁବନେଶ୍ୱର ରେ ଭରତପୁର ପୋଲିସ ର ସହାୟତା ପାଇଁ ଯାଇଥିବା ପ୍ରତିରକ୍ଷା ବିଭାଗ ର ଜଣେ ମେଜର ଙ୍କ ଝିଅ ଓ ତାଙ୍କ ସହ ତାଙ୍କର ବାନ୍ଧବୀ ଯେକି ଜଣେ ଭାରତୀୟ ସେନା ର ମେଜର ଙ୍କ ସହ ରାତିରେ ତାଂକୁ ରାଜରାସ୍ତାଉପରେ ଅଶାଳୀନ ବ୍ୟବହାର କରିଥିଲେ। ଏହା ବିରୋଧରେ ଥାନା ରେ ଅଭିଯୋଗ କରିବା ପାଇଁ ଯାଇଥିବା ବେଳେ ସେହି ଥାନା ଅଧିକାରୀ ଓ ପୋଲିସ ଯେପରି ପୀଡ଼ିତାଙ୍କ ଙ୍କ ଉପରେ ଆକ୍ରମଣ କରିଥିବା ସଂପୃକ୍ତ ପୁଲିସ୍‌ମାନଙ୍କୁ ଚାକିରୀରୁ ନିଲମ୍ବନ କରାଯାଉ ସେମାନଙ୍କୁ ଗିରଫ କରାଯାଉ ବୋଲି ନିଜ ନିଜ ବକ୍ତବ୍ୟରେ କହିôଥଲେ। ଏଥିସହ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦିଆଯାଉ ବୋଲି ମହିଳା ସମିତି ପକ୍ଷରୁ ସୁରଯିତା ନାୟକ, ପ୍ରଭାତୀ ଜେନା, ଶିଖା ମହାପାତ୍ର, ସୁମତି ନାୟକ୍‌, ପାକିନୀ ମୁଣ୍ଡା, ଆଇନଜୀବୀ ଗିରିଧାରୀ ନାଥ ଓ ଆଇନଜୀବୀ ଜୁଲି ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.