Home ଜିଲ୍ଲା ପରିକ୍ରମା ପ୍ରଶାସନ ଦ୍ୱାରା ୪ ଜଣ ଶିଶୁ ଶ୍ରମିକ ଉଦ୍ଧାର

ପ୍ରଶାସନ ଦ୍ୱାରା ୪ ଜଣ ଶିଶୁ ଶ୍ରମିକ ଉଦ୍ଧାର

11

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଶିଶୁ ଶ୍ରମିକ ନିରାକରଣ ଉଦ୍ଦେଶ୍ୟରେ ଧରପଗଡ଼ ପାଇଁ ଗଠିତ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଟିମ୍ ଦ୍ୱାରା ଧାମନଗର ବ୍ଲକ୍‌ର ଦୋବଲ ଅଂଚଳରେ ଚଢ଼ଉ କରାଯାଇ ୪ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ପୋଲିସ ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସମନ୍ୱୟତାରେ ଗଠିତ ଜିଲ୍ଲା ଟାକ୍ସ ଫୋର୍ସ ଦ୍ୱାରା ଏହି ଉଦ୍ଧାର କାର୍ଯ୍ୟ ସମ୍ପାଦିତ ହୋଇଥିଲା । ପ୍ରଦତ ସୂଚନା ଅନୁଯାୟୀ ଉଦ୍ଧାର କରାଯାଇଥିବା ୪ ଜଣ ଶିଶୁ ଶ୍ରମିକଙ୍କ ମଧ୍ୟରେ ୨ ଜଣ ଇଟା ନିର୍ମାଣ ଶିଳ୍ପ କ୍ଷେତ୍ରରୁ ଏବଂ ଅନ୍ୟ ୨ ଜଣ ମୋଟର ଗ୍ୟାରେଜ ସ୍ଥଳରେ କାର୍ଯ୍ୟରତ ଥିଲେ । ଉଭୟ ଦୁଇଟି ଯାକ ପ୍ରତିଷ୍ଠାନ ଧାମନଗର ବିଜ୍ଞାପିତ ଅଂଚଳ ର ଧାମନଗର ବଜାର ରେ ଅବସ୍ଥିତ । ଉଦ୍ଧାର କରାଯାଇଥିବା ସମସ୍ତ ଶିଶୁ ଶ୍ରମିକଙ୍କୁ ଯଥା ନିୟମ ମୁତାବକ ଜିଲ୍ଲା ଶିଶୁ ମଂଗଳ କମିଟିକୁ ହସ୍ତାନ୍ତର କରାଯାଇଛି । ୩ ଜଣ ସହକାରୀ ଶ୍ରମ ଅଧିକାରୀ ରତ୍ନାକର ମଲ୍ଲିକ, ଲୋକନାଥ ଦାଶ, ପ୍ରତ୍ୟୁଷ କୁମାର ବେହେରାଙ୍କ ସମେତ ଅନ୍ୟ ବିଭାଗୀୟ କର୍ମଚାରୀ ପୋଲିସ ପ୍ରମୁଖ ଏହି ଉଦ୍ଧାର କାର୍ଯ୍ୟକ୍ରମରେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.