Home ଜିଲ୍ଲା ପରିକ୍ରମା ପୂର୍ବ ଶତ୍ରୁତାକୁ ନେଇ ଘର ନିଆଁ ଲଗାଇଲେ ପଡୋଶୀ

ପୂର୍ବ ଶତ୍ରୁତାକୁ ନେଇ ଘର ନିଆଁ ଲଗାଇଲେ ପଡୋଶୀ

7

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ପଂଚାୟତରେ ଏକ ପୂର୍ବ ଶତ୍ରୁତାକୁ ନେଇ ଜଣେ ପଡୋଶୀଙ୍କ ଘରେ ନିଆଁ ଲଗାଇଛନ୍ତି ୨ଭାଇ ବୋଲି ଧାମରା ଥାନାରେ ଅଭିଯୋଗ ହୋଇଛି। ଧାମରା ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ ଲକ୍ଷ୍ମୀଧର ମଲିକଙ୍କ ସହ ନିଜର ପଡୋଶୀ ରବିନ୍ଦ୍ର ନାୟକଙ୍କ ର ଶତ୍ରୁତା ଦୀର୍ଘ ଦିନ ହେବ ରହି ଆସୁଥିଲା। ଗତକାଲି କୌଣସି କଥାକୁ କେନ୍ଦ୍ର କରି ଲକ୍ଷ୍ମୀଧରଙ୍କ ପୁଅ ଲମ୍ବୋଦରଙ୍କ ସହ ରବିନ୍ଦ୍ର ଙ୍କ ୨ପୁଅଙ୍କ ଝଗଡା ହେବା ସହ ମାରପିଟ ମଧ୍ୟ ହୋଇଥିଲା। ଏହି କଥାକୁ ନେଇ ପଡୋଶୀଙ୍କ୨ପୁଅ ଲକ୍ଷ୍ମୀଧରଙ୍କ ପରିବାରକୁ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲା। ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀଧରଙ୍କ ପରିବାର ଶୋଇଥିବା ସମୟରେ ଚାଳ ଉପରୁ ନିଆଁ ଖସିବାରୁ ସେ ନିଜ ପରିବାରକୁ ଡାକି ଉଠାଇ ବାହାରକୁ ବାହାରି ଯିବାକୁ କହିଥିଲେ। ମାତ୍ର ଘର ବାହାରୁ କେହି ଚାବି ପକାଇ ଦେଇଥିବାବେଳେ ଲକ୍ଷ୍ମୀଧରଙ୍କ ପରିବାର ନିଜ ଘର କବାଟ ଭାଙ୍ଗି ଘର ବାହାରକୁ ଆସିଥିଲେ। ଘରୁ ବାହାରିବା ପରେ ପଡୋଶୀଙ୍କ ୨ପୁଅ ମୋଟରସାଇକେଲରେ ପଳାଇ ଯାଇଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଧାମରା ଦମକଳବାହିନୀକୁ ଖବର ଦେବାରୁ ଦମକଳ ପହଂଚି ନିଆଁକୁ ଆୟତ କରିଥିଲେ।କେଉଁ ପରିସ୍ଥିତିରେ ଲକ୍ଷ୍ମୀଧରଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି ଏ ନେଇ ଲମ୍ବୋଦର ଆଜି ଧାମରା ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ଦୋଷ୍‌ୀଙ୍କୁ ଗିରଫ କରିବାକୁ ଅଂଚଳବାସୀ ଦାବୀ କରିଥିବା ବେଳେ ତୁରନ୍ତ ନିଜର ବହୁ ଘରକରଣା ସାମଗ୍ରୀ ହରାଇଥିବା ଲକ୍ଷ୍ମୀଧରଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ମଧ୍ୟ ହୋଇଛି। ଏନେଇ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ଲିଖିତ ଅଭିଯୋଗ ପାଇଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସେ ବ୍ୟସ୍ତ ଥିବାରୁ ସେ ଏହାର ତଦନ୍ତ କରିବା ସହ ଦୋଷ୍‌ୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.