Home ଜିଲ୍ଲା ପରିକ୍ରମା ଦିଗଛିଆ-ବାଂଶଡା ରାସ୍ତା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ହେଉନି, ଦୀର୍ଘ ଦିନ ହେବ ଠିକା ସଂସ୍ଥା ର...

ଦିଗଛିଆ-ବାଂଶଡା ରାସ୍ତା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ହେଉନି, ଦୀର୍ଘ ଦିନ ହେବ ଠିକା ସଂସ୍ଥା ର ଠିକଣା ନାହିଁ ବୋଲି ଅଭିଯୋଗ ଆଣିଲେ ବିଭାଗୀୟ ଯନ୍ତ୍ରୀ

5

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିଗଛିଆ-ବାଂଶଡା ରାସ୍ତା ନିର୍ମାଣରେ ବହୁ ଅନିୟମିତତା ଅଭିଯୋଗ ହୋଇଥିବା ବେଳେ ଦିନକୁ ଦିନ ରାସ୍ତା ନିର୍ମାଣ କରୁଥିବା ଠିକାଦାର ଆଉ ରାସ୍ତା କାର୍ଯ୍ୟ କରୁ ନଥିବା ନେଇ ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ ବିଭାଗୀୟ ଯନ୍ତୀ ଏହି କାର୍ଯ୍ୟ କରୁଥିବା ଠିକା ସଂସ୍ଥାର କିଛି ଖୋଜ ଖବର ନାହିଁ ବୋଲି ନିଜ ପ୍ରତିକ୍ରିୟା ରଖିଛନ୍ତି। ପ୍ରାପ୍ତ ଖବର ଅନୁଯାୟୀ ଦିଗଛିଆ- ବାଂଶଡା ୧୦କି.ମି ଦୀର୍ଘ ବିଶିଷ୍ଟ ରାସ୍ତାକୁ ଭଦ୍ରକ (ରାସ୍ତା ଓ କୋଠାବାଡି ବିଭାଜନ) କେ ବିଏମ କନଷ୍ଟ୍ରକସନ କମ୍ପାନୀକୁ କାର୍ଯ୍ୟ କରିବାକୁ କାର୍ଯ୍ୟାଦେଶ ଦେଇଥିଲେ ଏବଂ ସଂପୃକ୍ତ କମ୍ପାନୀ କର୍ତୁପକ୍ଷ ଏହି କାର୍ଯ୍ୟ ବହୁ ବିଳମ୍ବରେ ଆରମ୍ଭ କରିଥିବା ବେଳେ ଏହି କାର୍ଯ୍ୟ ଗତ ଫେବୃଆରୀ ୨୨ତାରିଖରେ ଆରମ୍ଭ ହୋଇଛି ବୋଲି ଭଦ୍ରକ (ରାସ୍ତା ଓ କୋଠାବାଡି ବିଭାଜନ) ଦିଗଛିଆ ଠାରେ ଏକ ସୂଚନା ଫଳକ ଜନସାଧାରଣଙ୍କ ଅବଗତି ନିମନ୍ତେ ଲଗାଇଥିଲେ। ଏହି ରାସ୍ତା କାର୍ଯ୍ୟ ୨୧ମାର୍ଚ ୨୦୨୪ରେ ଶେଷ ହେବା ସହ ଏହାର ଆକଳନ ମୂଲ୍ୟ୨୫କୋଟି୧୫ ଲକ୍ଷ ଟଙ୍କାରେ ସିମୀତ ବୋଲି ମଧ୍ୟ ଲିପିବଦ୍ଧ ହୋଇଥିଲା। ପୁନଶ୍ଚ ଭଦ୍ରକ ରାସ୍ତାଓ କୋଠାବାଡି ବିଭାଜନ ଏହି ରାସ୍ତା କାର୍ଯ୍ୟ ୨୫କୋଟି ୧୫ଲକ୍ଷ ଟଙ୍କାରୁ ୩୪କୋଟି ଟଙ୍କା ଆକଳନ ମୁଲ୍ୟ ବଢି ଯାଇଛି ବୋଲି ଏକ ଫଳକ ଆଣି ଦିଗଛିଆ ଠାରେ ଲଗାଇଥିଲେ। ୧୦କି.ମି ରାସ୍ତା ନିର୍ମାଣ କରିବା ପାଇଁ ରାସ୍ତା ଓ କୋଠାବାଡି ବିଭାଜନ ପ୍ରଥମ ଆକଳନ ମୁଳ୍ୟ ଅନୁଯାୟୀ ଏକ କି.ମି ପିଛା୨.୫କୋଟି ଟଙ୍କା ଆକଳନ କଲେ ଏବଂ ପୁନଶ୍ଚ ସେହି ରାସ୍ତା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ତାହା ପୁଣି ୩.୪କୋଟି ଟଙ୍କାକୁ ବୃଦ୍ଧି କଲେ ? ପ୍ରଥମ ସୂଚନା ଫଳକରେ ଏହି କାର୍ଯ୍ୟ ମାର୍ଚ ୨୦୨୪ରେ ଶେଷ ହେବ ବୋଲି ଲିପିବଦ୍ଧ ହୋଇଥିବା ବେଳେ ଦ୍ୱିତୀୟ ସୂଚନା ଫଳକରେ ଏହି କାର୍ଯ୍ୟ ଡିସେମ୍ବର ୨୦୨୪ରେ ଶେଷ ହେବ ବୋଲି ସୂଚନା ମଧ୍ୟ ଦିଆଯାଇଛି। ସୂଚନା ଫଳକ ଅନୁଯାୟୀ ଗତ ଫେବୃଆରୀ ୨୦୨୩ ମସିହାରୁ ଏହି ୧୦କି.ମି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବାର ସୁଚନା ମିଳିଥିବା ବେଳେ ଦୀର୍ଘ ୨୦ମାସ ମଧ୍ୟରେ ଏହି ରାସ୍ତା କାର୍ଯ୍ୟରେ ସେମିତି କିଛି ଆଖିଦୃଶିଆ କାର୍ଯ୍ୟ ହୋଇ ପାରିଲା ନାହିଁ। କେବଳ ସଂପୃକ୍ତ ଠିକାଦାର ଏହି ରାସ୍ତାକୁ ଖୋଳି ଓସାରିଆ କରି ଦେଇଥିବା ବେଳେ ଏହି ରାସ୍ତା ଟି ବର୍ତମାନ ଖାଲ ଖମାରେ ଭର୍ତି । ବହୁ ସମୟରେ ସାଧାରଣ ବାଇକ ଆରୋହୀ ଏବଂ ପାଦଚଲା ବାଟୋଇ ନିଜକୁ ସୁରକ୍ଷା ମଣୂ ନାହାନ୍ତି ବହୁ ସମୟରେ ଏହି ପଥଚାରୀ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ୧୦୮ ଆମ୍‌ୁଲାନ୍ସ ଯାଇ ଚିକିତ୍ସିତ ହେଉଥିବା ଦୃଷ୍ଟି ଗୋଚର ମଧ୍ୟ ହେଉଛି। ବିଭାଗୀୟ କର୍ତୁପକ୍ଷଙ୍କ ପାଖରେ ଏ ବାବଦରେ ବହୁ ଅଭିଯୋଗ କରିବା ପରେ ମଧ୍ୟ ଫଳ ଶୂନ ହୋଇ ପଡିଛି। କେଉଁ ପରିସ୍ଥିତିରେ ଏହି କାର୍ଯ୍ୟର ସମୀକ୍ଷା ହେଉ ନାହିଁ ଏବଂ ରାସ୍ତା କାର୍ଯ୍ୟ ସଂପୂର୍ଣ ବନ୍ଦ ହୋଇ ଯାଇଛି ତାହା ଅଂଚଳବାସୀଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି। ଅନ୍ୟ ପକ୍ଷରେ ଏହି ରାସ୍ତା କାର୍ଯ୍ୟରେ ନିଯୁକ୍ତ ଥିବା ଠିକାଦାର କିଛି ଖୋଜ ଖବର ନାହିଁ ବୋଲି ବିଭାଗୀୟ ଯନ୍ତ୍ରୀ ଡମ୍ବରୁଧର ମଣ୍ଡଳ ନିଜର ପ୍ରତିକ୍ରିୟା ରଖିଥିବା ବେଳେ ସେ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ସର୍ବୋଚ ଯନ୍ତ୍ରୀଙ୍କୁ ଏହି ବିଷୟରେ ଲିଖିତ ଭାବେ ଅବଗତ କରାଇଛନ୍ତି । ତୁରନ୍ତ ସଂପୃକ୍ତ ଠିକାସଂସ୍ଥାକୁ ଏହି କାର୍ଯ୍ୟରୁ ଅବ୍ୟାହତି ଦିଆଯାଇ ନୂତନ ଭାବେ ଟେଣ୍ଡର କରିବା ଜରୁରୀ ହୋଇ ପଡିଛି ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି।ଅନ୍ୟ ପକ୍ଷରେ ବାଂଶଡା ପଂଚାୟତ ବାସୀ ଏହି ରାସ୍ତା ପାଇଁ ବେଶି କ୍ଷତିଗ୍ରସ୍ତ ହେଉଥିବାରୁ ସରପଂଚ ପ୍ରଶାନ୍ତ ଦାସ ଭଦ୍ରକ ଜିଲ୍ଲାପାଳ , ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଏହି ବିଷୟରେ ଲିଖିତ ଭାବେ ଅବଗତ କରାଇବା ସହ ଯଦି ତୁରନ୍ତ ଯୁଦ୍ଧକାଳୀନ ଭିତିରେ ଏହି ରାସ୍ତା ନିର୍ମାଣ କରା ନଯାଉ ତାହେଲେ ବାଂଶଡା ପଂଚାୟତ ବାସୀ ଏହି ରାସ୍ତା ପାଇଁ ଗଣଧାରଣା ଦେବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ସାଧାରଣ ଜନତାଙ୍କ ଅଭିଯୋଗ ଅନୁଯାୟୀ ତୁରନ୍ତ ଏହାର ବିଧିବଦ୍ଧ ତଦନ୍ତ କରିବା ସହ ଏହି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବାକୁ ଅଂଚଳବାସୀ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.