Home ଜିଲ୍ଲା ପରିକ୍ରମା ନିର୍ଭୀକ, ସଚ୍ଚୋଟ ସାମ୍ବାଦିକ ଓ ସମାଜସେବା କ୍ଷେତ୍ରରେ ଅମର ନାୟକଙ୍କ ଭୂମିକା ଅବର୍ଣ୍ଣନୀୟ, ବରିଷ୍ଠ ସାମ୍ବାଦିକ...

ନିର୍ଭୀକ, ସଚ୍ଚୋଟ ସାମ୍ବାଦିକ ଓ ସମାଜସେବା କ୍ଷେତ୍ରରେ ଅମର ନାୟକଙ୍କ ଭୂମିକା ଅବର୍ଣ୍ଣନୀୟ, ବରିଷ୍ଠ ସାମ୍ବାଦିକ ଅମର ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

19
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠ ସାମ୍ବାଦିକ ଅମର ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରି ସାମ୍ବାଦିକତା ଏବଂ ସମାଜସେବା ପ୍ରତି ତାଙ୍କର ଅବଦାନର ଗୁଣଗାନ କରିଥିଲେ । ଭଦ୍ରକ ନୂଆବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଇଂ ଅଭୟ ସୂତାର ପୌରୋହିତ୍ୟ କରିଥିଲେ । ଘନଶ୍ୟାମ ଲେଙ୍କା ବେଦପାଠ, ଅତିଥି ପରିଚୟ ସାମ୍ବାଦିକ ଅଶୋକ କୁମାର ନାୟକ ଓ ସ୍ୱାଗତ ଭାଷଣ ଆଇନଜୀବୀ ଦେବାଶିଷ ମହାପାତ୍ର ଦେଇଥିଲେ । ଓଡ଼ିଶା ଗାନ୍ଧୀ ବାଳାଶ୍ରମ, ଗରଦପୁରର ସମ୍ପାଦକ ଅଶୋକ ଦାସ ଓ ଅନ୍ତେବାସୀଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ଭଜନ ଗାନ କରାଯାଇଥିଲା । ଉତ୍ସବରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ପ୍ରତିନିଧି ଶେଖର ମହାପାତ୍ର, ଆଜିକାଲି ସମ୍ବାଦପତ୍ରର ସମ୍ପାଦକ ନିର୍ମାଲ୍ୟ ମହାନ୍ତି, ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ଡିଆଇପିଆର୍‌ଓ ରମେଶ ଚନ୍ଦ୍ର ନାୟକ, ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ, ବିଶିଷ୍ଟ ସମାଜସେବୀ କିଶୋର ମହାପାତ୍ର, ବରିଷ୍ଠ ଡାକ୍ତର ଆର୍‌.କେ. ନାୟକ, ଡାକ୍ତର ହରେକୃଷ୍ଣ ନାୟକ, ଶିକ୍ଷାବିତ୍ ଶୈଳେନ୍ଦ୍ର ମହାପାତ୍ର, ତ୍ୟାଗଭୂମି ସଭାପତି ଅଜୟ ନାୟକ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦୁର୍ଗାଚରଣ ଦାସ, ବରିଷ୍ଠ ଆଇନଜୀବୀ ନିରାକାର ଜେନା, ସ୍ତମ୍ଭକାର ଡ. ପ୍ରଫୁଲ୍ଲ ସାହୁ, ଡ. ଶଶଧର ଦାସ, ଡ. ରାମଚନ୍ଦ୍ର ପଣ୍ଡା, ଡ. ଗୋଲକ ବିହାରୀ ସାହୁ, ଡ. ଭାଗବତ ତ୍ରିପାଠୀ, ଡ. ମନୀନ୍ଦ୍ର ମହାନ୍ତି, ଡ. ଉତ୍ପଳା ନାୟକ, ଡ. ପ୍ରଭାତ ନଳିନୀ ମହାପାତ୍ର, ଶିକ୍ଷାବିତ୍ ବାଦଲ ମହାପାତ୍ର, କମଳାକାନ୍ତ ସ୍ୱାଇଁ, ହରମୋହନ କୁଅଁର, କଥାକାର ପବିତ୍ର ପାଣିଗ୍ରାହୀ, ବାବୁଲାଲ ଦାସ, ସୁଧାକର ରାଉତ, ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି ଓ ସମ୍ପାଦକ କୈଳାସ ମହାପାତ୍ର, ମଳୟ ଜେନା, ଶିକ୍ଷାବିତ୍ ଶାନ୍ତନୁ ରାଉତ, କ୍ରୀଡ଼ାବିତ୍ ଉପେନ୍ଦ୍ର ବାରିକ, ସାହିତ୍ୟିକ ବସନ୍ତ ଦାଶ, ପିସିସି ସାଧାରଣ ସମ୍ପାଦକ ଦେବେନ୍ଦ୍ର ମହାନ୍ତି, ଇଂ ଅମ୍ବିକା ସ୍ୱାଇଁ, ଡାକ୍ତର ବେଣୁଧର ସ୍ୱାଇଁ, ଡା. ସଂଗୀତା ବଳ, ଡା. ସଂଘମିତ୍ରା ମହାନ୍ତି, ସାଇପ୍ରସାଦ ମହାପାତ୍ର, ଶିଶୁ ସାହିତ୍ୟିକ ଶଶଧର ମହନୀ, ସମାଜସେବୀ ଏସ୍‌.ଏମ୍‌. ଫାରୁକ୍‌, ପଣ୍ଡିତ ଦୈତାରୀ ମହାପାତ୍ର, ନାଟ୍ୟଶ୍ରୀ ନିର୍ମଳ ରାଉତ, ଅଧ୍ୟାପକ ଶିବଚରଣ ଖାମୁରାଇ, ବରିଷ୍ଠ ସାମ୍ବାଦିକ ଦୁର୍ଗାଶଙ୍କର ବିଶ୍ୱାଳ, ପ୍ରମୋଦ ରାୟ, ଜ୍ଞାନ ପ୍ରକାଶ ପାଣି, ବିଭୁତି ଭୂଷଣ ଗ୍ରହାଚାର୍ଯ୍ୟ, ରାଜେନ୍ଦ୍ର ଜେନା, ରବିନାରାୟଣ ଖିଲାର, ଦିଲିପ ନାୟକ, କିଶୋର ନାୟକ, ଅଶେଷ ନାୟକ, ଦେବବ୍ରତ ନାୟକ, ପୂର୍ଣ୍ଣଚନ୍ଦ୍ର ବହଳୀ, କବି ରମେଶ ଚନ୍ଦ୍ର ସ୍ୱାଇଁ, କବି ଡା. ଗୋଲକ ପ୍ରସାଦ ବୈୟାରୀ, ଅଧ୍ୟାପକ ସଂଗ୍ରାମ ମହାନ୍ତି, ସାହିତ୍ୟିକ କୈଳାସ ଚନ୍ଦ୍ର ପଣ୍ଡା, ସମାଜସେବୀ ବିଦ୍ୟାଧର ସାହୁ, କବୟିତ୍ରୀ ଗୀତାରାଣି ଆଇଚ, ସମାଜସେବୀ ଦୁର୍ଗାପ୍ରସାଦ ମହାନ୍ତି, ପ୍ରଭାତ ଜେନା, ସଦାନନ୍ଦ ମହାପାତ୍ର, ଶୁଭାଶିଷ ସ୍ୱାଇଁ, ନିରାକାର ପଣ୍ଡା, ସୂର୍ଯ୍ୟକୁମାର ଦାସ, ଇନ୍ଦ୍ରମଣି ପଣ୍ଡା, ଦୁଃଶାସନ ମହାନ୍ତି, ସମାଜସେବୀ ଧରଣୀଧର ମହାପାତ୍ର, ପୂର୍ବତନ କାଉନସିଲର ଗଜେନ୍ଦ୍ର ପଣ୍ଡା, ନୃସିଂହ ପଣ୍ଡା, ମିଲନ ମହାନ୍ତି, ଚନ୍ଦନ ମହାନ୍ତି ପ୍ରମୁଖ ସ୍ୱର୍ଗତ ଅମର ନାୟକ ଜଣେ ନିର୍ଭୀକ, ନିରହଙ୍କାରୀ, ସଚ୍ଚୋଟ ସାମ୍ବାଦିକ ସହିତ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଅବର୍ଣ୍ଣନୀୟ । ପଶୁପକ୍ଷୀଙ୍କ ପ୍ରତି ତାଙ୍କର ଅନାବିଳ ଭଲପାଇବା ଥିବାରୁ ପ୍ରତିଦିନ ସେମାନଙ୍କୁ ଖାଦ୍ୟ ଦେବା ତାଙ୍କର ନିୟମିତ କାର୍ଯ୍ୟଥିଲା ବୋଲି ସ୍ମୃତିଚାରଣ କରି ମତବ୍ୟକ୍ତ କରିଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ବାରିକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.