Home ଜିଲ୍ଲା ପରିକ୍ରମା ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଦୁର୍ଗାବାହିନୀ ଏବଂ ଧର୍ମରକ୍ଷା ସମିତିର ୬ ଦଫା ଦାବୀପତ୍ର

ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଦୁର୍ଗାବାହିନୀ ଏବଂ ଧର୍ମରକ୍ଷା ସମିତିର ୬ ଦଫା ଦାବୀପତ୍ର

8

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଉତ୍କଟ ହେଉଥିବା ସ୍ଥାନୀୟ ସମସ୍ୟାକୁ ନେଇ ଭଦ୍ରକ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଦୁର୍ଗାବାହିନୀଏବଂ ଧର୍ମରକ୍ଷା ସମିତି ସଙ୍ଗଠନ ତରଫରୁ ଭଦ୍ରକ ଜିଲ୍ଲାପାଳଙ୍କୁ ୬ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ହିନ୍ଦୁ ସଙ୍ଗଠନର ବରିଷ୍ଠ ପ୍ରାନ୍ତୀୟକାର୍ଯ୍ୟକର୍ତା ମାନସ ମହାନ୍ତି ସୂଚନା ପ୍ରଦାନ କରି କହିଥିଲେକି ବିଗତ ଦୁଇତିନି ବର୍ଷ ହେବ ଭଦ୍ରକରେ ଟ୍ରଲି ମାଧ୍ୟମରେ ବ୍ୟବସାୟ କରୁଥିବା ବେପାରୀ ଭଦ୍ରକ ସହର ମୁଖ୍ୟରାଜପଥକୁ ଜବରଦଖଲ କରି ପଥ ଅବୋରଧ କରୁଛନ୍ତି । ସେମାନଙ୍କୁ ଉଚ୍ଛେଦ କରି ରାଜପଥକୁ ଉପଯୁକ୍ତ ଗମନାଗମନ ବ୍ୟବସ୍ଥା କରାଇବା ପାଇଁ ଦୁଇବର୍ଷ ହେବ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର କରାଯାଇନାହିଁ । ଦ୍ୱିତୀୟରେ ସହର ଓ ଫୁଟପାଥ୍‌କୁ ମଧ୍ୟ ଜବରଦଖଲ ମୁକ୍ତ କରାଯାଉ । ତୃତୀୟରେ ଭଦ୍ରକ ଜିଲ୍ଲାରେ ରୋହଙ୍ଗିଆ, ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ପଶ୍ଚିମବଙ୍ଗରେ ନିଜର ଜାଲି ପରିଚୟ ପତ୍ର କରାଇ ଅନ୍ୟୁତ ୨୦ ହଜାର ସଂଖ୍ୟାରେ ଜିଲ୍ଲାରେ ବାସକରିବା ସହ ସେମାନେ ମୂଳ ନିବାସୀମାନଙ୍କ ଜୀବିକା ହଡପ କରିବା ସହ ହିନ୍ଦୁ ବିରୋଧି ଗତିବିଧି କରାଉଛନ୍ତି । ଏଣୁ ସେମାନଙ୍କର ସମ୍ପୂର୍ଣ୍ଣ ତଥ୍ୟ, ସଂଖ୍ୟା, କାର୍ଯ୍ୟକଳାପ ଆଦି ସଠିକ୍ ସଠିକ୍ ତଥ୍ୟ ସଂଗ୍ରହ ସହ ସେମାନଙ୍କୁ ଦେଶାନ୍ତରିତ କରିବାକୁ ଦାବୀ କରାଯାଇଛି । ଚତୁର୍ଥରେ ଭଦ୍ରକରେ ବେଆଇନ ଗୋଚାଲାଣ ଓ ଗୋହତ୍ୟାକୁ ନେଇ ଅନେକବାର ହିସାଂତ୍ମକ ସ୍ଥିତି ସୃଷ୍ଟି ହେଉଛି । ଏଣୁ ସମ୍ପୁର୍ଣ୍ଣରୂପେ ଗୋହତ୍ୟା ଓ ଗୋଚାଲାଣ ବନ୍ଦ ପାଇଁ ଦାବୀ କରାଯାଇଛି । ପଂଚମରେ ଭଦ୍ରକ ଗବସାହି ନିକଟରେ ରାଷ୍ଟ୍ରୀୟ ରାଜପଥ ଅବରୋଧ କରୁଥିବା ମଜାରର ଉଚ୍ଛେଦ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ତାହା ପ୍ରଶାସନ ଏଯାବତ୍ କାର୍ଯ୍ୟକାରୀ କରିନାହିଁ । ଏଣୁ ତାହା କାର୍ଯ୍ୟକାରୀ କରାଯାଉ । ଷଷ୍ଠରେ ଭଦ୍ରକ ସମସ୍ତ ଟ୍ରାଫିକ ଛକରେ ଜେବ୍ରାଲାଇନ୍ କରାଯାଉ ଆଦି ଦାବିଗୁଡିକ ସମ୍ପର୍କରେ ଆଲୋଚନା ପରେ ଜିଲ୍ଲାପାଳ ଦାବିଗୁଡିକ ଉପରେ ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ବିଗତ ଦିନରେ ସଙ୍ଗଠନ ତରଫରୁ ଏସବୁ ଦାବି ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ସ୍ଥାୟୀ ପଦକ୍ଷେପ ନିଆଯାଇନଥିଲା । ଏଥିପାଇଁବହୁବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇସାରିଛି । ତେଣୁ ସଙ୍ଗଠନ ତରଫରୁ ଦିଆଯାଇଥିବା ଦାବୀଗୁଡିକ ସାତଦିନ ମଧ୍ୟରେ ପୂରଣ ନହେଲେ ବ୍ୟାପକ ଆନ୍ଦୋଳନ କରିବାକୁ ସଙ୍ଗଠନର ନେତୃବୃନ୍ଦମାନେ ଚେତାବନୀ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦଦର ସଭାପତି ମାନଗୋବିନ୍ଦ ନାୟକ, ସମ୍ପାଦକ ଦେବକଲ୍ୟାଣ ସାହୁ, ପ୍ରାନ୍ତ ଦୁର୍ଗାବାହିନୀର ସଂଯୋଜିକା ସିପ୍ରା ରାଉତ, ଦମୟନ୍ତୀ ଓଝା, ସୁବ୍ରତା ସାହୁ, ମଧୁସ୍ମିତା ମହାପାତ୍ର, ସରୋଜିନୀ ଦାସ, ଦେବାଶିଷ ନାୟକ, ବଜରଙ୍ଗ ଦଳର ଦଶରଥ ସାହୁ, କ୍ଷିତିଶରାଉତ, ଜୟ ପ୍ରକାଶ ପତି, ତପନ ମହାନ୍ତି, ଅଶୋକ ଲେଙ୍କା, ବ୍ୟୋମକେଶ ମହାନ୍ତି, ଧିରେନ୍ଦ୍ର ନାୟକ, ସଞ୍ଜିବ ଦାସ, ଧର୍ମରକ୍ଷା ସମିତିର ସମ୍ପାଦକ ବଳରାମ ଜେନା, ବିଭାସ ନାଥ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.