Home ଜିଲ୍ଲା ପରିକ୍ରମା ସିପିଆଇ(ଏମ) ମହାସଚିବ ସୀତାରାମ ୟେଚୁରୀଙ୍କ ମୃତ୍ୟୁରେ ଭଦ୍ରକରେ ଶୋକ

ସିପିଆଇ(ଏମ) ମହାସଚିବ ସୀତାରାମ ୟେଚୁରୀଙ୍କ ମୃତ୍ୟୁରେ ଭଦ୍ରକରେ ଶୋକ

20

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ସର୍ବଭାରତୀୟ ସାଧାରଣ ସଂପାଦକ, ବିଶ୍ୱ କମ୍ୟୁନିଷ୍ଟ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର, ଭାରତରେ ଫାଶୀବାଦୀ ବିରୋଧୀ ଆନ୍ଦୋଳନର ମୁଖ୍ୟ ନେତା ସୀତାରାମ ୟେଚୁରୀ ଆଜି ଦିଲ୍ଲୀ ସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ରେ ଫୁସଫୁସ ଜନିତ ରୋଗରେ ପୀଡ଼ିତ ହୋଇ ୭୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି । ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ନିର୍ବାଚିତ ହେବା ପରେ ଭାରତର ଛାତ୍ର ଫେଡେରେସନ ର ସର୍ବଭାରତୀୟ ସଭାପତି ହୋଇଥିଲେ । ତାର ପରବର୍ତୀ ଅବସ୍ଥାରେ ସିପିଆଇ(ଏମ) ର କେନ୍ଦ୍ର କମିଟି ସଭ୍ୟ ଓ ୨୦୧୪ ରେ ସିପିଆଇ(ଏମ) ମହାସଚିବ ଭାବେ ନିର୍ବାଚିତ ହୋଇଥିଲେ । ସିପିଆଇ(ଏମ) ରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇ ଭାରତୀୟ ସଂସଦୀୟ ଗଣତନ୍ତ୍ରର ଅନ୍ୟତମ ରକ୍ଷକ ଭାବେ ଦେଶ ତମାମ ସେ ପରିଚିତ ଥିଲେ । ନିକଟ ଅତୀତରେ ସଂଗଠିତ ହୋଇଥିବା ରାଜନୈତିକ ମେଂଟ ଇଣ୍ଡିଆ ର ଅନ୍ୟତମ କର୍ଣ୍ଣଧାର ଭାବେ ଧର୍ମନିରପେକ୍ଷ ସପକ୍ଷବାଦୀ ଜନତାଙ୍କ ହୃଦୟରେ ସେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ତାଙ୍କ ମୃତ୍ୟୁ ରେ ଆମ ଦେଶ ଜଣେ ବିପ୍ଲବୀ ଙ୍କୁ ହରାଇଲା ବୋଲି ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଭଦ୍ରକ କଚେରୀ ସ୍ଥିତ ପୂର୍ତବିଭାଗ ଡାକ ବଙ୍ଗଳା ସମ୍ମୁଖରେ ସଂଗଠିତ ସୀତାରାମ ୟେଚୁରୀ ଙ୍କ ସ୍ମୃତି ଚାରଣ ସଭାରେ ସିପିଆଇ(ଏମ) ନେତୃତ୍ୱ ପ୍ରକାଶ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ସିପିଆଇ(ଏମ) ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ ସଭାପତିତ୍ୱ କରିଥିବା ବେଳେ ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ବରିଷ୍ଠ ନେତା ଅଭିନ୍ନ ଚନ୍ଦ୍ର ରାୟ, ଭଦ୍ରକ ଆଞ୍ଚଳିକ କମିଟି ସଂପାଦକ ରାଧା ଦାସ, ମହିଳା ନେତ୍ରୀ ସୁରଜିତା ନାୟକ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ବିନୋଦ ସାହୁ, କାଳନ୍ଦୀ ପାତ୍ର, ବାମଦେବ ମିଶ୍ର, ଆଇନଜୀବୀ ରଞ୍ଜନ ନାୟକ, ଅଶୋକ ନାୟକ, ଗିରିଧାରୀ ନାଥ, ଯୁବ ନେତା ଉଜ୍ୱଳ ଜେନା, କାଲୁ ଖାନ୍‌, ସେକ୍ ସିକ୍ରୁ, ସୁବ୍ରତ ସାମଲ, ମଂଟୁ ମୁଣ୍ଡା ପ୍ରମୁଖ ଗରିବ ମଣିଷର ପ୍ରିୟ ନେତା ସୀତାରାମ ୟେଚୁରୀ ଙ୍କ ସ୍ମୃତି ଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.