Home ଜିଲ୍ଲା ପରିକ୍ରମା ପୂର୍ବତନ ସରପଂଚଙ୍କ ଦବଙ୍ଗଗିରି, ରଣକ୍ଷେତ୍ର ପାଲଟିଲା ବାସୁଦେବପୁର ବ୍ଳକ

ପୂର୍ବତନ ସରପଂଚଙ୍କ ଦବଙ୍ଗଗିରି, ରଣକ୍ଷେତ୍ର ପାଲଟିଲା ବାସୁଦେବପୁର ବ୍ଳକ

26

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବାସୁଦେବପୁର ବ୍ଲକ ପରିସର ରେ ବାଲିମେଦ ପଂଚାୟତର ପୂର୍ବତନ ସରପଂଚ ତଥା ବିଜେଡିର ବରିଷ୍ଠ ନେତା ଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ଖବର ଅନୁସାରେ ଅପରାହ୍ନରେ ବାସୁଦେବପୁର ବ୍ଳକ ପରିସର ରେ ଜନୈକ ମହିଳା ଙ୍କ ସହିତ ଯୁକ୍ତିତର୍କ ପରେ ବାବୁ ପ୍ରଫୁଲ୍ଲ ପ୍ରଳିତା ମହିଳାଙ୍କୁ ଗୋଇଠା ପରେ ଗୋଇଠା ମାରିଚାଲିଲେ । କିଛି ସମୟ ପାଇଁ ରଣ କ୍ଷେତ୍ର ପାଲଟି ଥିଲା ବାସୁଦେବପୁର ବ୍ଲକ । ଖବର ପାଇଁ ଘଟଣା ସ୍ଥଳରେ ବାସୁଦେବପୁର ପୋଲିସ ପହଁଚି ଜନୈକ ମହିଳାଙ୍କୁ ଉଠାଇ ନେଇଯାଇଥିଲେ ମଧ୍ୟ ବାବୁ ପ୍ରଫୁଲ୍ଲ ପଳିତାଙ୍କୁ ନେଇନଥିଲା । ପରବର୍ତୀ ସମୟରେ ପ୍ରଫୁଲ୍ଲ ପଳିତା ଜନୈକ ମହିଳାଙ୍କ ନାମରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ବାସୁଦେବପୁର ପୋଲିସ ମହିଳାଙ୍କ ଅଟକ ରଖିଥିବା ବେଳେ ଖୋଲା ବୁଲୁଛନ୍ତି ପୂର୍ବତନ ସରପଂଚ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.