Home ଜିଲ୍ଲା ପରିକ୍ରମା ଏନଏଚ-୧୬ର କେତେକ ସମ୍ବେଦନଶୀଳ ସ୍ଥାନରେ ଅଣ୍ଡରପାସ, ଫୁଟ୍‌ବ୍ରିଜ୍ ଓ ସର୍ଭିସ୍ ରୋଡ୍ ନିର୍ମାଣ ପ୍ରସଙ୍ଗ, କେନ୍ଦ୍ରମନ୍ତ୍ରୀ...

ଏନଏଚ-୧୬ର କେତେକ ସମ୍ବେଦନଶୀଳ ସ୍ଥାନରେ ଅଣ୍ଡରପାସ, ଫୁଟ୍‌ବ୍ରିଜ୍ ଓ ସର୍ଭିସ୍ ରୋଡ୍ ନିର୍ମାଣ ପ୍ରସଙ୍ଗ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ପତ୍ର ଲେଖିଲେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ

9

ଭଦ୍ରକ,୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ଯାଇଥିବା ୧୬ନଂ ଜାତୀୟ ରାଜପଥର କେତୋଟି ଦୁର୍ଘଟଣାଜନିତ ସମ୍ବେଦନଶୀଳ ସ୍ଥାନରେ ଅଣ୍ଡରପାସ୍ (ଗଳା ପୋଲ), ଫୁଟ୍ ବ୍ରିଜ୍ ଏବଂ ସର୍ଭିସ୍ ରୋଡ୍ ନିର୍ମାଣ ପାଇଁ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଗତ ୧୨ ତାରିଖ ଦିନ ତାଙ୍କର ପତ୍ର ନଂ ୪୯/ଏମ.ପି./ବିଡିକେ/୨୪ ମୂଳେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଜୟରାମ ଗଡକରୀଙ୍କୁ ଏକ ପତ୍ର ପ୍ରଦାନ କରିଛନ୍ତି। ଏହି ପତ୍ରରେ ସାଂସଦ ଶ୍ରୀ ସେଠୀ ଉଲ୍ଲେଖ କରିଥିବା ତଥ୍ୟ ମୂଳେ ଭଦ୍ରକ ଜିଲାର ୧୬ନଂ ଜାତୀୟ ରାଜପଥର ଭଣ୍ଡାରିପୋଖରୀରୁ ବାଲେଶ୍ୱର ମଧ୍ୟରେ ନିର୍ମାଣାଧୀନ ୬ ଲେନ୍ ରାସ୍ତାର କେତୋଟି ଛଲ୍ଲେଖନୀୟ ସ୍ଥାନ ଭଣ୍ଡାରିପୋଖରୀରୁ ବାହାନଗା ଯାହା ଭଦ୍ରକ ସଂସଦୀୟ କ୍ଷେତ୍ରରେ ଯାଉଛି। ଏହି ସ୍ଥାନଗୁଡିକର କେତୋଟି ସ୍ଥାନରେ ସ୍ଥାନୀୟ ଗ୍ରାମବାସୀ, ଚାଷୀ, ପଶୁ ସଂପଦ ଏବଂ ସ୍କୁଲ କଲେଜ ଛାତ୍ରଛାତ୍ରୀ ରାସ୍ତା ଅତିକ୍ରମ କରୁଛନ୍ତି। ମାତ୍ର ଆବଶ୍ୟକୀୟ ଭିତିଭୂମି ଅଭାବରୁ ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ପ୍ରତିଦିନ ଛୋଟବଡ ଦୁର୍ଘଟଣାମାନ ବୃଦ୍ଧି ପାଇବାରେ ଲାଗିଛି। ଏଣୁ ଭଣ୍ଡାରିପୋଖରୀ ବ୍ଲକ୍‌ରେ ଯାଉଥିବା ବିଷ୍ଣୁପୁରସ୍ଥିତ ଚିଙ୍ଗିଡିପୁର କେନାଲ ଛକ ଠାରେ ଏକ ଫୁଟ୍ ବ୍ରିଜ୍ (ଅଣ୍ଡରପାସ), ଭଦ୍ରକ ବ୍ଲକ୍‌ର ରାହାଞ୍ଜ ଗ୍ରାମପଂଚାୟତ ଅସୁରା ନିକଟ ଖେମକା ଛକ ଠାରେ ଏକ ଅଣ୍ଡରପାସ୍‌, ବାଲେଶ୍ୱର ଜିଲା ସୋରୋ ବ୍ଲକ୍‌ର ଅଲ୍ଲୀପୁରରୁ ଛପରପଦାର ତଳନଗରକୁ ଭେଇକୁଲାର ଅଣ୍ଡରପାସ୍ ୧୫୨+୭୭୦ ଏବଂ ଏହା ୧୬ନଂ ଜାତୀୟ ରାଜପଥର ଅଲ୍ଲୀପୁର ଛପରପଦା ସର୍ଭିସ୍ ରୋଡ୍‌କୁ ସଂଯୋଗୀକରଣ, ହାଲୁକା ଯାନ ଯାତାୟତ ପାଇଁ ଭଦ୍ରକ ବ୍ଲକ୍‌ର ରାହାଞ୍ଜ ଗ୍ରାମପଂଚାୟତ ଅସୁରା ନିକଟ ଚରମ୍ପା କଲେଜ ଛକ ଓ ସିମୁଳିଆ କଲେଜ ନିକଟ ଏକ ଫୁଟ୍ ବ୍ରିଜ୍ (ଅଣ୍ଡରପାସ), ହାଲୁକା ଯାନ ଯାତାୟତ ଭଦ୍ରକ ପୌରପାଳିକା, ଚରମ୍ପା କେନାଲ ରୋଡ୍ ନିକଟରେ ଅଣ୍ଡରପାସ ଏବଂ ଭଦ୍ରକ ପୌରପାଳିକାର ବନ୍ତଛକ (ମୋଟେଲ ଛକ) ରୁ ନୂଆବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଡ୍ରେନ୍ ସହିତ ରାସ୍ତା ସଂପ୍ରସାରଣ ପାଇଁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.