Home ଜିଲ୍ଲା ପରିକ୍ରମା ଧାମନଗର ସ୍ୱାସ୍ଥ୍ୟ କେନ୍ଦ୍ର ସେବା ବିପର୍ଯ୍ୟସ୍ତ, ଆଶା ଦିଦି ଦେଉଛନ୍ତି ସାଲାଇନି

ଧାମନଗର ସ୍ୱାସ୍ଥ୍ୟ କେନ୍ଦ୍ର ସେବା ବିପର୍ଯ୍ୟସ୍ତ, ଆଶା ଦିଦି ଦେଉଛନ୍ତି ସାଲାଇନି

5

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ସ୍ୱାସ୍ଥ୍ୟ ସେବା ପାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସଧାରଣ ଲୋକ ମାନେ ତାହାର ସୁଫଳ ପାଇ ପାରୁନାହାଁନ୍ତି। ତେବେ ଏପରି ଘଟଣା ଘଟିଛି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ। ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରତ୍ୟେକ ଦିନ ଧାମନଗର ସମେତ ଭଣ୍ଡାରିପୋଖରୀ ଅଂଚଳ ରୁ ଶତାଧିକ ରୋଗୀ ଚିକତ୍ସା ପାଇଁ ଆସିଥାନ୍ତି। ମାତ୍ର ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ରୋଗୀ ଭଦ୍ରକ ଓ କଟକ ସ୍ଥାନାନ୍ତରିତ ହେଉଛନ୍ତି ।ପ୍ରକାଶ ଥାଉକି ଧାମନଗର ବ୍ଲକ ରେ ୩୧ ପଂଚାୟତ ରେ ଗୋଟିଏ ଏରିଆ ଡାକ୍ତରଖାନା, ଗୋଟିଏ ସହରାଂଚଳ ଡାକ୍ତରଖାନା, ୧୧ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୩୨ ଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି। ମାତ୍ରା ଡାକ୍ତର ଅଭାବ ରୁ ରୋଗୀ ନାହିଁ ନଥିବା ହିନସ୍ଥା ହେଉଛନ୍ତି।ନିକଟରେ ଭଦ୍ରକ ଜିଲାପାଳ ହଠାତ୍ ଉକ୍ତ ଡାକ୍ତର ଖାନା କୁ ଆସିଥିବା ବେଳେ ଚାରିଜଣ ଡ଼ାକ୍ତର ରହିବା ବଦଳ ରେ ମାତ୍ର ଜଣେ ଡାକ୍ତର ଙ୍କୁ ଦେଖି ଅନ୍ୟ ଡାକ୍ତର କୁ ଜିଲାପାଳ ଖୋଜି ଥିବେ ବେଳେ ସେମାନେ ଅନୁପସ୍ଥିତ ଥିଲେ । ଜିଲ୍ଲାପାଳ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସେମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ ସୁଦ୍ଧା ୧୫ ଦିନ ହୋଇଗଲା ଜିଲ୍ଲାପାଳଙ୍କ ନିର୍ଦେଶ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିଲା ନାହିଁ। ଏପଟେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାର ପ୍ରାପ୍ତ ଅଧିକାରୀ ମନ୍ମୟ କୁମାର ସାମନ୍ତସିଂହାର ଙ୍କ କାର୍ଯ୍ୟରେ ବାରମ୍ବାର ଅବହେଳା ଓ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟସେବା ର ଉନ୍ନତି ଦିଗରେ ଚିନ୍ତା କରୁନାହାନ୍ତି ଏପରି କି ବାରମ୍ବାର ଅନୁପସ୍ଥିତ ରହୁ ଥିବାରୁ ଏପରି ଅବ୍ୟବେ ବସ୍ତା ଦେଖିବାକୁ ମିଳିଛି। ସରକାରୀ ସ୍ତରରେ ସ୍ୱାସ୍ଥ୍ୟସେବା, ନୂତନ ଗୃହ ନିର୍ମାଣ ଓ ଆଧୁନିକ ଯନ୍ତ୍ରପାତି ବାବଦରେ କୋଟି କୋଟି ଟଙ୍କାଖର୍ଚ୍ଚ କରାଯାଇଛି ମାତ୍ର ସ୍ୱାସ୍ଥ୍ୟ ସେବା ଠପ ହୋଇଯାଇଛି। ସୁଚନା ଥାଉକି ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ଟି ବିଶେଷଜ୍ଞ ମଧ୍ୟ ରୁ ଶିଶୁ ବିଭାଗ, ସର୍ଜରୀ ବିଭାଗ ଓ ପ୍ରସୂତି ବିଭାଗରେ ବିଶେଷଜ୍ଞ ନଥିବାବେଳେ ୨୧ ଜଣ ଡାକ୍ତରୀ ପଦ ମଧ୍ୟରୁ ୧୭ ଟି ପଦ ଖାଲି ପଡ଼ିଛି ଆଉ ମଧ୍ୟ ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ପଦଟି ବି ଖାଲି ପଡ଼ିଛି ।ସେହିପରି ମହିଳା ସ୍ୱାସ୍ଥ୍ୟ କର୍ମୀ ୬, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ୧୪, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ୨, ପୁରୁଷ ସ୍ୱାସ୍ଥ୍ୟ ପରିଦର୍ଶକ ୩, ଚତୁର୍ଥ ଶ୍ରେଣୀ କର୍ମଚାରୀ ୬ ଟି ପଦ ଖାଲିପଡ଼ିଛି। ତେବେ ଡ଼ାକ୍ତର ଅଭାବ ଯୋଗୁଁ ଧାମନଗର କୁ ବାହାରୁ ଡ଼ାକ୍ତର ମାନେ ଆସି ଘରୋଇ ଭାବେ ରୋଗୀ ଦେଖି ହଜାର ହଜାର ଟଙ୍କା ଲୁଟି ନେଉ ଛନ୍ତି।ଡ଼ାକ୍ତର ଖାନା ରେ ଡ଼ାକ୍ତର ଓ କର୍ମଚାରୀ ଅଭାବ ଯୋଗୁ ଆଶା ଦିଦି ମାନେ ସାଲାଇନି ଦେଉଛନ୍ତି ।ସେହିପରି ଡ଼ାକ୍ତର ଖାନା ପରିସର ରେ ଅପରିଷ୍କାର ପରିବେଶ ପାଇଁ ରୋଗୀ ମଧ୍ୟ ନାକ ଟେକୁଛନ୍ତି। ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ଡାକ୍ତର ଅଭାବ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରାଯାଇଛି ଖୁବ ଶୀଘ୍ର ସମସ୍ୟା ର ସମାଧାନ ହେବବୋଲି ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ।ତେବେ ଧାମନଗର ସ୍ୱାସ୍ଥ୍ୟ କେନ୍ଦ୍ର କୁ ଦିନ କୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ସେବା ଉତମ ଭାବେ ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.