Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିପୀଠର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ୍ୱ ହେବ- ମନମୋହନ, ସମ୍ପ୍ରସାରଣ ପାଇଁ ଜାରି ରହିବ ଜମି...

ଆଖଣ୍ଡଳମଣିପୀଠର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ୍ୱ ହେବ- ମନମୋହନ, ସମ୍ପ୍ରସାରଣ ପାଇଁ ଜାରି ରହିବ ଜମି ଅଧିଗ୍ରହଣ କାର୍ଯ୍ୟ

15

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚତୁଃପାର୍ଶ୍ୱ ଓ ପୀଠର ସମ୍ପ୍ରସାରଣ ଓ ଉନ୍ନୟନ କାର୍ଯ୍ୟ ପାଇଁ ପୂର୍ବ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୪୨କୋଟି ଟଙ୍କାରେ ଚାଲିଥିବା କାର୍ଯ୍ୟକୁ ବିଜେପି ସରକାର ତ୍ୱରାନିତ୍ୱ କରିବା ସହିତ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ବୋଲି ରବିବାର ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସିଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ଶ୍ରୀ ସାମଲ ବାବାଙ୍କୁ ଦର୍ଶନ କରିବା ପରେ ପୀଠରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହିତ ପୀଠର ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘମାସ ହେବ ପୀଠ ଓ ମନ୍ଦିର ଚତୁଃପାର୍ଶ୍ୱର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ଗତ କିଛିମାସ ହେବ ଶୀତିଳତା ଦେଖାଦେଇଥିଲା। ଏନେଇ ନାନା କଳ୍ପନାଜଳ୍ପନା ସାଧାରଣରେ ଦେଖାଦେଇଥିଲା। ଶ୍ରୀ ସାମଲଙ୍କ ମନ୍ତବ୍ୟ ପରେ ପୀଠର ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନିତ୍ୱ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଅନ୍ୟପଟେ ଦୀର୍ଘ ୭ମାସ ହେବ ଶିବଗଙ୍ଗା ପୁଷ୍କରିଣୀର ଉନ୍ନତିକରଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ମନ୍ଥର ଗତିରେ ଚାଲୁଥିବାରୁ ବାବାଙ୍କ ଜଳସେବା ଓ ନୀତିକାନ୍ତିରେ ନାନା ସମସ୍ୟା ଦେଖାଦେଉଛି। ସେହିପରି ଶିବପ୍ଲାଜା ଓ ଗାଡିପାର୍କିଂ କାର୍ଯ୍ୟ ଅଧାଗଡା ହୋଇ ରହିଛି। ଏନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.