ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ବୟାଙ୍ଗଡିହ ପଂଚାୟତ ପତାକା ବାଉଁଶ ଉପାଡ଼ିବାକୁ ନେଇ ଗୁଡୁପୋଖରି ରେ ଗୋଷ୍ଠୀ ସଂଘର୍ଷ ଘଟଣାର ତୃତୀୟ ଦିନରେ ୧୬୩ ଧାରା ବଳବତର । ଉତେଜନା କୁ ଲକ୍ଷ୍ୟକରି ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ୨୧ ତାରିଖ ରାତି ୧୦ ଟା ଠାରୁ ୨୩ ତାରିଖ ସଖାଳ ୧୦ ଟା ପର୍ଯ୍ୟନ୍ତ ଏହି ଧାରା ବଳବତର ରହିବ ବୋଲି ନିର୍ଦେଶ ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଧୁଷୁରି ଥାନା ପଖରୁ ୧୬୩ ଧାରା ଜାରୀ କରାଯାଇଥିବା ନେଇ ଡ଼ାକବାଜି ଯନ୍ତ୍ର ଦ୍ୱାରା ଅଂଚଳରେ ପ୍ରଚାର କରାଯାଇ ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ ଜାରିରହିଛି। ଘଟଣା ସ୍ଥଳରେ ଧାମନଗର ତହସିଲଦାର ଦୀପକ ଦାସ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତ୍ରିଲୋଚନ ସେଠୀ, ଧାମନଗର ଥାନା ଅଧିକାରୀ ଫନିନ୍ଦ୍ରଭୂଷଣ ନାୟକ, ଧୂଷୁରୀ ଥାନାର ଭାରପ୍ରାପ୍ତ ଥାନାଧିକାରୀ ଶାନ୍ତନୁ ଜେନା ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି। ଶାନ୍ତି ବଜାୟ ରଖିବାକୁ ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ପକ୍ଷରୁ ଉଭୟ ସଂପ୍ରଦାୟ ଲୋକ ଙ୍କୁ ନିବେଦନ କରିଛନ୍ତି। ଏହି ଘଟଣାରେ ମୋଟ୩୦ ଜଣ ଙ୍କ ନାମରେ ଅଭିଯୋଗ କରାଯାଇ ଥିବା ବେଳେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଥିରେ ଆଉ ଯେଉଁମାନେ ସାମିଲ ରହିଛନ୍ତି ତାଙ୍କୁ ଶୀଘ୍ର ଗିରଫ କରାଯିବା ନେଇ ସୂଚନା ଦେଇଥିଲେ ଉପ ଜିଲ୍ଲାପାଳ। ସୂଚନା ମୁତାବକ; ମହମ୍ମଦଙ୍କ ଜୟନ୍ତୀରେ ବୟାଙ୍ଗଡିହ ପଂଚାୟତ ଅରୁଣ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନେ ରାସ୍ତା କଡ଼ରେ ୧୬ ଟି ପତାକା ଲଗାଇଥିଲେ। ଏହି ପତକା କୁ ବୁଧବାର ରାତିରେ କୌଣସି ଦୁର୍ବୃତ ଉପାଡ଼ି ଦେଇଥିଲେ। ଯାହାକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଧୂଷୁରୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଧୁଷୁରୀ ପୋଲିସ ଘଟଣା ସ୍ଥଳରେ ପହଂଚିି ଲୋକଙ୍କୁ ବୁଝା ସୁଝା କରିବା ସହ ତଦନ୍ତ ଆରମ୍ଭ କରିଥିଲା। ସେହି ସମୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ସ୍ଥାନୀୟ ବଜାରରେ ୪ ଜଣ ଦୋକାନୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ। ଯାହାକୁ ନେଇ ଭଦ୍ରକ ପ୍ରଶାସନ ପକ୍ଷରୁ ଅଂଚଳରେ ବିଏନଏସଏସ ୧୬୩ ଧାରା ୧୯ ତାରିଖ ଅପରାହ୍ନ ୨ ଟା ଠାରୁ ୨୧ ତାରିଖ ସଖାଳ ୧୦ ଟା ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା। ଆଜି ଏହି ଧାରା ଶେଷ ହୋଇଯାଇଥିଲା। ପୂଣି ଆଜି ଆଉଥରେ ଏହି ଧାରା ୨୧ ତାରିଖ ରାତି ୧୦ ଟା ଠାରୁ ୨୩ ତାରିଖ ସଖାଳ ୧୦ ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି।
Home ଜିଲ୍ଲା ପରିକ୍ରମା ଗୁଡୁପୋଖରୀରେ ଗୋଷ୍ଠୀ ସଂଘର୍ଷ ଘଟଣା ତୃତୀୟ ଦିନରେ, ୧୬୩ ଧାରା ବଳବତର, ପରିସ୍ଥିତି ଅପରିବର୍ତିତ