Home ଜିଲ୍ଲା ପରିକ୍ରମା ଭଦ୍ରକରେ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ, ପ୍ରତିୂକଳ ପାଗ୍ ସତ୍ୱେ ସହର ପରିକ୍ରମା କଲା ୬୭...

ଭଦ୍ରକରେ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ, ପ୍ରତିୂକଳ ପାଗ୍ ସତ୍ୱେ ସହର ପରିକ୍ରମା କଲା ୬୭ ଚିତାକର୍ଷକ “ଜୁଲୁସ” ଓ “କାଫେଲା”

12

ଭଦ୍ରକ,୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଇସଲାମ ଧର୍ମର ପ୍ରବତକ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ (ଜଶ୍ନ-ଏ-ଈଦ ମିଲାଦୁନ୍ ନବୀ) ଭଦ୍ରକ ସହରରେ ଆନନ୍ଦ ଉଲ୍ଲାସ ସହ ଶାନ୍ତି ଶୃଙ୍ଖଳା ମଧ୍ୟରେ ପାଳନ କରାଯାଇଛି। ଏହି ପର୍ବ ଉପଲକ୍ଷେ ସମଗ୍ର ଭଦ୍ରକ ସହର ଉତ୍ସବ ମୁଖର ହୋଇ ଉଠିଥିଲା। ପୁରୁଣା ବଜାର ସ୍ଥିତ ଚୌଖଣ୍ଡିରୁ ଶୁଭାରମ୍ଭ ହୋଇଥିଲା। ଏହି ଉତ୍ସବକୁ ଭଦ୍ରକ ମୁସଲିମ ଜମାର ସଭାପତି ହାଜୀ ମହମ୍ମଦ ଅବଦୁଲ ବାରୀଙ୍କ ପୌରହିତରେ ଆରମ୍ଭ ହୋଇଥିଲା ଏବଂ ଭଦ୍ରକର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ଓ ସମାଜସେବୀ ବିଦ୍ୟାଧର ସାହୁ ଉପସ୍ଥିତ ଥିଲେ। ଏହି ଶୁଭାରମ୍ଭ ସନ୍ଧ୍ୟା ୬ ଘଟିକା ସମୟରେ ପ୍ରତିକୂଳ ପାଗ ସତ୍ୱେ ଆରମ୍ଭ ହୋଇଥିଲା। ଏଥିରେ ମୁସଲିମ ଜମାତର ଉପ ସଭାପତି ଶେଖ ମହମ୍ମଦ ଜକାଉଲ୍ଲା, ସାଧାରଣ ସମ୍ପାଦକ ହାଜୀ ଶେଖ ଏନାମ ମହମ୍ମଦ, ସଂପାଦକ ଶେଖ ସିରାଜୁଦ୍ଦିନ, ଈଦ ମିଲାଦୁନ ନବୀ ତଥା ସିରତ କମିଟିର ସଭାପତି ହାଜୀ ଅବଦୁଲ ମୁକିତ ଖାନ, ଉପସଭାପତି ଇଂ ରେଜାଏ ରସୁଲ, ସଂପାଦକ ଅସରଫ ଅଲି ଖାନ, ସହ-ସଂପାଦକ ମହେବୁବ ଖାନ୍‌, କୋଷାଧ୍ୟକ ମିର୍ଜା ଏକ୍ରାମ ବେଗ ପ୍ରମୁଖ ଉପସ୍ଥିତ ରହିଥିଲେ। ୬୭ଟି ସୁସଜ୍ଜିତ ଚିତାକର୍ଷକ “ଜୁଲୁସ” ଓ “କାଫେଲା” ଚୌଖଣ୍ଡି ରୁ ବାହାରି ପୁରୁଣାବଜାର, ଲାହାପଟ୍ଟି, ପାଟଣାସାହି, ନଙ୍ଗାମହଲ୍ଲା, ହଜାରୀନଗର, କଚେରୀ ବଜାର, ନୂଆ ବଜାର, କଦମବେଢ଼ା, ଶଙ୍କରପୁର ଓ ହେଲାସାହି ଛକ ଦେଇ ସହର ପରିକ୍ରମା କରି ମଦିନା ମଇଦାନଠାରେ ପହଂଚିଥିଲା। ବିଶେଷକରି “କାଫେଲା”ରେ ଛୋଟ ଛୋଟ ଶିଶୁମାନଙ୍କ ଗୋଟିଏ ପ୍ରକାର ପୋଷାକରେ ଓ ଜୁଲୁସ (ମେଢ଼) କୁ ଅନୁଭବ କାରିଗରମାନଙ୍କ ତିଆରି ଶୋଭାଯାତ୍ରା ଓ ବେଶ ଆକର୍ଷଣୀୟ ହୋଇଥିଲା। ଭଦ୍ରକ ଏକ ଭାଇଚାରା ସହର। ଏହି ସହରରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ଏକ ହୋଇ ପର୍ବପର୍ବାଣି ପାଳନ କରିଥାନ୍ତି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ “ଜୁଲୁସ ଓ କାଫେଲା” ସହର ପରିକ୍ରମା କରିବା ସମୟରେ ପ୍ରତ୍ୟେକ ଛକ ଛକରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ସରବତ, ପ୍ରସାଦ, ମିଷ୍ଟାନ ଓ ବିଭିନ୍ନ ପ୍ରକାରର ଉପହାର ବଂଟନ କରାଯାଇଥିଲା। ସହର ପରିକ୍ରମା ସ୍ଥାନରେ ବିଭିନ୍ନ କମିଟି ତରଫରୁ ଆକର୍ଷଣୀୟ ଗେଟ୍ ଓ ରଙ୍ଗ ବେରଙ୍ଗର ଆଲୋକ ସଜା ଯାଇଥିଲା। ମଦିନା ମଇଦାନରେ ରାତ୍ରି ୯ ଘଟିକା ସମୟରେ କବି ମୁସ୍ତାକ ଗୌହରଙ୍କ ସଂଚାଳନରେ ଏକ ଧର୍ମସଭା ଚାଲୁ ରହିଛି। ଏହି ଧର୍ମସଭାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ମୌଲାନା (ପଣ୍ଡିତ), ସାଏର (କବି) ଯୋଗଦାନ କରି ହଜରତ ପ୍ରଫେଟଙ୍କ ତ୍ୟାଗପୂତ୍ର ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖି ଆଲୋକପାତ କରିଥିଲେ। ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ ଉପସ୍ଥିତ ରହି ଶୋଭାଯାତ୍ରାକାରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏହି ସଭାରେ ମୁସଲିମ ଜମାତର ଏସ.ଏମ.ଫାରୁକ, ହାଜି କାଶିମ ଖାନ, ହାଜୀ ଅନୱର ହୋସେନ, ହାଜୀ ଅବୁ ସୁଫିୟାନ, ଜମିଲ ଅଖତର ଖାନ, ହାଜି ସବ୍‌ବିର ଅଲି, ହାଜି ତବାରକ ଅଲି, ହାଜି ମତଲୁବ ଅଲି, ଇଂ ହବିବୁଲ୍ଲା ଖାନ, ଅଖତର ଅଲି ଖାନ, ସେର ଅଲି ଖାନ, ହାଜୀ ଅବଦୁଲ ଦୟାନ, ମିଡିଆ ସେଲ ସଂଯୋଜକ ଶେଖ ଅନୱର(ବାବୁ), ଶେଖ ହବିବୁଲ୍ଲା, ଜାୱେଦ ଅଖତର, ଶେଖ ଅବୁ କଲାମ, ଶେଖ ଜଲାଲ, ହଇଦର ଖାନ, ହାଜି ହଫିଜୁର ରହେମାନ, ହାଜୀ ସଇଦ ସାହା, ହାଜୀ କୟୁମ ସାହା, ଲୋକମାନ ଖାଁ ଓ ଅନୱର କୋରେଶି ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରା ସହିତ ଧର୍ମସଭାରେ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.