Home ଜିଲ୍ଲା ପରିକ୍ରମା ଟ୍ରକ୍‌କୁ ଧକ୍କାଦେଲା ବାଇକ୍‌, ୨ ମୃତ ୧ ଗୁରୁତର

ଟ୍ରକ୍‌କୁ ଧକ୍କାଦେଲା ବାଇକ୍‌, ୨ ମୃତ ୧ ଗୁରୁତର

16

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଏନ୍‌ଏଚ-୧୬ ରେ ଆସି ଚାଲୁଥିବା ଅବସ୍ଥାରେ ଟ୍ରକକୁ ବାଇକ୍ ଆରୋହୀ ଧକ୍କା ଦେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ବନ୍ତଛକ ଓଭରବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ପଥରାଆଡି ଗ୍ରାମର ସୌରଭ ମିଶ୍ର (୨୫) ଓ ବାରିକପୁରର ପ୍ରଶାନ୍ତ ମହାପାତ୍ରଙ୍କ ପୁତ୍ର ଶିବସୁନ୍ଦର (୨୦)। ଅନ୍ୟ ଜଣେ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ୩ ଜଣ ସାଙ୍ଗ ଏକ ବାଇକ ଯୋଗେ ଭଦ୍ରକ ଆରଡିଛକରୁ ଜଣେ ପଥରଆଡିସ୍ଥିତ ସାଙ୍ଗ ସୌରଭକୁ ଛାଡିବାକୁ ଯାଉଥିଲେ। ଏହି ସମୟରେ ବନ୍ତଛକ ଓଭରବ୍ରିଜ୍ ଉପରେ ଚଳନ୍ତା ଟ୍ରକ୍‌କୁ ଏହି ବାଇକ୍ ଆରୋହୀ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ପରେ ୩ ଜଣ ଛିଟିକି ତଳେ ପଡ଼ି ଯାଇଥିଲେ।ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ କରୁଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.