Home ଜିଲ୍ଲା ପରିକ୍ରମା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଭଦ୍ରକ ଜିଲା ଶାଖାର ସାମ୍ବାଦିକ ସମ୍ମିଳନୀ, ସଂଘରୁ ବହିଷ୍କୃତ...

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଭଦ୍ରକ ଜିଲା ଶାଖାର ସାମ୍ବାଦିକ ସମ୍ମିଳନୀ, ସଂଘରୁ ବହିଷ୍କୃତ ୨ ଶିକ୍ଷକ ନେତାଙ୍କ ୨୦ରେ ହେବାକୁ ଥିବା ବୈଠକକୁ ଘୋର ବିରୋଧ ଓ ନିନ୍ଦା

28
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ଭାଗବତ କଲ୍ୟାଣ ମଣ୍ଡପ ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ (ଏୟୁପିଟିଏଫ), ଭଦ୍ରକ ଜିଲା ଶାଖା ପକ୍ଷରୁ ସଂଘ ବିରୋଧୀ କାର୍ଯ୍ୟକ୍ରମ ଯୋଗୁଁ ରାଜ୍ୟ ସଂଘରୁ ପଦ ରହିତ ତଥା ୫ ବର୍ଷ ପାଇଁ ନିଲମ୍ବିତ ହୋଇଥିବା ୨ ଜଣ ଶିକ୍ଷକ ନେତା ରାଜ୍ୟ ସଂଘର ନକଲି ପେଡ୍ ଓ ରେଜିଷ୍ଟ୍ରେସନ ନମ୍ବର ବ୍ୟବହାର କରି ଆସନ୍ତା ୨୦ ତାରିଖ ଦିନ ଭଦ୍ରକରେ ଏକ ଆଲୋଚନା ଚକ୍ର ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରିବା ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏବଂ ଏଭଳି ଏକ ଆଇନ୍ ବିରୁଦ୍ଧ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ସମସ୍ତ ଶିକ୍ଷକମାନେ ଅବଗତ ହେବା ସହ ଏକ କାର୍ଯ୍ୟ ଦିବସ ଦିନ ଅନୁଷ୍ଠିତ ହେଉଥିବା ଏହି ବେଆଇନ୍ ବୈଠକରେ ଭ୍ରମିତ ନହୋଇ ଯୋଗ ନଦେବାକୁ ଅନୁରୋଧ କରିଛନ୍ତି। ଆଜି ଭାଗବତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂଘର ଉପସଭାପତି ପ୍ରଦୀପ କୁମାର ଦାସ, ଭଦ୍ରକ ଜିଲା ପ୍ରାଥମିକ ଶିକ୍ଷକ ସଂଘର ଜିଲା ସଂପାଦକ ମନୋରଂଜନ ନାୟକ, ଉପସଭାପତି ଭାସ୍କର ଚନ୍ଦ୍ର ନାୟକ, ସଂଗଠନ ସଂପାଦକ ସମୀର କୁମାର ଜେନା, ସହ ସଂପାଦକ ଭାବଗ୍ରାହୀ ଖୁଂଟିଆ, ସୁଧୀର କୁମାର ରାଉତ, ରୂପେଶ କୁମାର ସାହୁ, କୋଷାଧ୍ୟକ୍ଷ ଗିରିଧାରୀ ଚାନ୍ଦ, ଅରୁଣ କୁମାର ମଲ୍ଲିକ, ସୁରେନ୍ଦ୍ର କୁମାର ମଲ୍ଲିକ, ଅବଦୁଲ ରବ, ସସ୍ମିତା ମହାନ୍ତି, ସୁପ୍ରୀତି ଖୁଂଟିଆ, ସସ୍ମିତା ମଂଜରୀ ନାୟକ, ସବିର ସିଂ, ଜ୍ୟୋତିର୍ମୟ ଅଗସ୍ତି, ପ୍ରଦୀପ ଜେନା, ରାଧାଶ୍ୟାମ ବାରିକ, ଚିତ୍ରଭାନୁ ଦାସ ପ୍ରମୁଖ ଯୋଗଦେଇ “ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ” (ଏୟୁପିଟିଏଫ) ଓଡ଼ିଶାର ସର୍ବବୃହତ ସରକାରୀ ସ୍ୱୀକୃତି ପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ ହୋଇଥିବାବେଳେ ରାଜ୍ୟରେ ପ୍ରାଥମିକ ଶିକ୍ଷାର ଉନ୍ନତି ନିମନ୍ତେ ଏହି ସଂଗଠନ ସର୍ବଦା ପ୍ରୟାସରତ ବୋଲି କହିଥିଲେ। ଏବଂ ସଂଗଠନ ସରକାରଙ୍କ ସହିତ ଆଲୋଚନା କରି ଶିକ୍ଷକ ମାନଙ୍କର ବିଭିନ୍ନ ଦାବୀ ହାସଲ କରିବା ସହିତ ଅନେକ ଦାବୀ ହାସଲ ପାଇଁ ଚେଷ୍ଠା ଜାରି ରଖିଛି। କିନ୍ତୁ ଏହି ସଂଗଠନ ( “ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ) ରୁ ବହିଷ୍କୃତ ହୋଇଥିବା ପୂର୍ବତନ ସଭାପତି ରମଣୀ ରଂଜନ ତ୍ରିପାଠୀ ଓ କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ଦାସ ଯେଉଁମାନେ ଭଦ୍ରକ ଜିଲ୍ଲାର ଅଧିବାସୀ ନୁହନ୍ତି ସେମାନେ ସଂଗଠନର ନିୟମ କୁ ବେଖାତିର କରି ଏକ ଫେକ୍ ଲେଟର ପେଡ ତିଆରି କରି ଭଦ୍ରକ ଜିଲ୍ଲାର କିଛି ଅସାଧୁ ତଥା ସଂଗଠନ ବିରୋଧୀ ଶିକ୍ଷକଙ୍କୁ ଏକତ୍ରିତ କରି ଜିଲ୍ଲା ଶହୀଦ ସ୍ମୃତି ଭବନ (ଟାଉନ ହଲ) ରେ ଏକ ସଭା ଆୟୋଜନ କରୁଥିବାର ସେମାନଙ୍କ ନଜରକୁ ଆସିଥିବାର କହିଛନ୍ତି। ଏହି କାର୍ଯ୍ୟକ୍ରମ ଆଢ଼ୁଆଳରେ ସେମାନେ ପୁନର୍ବାର ସକ୍ରିୟ ହୋଇ ସଙ୍ଗଠନରେ ସାମିଲ ହେବାକୁ ଆଶା ରଖିଛନ୍ତି। ସେମାନଙ୍କର ଏତାଦୃଶ ସଂଘ ବିରୋଧୀ କାର୍ଯ୍ୟକୁ ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଦୃଢ଼ ବିରୋଧ କରିବ ବୋଲି ସେମାନେ ସୂଚନା ଦେଇଛନ୍ତି। କାରଣ “ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ” ର ରାଜ୍ୟ ପରିଷଦ ସଭ୍ୟ ଏପରିକି ସଂଗଠନ ର ସଭାପତି ଓ ମହାସଚିବ ଓ ବିଶେଷ କରି ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଏ ବାବଦରେ ଅବଗତ ନାହାଁନ୍ତି। ତେଣୁ ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଓ ଜିଲ୍ଲାର ଅନ୍ୟ ବର୍ଗର ଶିକ୍ଷକ ସଂଘର କର୍ମକର୍ତା ଏପରି କାର୍ଯ୍ୟକ୍ରମକୁ ନିନ୍ଦା କରିବା ସହିତ, ଯଦି ଭଦ୍ରକ ଜିଲ୍ଲାରେ ଏପରି କାର୍ଯ୍ୟକ୍ରମ କେହି କରନ୍ତି ତାହାକୁ ଦୃଢ଼ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.