Home ଜିଲ୍ଲା ପରିକ୍ରମା କିଡ଼ିନି ଜନିତ ରୋଗରେ ଶିକ୍ଷକଙ୍କ ପରଲୋକ

କିଡ଼ିନି ଜନିତ ରୋଗରେ ଶିକ୍ଷକଙ୍କ ପରଲୋକ

21

ଭଦ୍ରକ, ୧୭ା୯ (ଓଡ଼ିଆପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଦୋବଲ ସ୍ଥିତ ଏସ ଏ ଜେ ହାଇସ୍କୁଲର ଶିକ୍ଷକ ଶରତ ଚନ୍ଦ୍ର ପୃଷ୍ଟି (୫୮)ଙ୍କ ଗତକାଲି ରାତି ରେ ପରଲୋକ ଘଟିଛି।ସ୍ୱର୍ଗତ ପୃଷ୍ଟି ଗତ କିଛି ମାସ ଧରି କିଡନୀ ଜନିତ ରୋଗରେ ପୀଡିତ ଥିଲେ । ଆଜି ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ନିଜ ଗ୍ରାମ ସୋଧ ପରିକ୍ରମା ସହିତ ସ୍ଥାନୀୟ ଏସଏଜେ ହାଇସ୍କୁଲ କୁ ନିଆଯାଇଥିଲା। ସେଠାରେ ପ୍ରଧାନ ବିଭୂତି ଭୂଷଣ ମିଶ୍ର, ସି ଆର ସି ସି ହାପା ମାରାଣ୍ଡି ,ପରିଚାଳନା କମିଟି ର ସଦସ୍ୟ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମର ଶରୀରକୁ ପୁରି ସ୍ୱର୍ଗଦ୍ୱାର ନିଆଯାଇ ସତ୍କାର କରାଯାଇଛି। ଏହି ଦୁଖଦ ଖବରପାଇ ସ୍ଥାନୀୟ ଅଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀ, ରାଜନେତା, ଶିକ୍ଷାବିତ ଓ ସମାଜସେବୀ ଶେଷ ଦର୍ଶନ କରିବା ସହ ଶୋକାକୂଳ ପରିବାର ଙ୍କୁ ସମବେଦନା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.