Home ଜିଲ୍ଲା ପରିକ୍ରମା ମହମ୍ମଦଙ୍କ ଜନ୍ମ ଦିବସ ପାଳନ, ଜୁଲୁସ ଶୋଭାଯାତ୍ରାରେ ଝଲସିଲା ଧାମନଗର

ମହମ୍ମଦଙ୍କ ଜନ୍ମ ଦିବସ ପାଳନ, ଜୁଲୁସ ଶୋଭାଯାତ୍ରାରେ ଝଲସିଲା ଧାମନଗର

7

ଭଦ୍ରକ,୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ମହାପୁରୁଷ ମହମ୍ମଦଙ୍କ ପବିତ୍ର ଜନ୍ମ ଦିବସ ଇଦ୍ ମିଲାଦୁନନବୀ ଆଡମ୍ବରରେ ପାଳନ କରାଯାଇଛି। ଧାମନଗର ଏନ ଏ ସି ର ବିଭିନ୍ନ ସାହି ବସ୍ତି ରୁ ୩୨ ଟି ଜୁଲୁସ ଓ କାଫେଲା ମାନ ବାହାରି ଖାନକା ସରିଫ କୁ ଯାଇଥିଲା।ସେଠାରେ ପୀରବାବା ହଜରତ ମୁଜାହିଦ-ଏ-ମିଲ୍ଲତ ଙ୍କ ଆସ୍ଥାନ ଦର୍ଶନ କରିବା ପରେ ସନ୍ଧ୍ୟା ରେ ସମସ୍ତ ଜୁଲୁସ ଓ କାଫେଲା ଏକତ୍ରୀତହୋଇ ଶୋଭାଯାତ୍ରାରେ ବାହାରିଥିଲା। ତାଜିଆମାନ ଶୋଭାଯାତ୍ରାରେ ବଡବଜାର,ସାନବଜାର ପରିକ୍ରମାକରି ଜଗତି କଦମରସୁଲ ପର୍ଯ୍ୟନ୍ତ ଯାଇଥିଲା।ରାସ୍ତାର ଦୁଇ ପାର୍ଶ୍ୱରେ ପେଣ୍ଡାଲ ମାନ କରାଯାଇଥିବାବେଳେ ବିଭିନ୍ନ ଅନୁଷ୍ଠାନ ତରଫରୁ ଜୁଲୁସର ମୁରବି ମାନଙ୍କୁ ଉପହାରମାନ ପ୍ରଦାନ କରାଯାଇଥିଲା। ବିଳମ୍ବିତ ରାତିରେ ଜଗତି କଦମରସୁଲ ଠାରେ ଜୁଲୁସ ଗୁଡିକ ପହଂଚିଥିଲା।ସେଠାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଜୁଲୁସ ଗୁଡିକୁ ସ୍ୱାଗତ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଜେଡି,ବିଜେପି,କଂଗ୍ରେସ ତରଫରୁ ପେଣ୍ଡଲ ମାନ କରାଯାଇ ଜୁଲୁସ ଗୁଡିକୁ ସ୍ୱାଗତ କରାଯାଇଥିଲା । ଆଜି ଜଗତି କଦମରସୁଲ ମଜାରରେ ଥିବା ତବୃକାତ ଙ୍କୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦର୍ଶନ କରିଥିଲେ।ହଜାର ହଜାର ସଂଖ୍ୟାରେ ମୁସଲମାନଭାଇ ଭଉଣି ମାନେ ପୃଥକ ପୃଥକ ଭାବେ ଦର୍ଶନ କରିଥିବାବେଳେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଲଙ୍ଗରର ବ୍ୟବସ୍ଥା କରାଯାଥିଲା।ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଏସଡିପିଓ ତ୍ରିଲୋଚନ ସେଠୀ ଓ ଆଇଆଇସି ଫଣୀନ୍ଦ୍ର ଭୂଷଣ ନାୟକଙ୍କ ତତ୍ୱାବଧାନରେ ସାତ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.