Home ଜିଲ୍ଲା ପରିକ୍ରମା ସୁଭଦ୍ରା ଯୋଜନା ଆଇଡି ହାଇଜାକ୍‌କୁ ନେଇ ଦ୍ୱନ୍ଦରେ ମହିଳା ହିତାଧିକାରୀ, ମୋ ସେବାକେନ୍ଦ୍ରରେ ମହିଳା ହିତାଧିକାରୀ...

ସୁଭଦ୍ରା ଯୋଜନା ଆଇଡି ହାଇଜାକ୍‌କୁ ନେଇ ଦ୍ୱନ୍ଦରେ ମହିଳା ହିତାଧିକାରୀ, ମୋ ସେବାକେନ୍ଦ୍ରରେ ମହିଳା ହିତାଧିକାରୀ ନିଜ ଆକାଉଂଟରେ ଫର୍ମ ଦାଖଲ କଲେ ଅନ୍ୟ ରାଜ୍ୟର ବ୍ୟାଙ୍କ ଆଇଡି ଦର୍ଶାଉଛି

25

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁଭଦ୍ରା ଯୋଜନାକୁ ନେଇ ନୂଆ ଭେଳିକି ମୋ ସେବାକେନ୍ଦ୍ରରେ ମହିଳା ହିତାଧିକାରୀ ନିଜ ଆଧାରା ଓ ବ୍ୟାଙ୍କ ଆକାଉଂଟରେ ଫର୍ମ ଦାଖଲ କଲେ ଅନ୍ୟ ରାଜ୍ୟ ଅର୍ଥାତ ତ୍ରିପୁରା, ଆନ୍ଧ୍ର, ରାଜସ୍ଥାନ, ଗୁଜୁରାଟ, ସିକିମ ଆଦି ଗ୍ରାମ୍ୟ ଓ ନେସନାଲ ବ୍ୟାଙ୍କର ଆଇଡି ଦର୍ଶାଉଛି। ଏପରି ଘଟଣାକୁ ନେଇ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହି ବାବଦରେ ମୋ ସେବାକେନ୍ଦ୍ରର କର୍ମଚାରୀଙ୍କୁ ପଚାରିଲେ ସେ ମଧ୍ୟ ସମାନ କଥା କହିଛନ୍ତି। ଏପରିକି କେହି ଦୃବୁର୍ତ ସୁଭଦ୍ରା ଆଇଡିକୁ ହ୍ୟାକ କରି ନିଜ ଆଇଡିରେ ଏହାକୁ ହଡପ କରିବା ପାଇଁ ମସୁଧା ଚଳାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି। ଏଥିପ୍ରତି ତୁରନ୍ତ ସରକାର ପଦକ୍ଷପ ନେବା ସହିତ ଫେକ୍ ଆଇଡିକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି ମୋ ସେବାକେନ୍ଦ୍ରର କର୍ମଚାରୀମାନେ ଓ ହିତାଧିକାରୀ ମହିଳାମାନେ। ସୁଭଦ୍ରା ଫର୍ମ ଦାଖଲ ପାଇଁ ଦୀର୍ଘ ତିନିଦିନ ହେବ ଆରଡି ସମେତ ଓଳଗ, ସୁନ୍ଦରପୁର, ନାନ୍ଦପୁର ପଂଚାୟତର ଶତାଧିକ ମହିଳା ବିଭିନ୍ନ ମୋ ସେବାକେନ୍ଦ୍ର ଓ ଆଧାରକେନ୍ଦ୍ରରେ ରାତିଦିନ ଲାଇନ ଲଗାଇ ଅପେକ୍ଷା କରୁଥିଲେ ମଧ୍ୟ ଦୀର୍ଘ ସମୟ ଧରି ସାଇଡ୍ ଖୋଲୁନଥିବା ବେଳେ ଏବେ ଅନ୍ୟ ରାଜ୍ୟର ବ୍ୟାଙ୍କ ଆକାଂଉଟ ଆଇଡି ସୋ କରୁଛି, ଯାହାକୁ ନେଇ ଦ୍ୱନ୍ଦରେ ପଡିଛନ୍ତି ମହିଳା ହିତାଧିକାରୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.