Home ଜିଲ୍ଲା ପରିକ୍ରମା ଭଦ୍ରକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୬୪୧୦୯୭୯୩ ଟଙ୍କାରେ ୨୩୮୧ ଟି ମୋକଦ୍ଦମାର ଆପୋଷ ସମାଧାନ

ଭଦ୍ରକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୬୪୧୦୯୭୯୩ ଟଙ୍କାରେ ୨୩୮୧ ଟି ମୋକଦ୍ଦମାର ଆପୋଷ ସମାଧାନ

14

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତୃତୀୟ ଲୋକ ଅଦାଲତ ଜାତୀୟ ଆଇନ୍ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ନେହା ଅଗ୍ରୱାଲ ଏହି ଲୋକ ଅଦାଲତକୁ ପରିଚାଳନା କରିଥିଲେ । ମୋଟ ୬୪୧୦୯୭୯୩ ଟଙ୍କାରେ ୨୩୮୧ ଟି ମୋକଦ୍ଦମାର ଆପୋଷ ସମାଧାନ ହୋଇଥିଲା । ସେଗୁଡ଼ିକ ମଧ୍ୟରେ ବିଭିନ୍ନ ମୋଟରଯାନ ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲର ବିଚାରାଧୀନ ଥିବା ୫୪ ଟି ମାମଲାର ୩୦୪୬୦୦୦୦ ଟଙ୍କାରେ, ୪୦ଟି ଚେକ ବୌନ୍ସ, ପୁନଃରୁଦ୍ଧାର ମାମଲା ୮୫୭୦୮୭୪ ଟଙ୍କାରେ ୨୦ଟି ବୈବାହିକ ବିବାଦ, ୧୭୬୪ ଟି ରାଜସ୍ୱ ମୋକଦ୍ଦମା, ୩୧୯୯୬୨ ଟଙ୍କାରେ ୮୪ ଟି ଅନ୍ୟାନ୍ୟ ଦେୱାନୀ ମାମଲା, ପ୍ରାକ୍ ମୋକଦ୍ଦମା ମଧ୍ୟରେ ବିଭିନ୍ନ ବ୍ୟାଙ୍କରେ ୧୬ଟି ବ୍ୟାଙ୍କ ଋଣ ମାମଲା ୩୦୯୩୦୦୬ ଟଙ୍କାରେ ଭାରତ ସଂଚାର ନିଗମ ଲିମିଟେଡ଼ର ଟେଲିଫୋନ ବିଲ ସମ୍ବନ୍ଧୀୟ ୧୯ଟି ମାମଲା ୪୨୧୫୩ ଟଙ୍କାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.