Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଓ କର୍ମକର୍ତା ନିର୍ବାଚନ

ଭଦ୍ରକ ଜିଲା ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଓ କର୍ମକର୍ତା ନିର୍ବାଚନ

8

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଓଷ୍ଟାର ୩୧ତମ ସାମ୍ବିଧାନିକ ସମ୍ମିଳନୀ ସ୍ଥାନୀୟ ଏସବିଡି ସ୍କୁଲର ଜିଲା ସଭାପତି ରମାକାନ୍ତ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ପ୍ରଦୀପ୍ତ କୁମାର ଦାସ ସଂପାଦକୀୟ ବିବରଣୀ ପାଠ ଓ ପର୍ଶୁରାମ ପାତ୍ର ଅଡିଟ୍ ରିପୋର୍ଟ ପାଠ କରିଥିଲେ । ଶିକ୍ଷକ ଅଜୟ ନନ୍ଦ, ପ୍ରଭାକର ପରିଡା ଏହା ଉପରେ ନିଜର ମତାମତ ରଖିଥିଲେ । ରାଜ୍ୟ ଓଷ୍ଟାର ସଦସ୍ୟ ଅକ୍ଷୟ ହୋତା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷୟିତ୍ରୀ ପିଙ୍କି ପ୍ରିୟଦର୍ଶିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂପାଦକ ରଂଜନ ଦାଶ, ମୁଖ୍ୟବକ୍ତା ଭାବେ ରାଜ୍ୟ ସଭାପତି ଅକ୍ଷୟ ମିଶ୍ର, ସମ୍ମାନିତ ଅତିଥି ଭାବେ ରାଜ୍ୟ କୋଷାଧ୍ୟକ୍ଷ ଅଶୋକ ମହାପାତ୍ର ଓ ଓଷ୍ଟା ରାଜ୍ୟ ନେତୃବୃନ୍ଦ, ବିଜୟ ଛତ୍ର, ବ୍ରଜ ବିଶ୍ୱାଳ, ରମାକାନ୍ତ ମହାପାତ୍ର ଓ ପ୍ରଣବ ଜେନା ପ୍ରମୁଖ ଯୋଗ ଦେଇ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ପରେ ଆଗାମୀ ତିନିବର୍ଷ ପାଇଁ ନୂତନ କାର୍ଯ୍ୟକର୍ତା ଚୟନ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଭଦ୍ରକ ଜିଲାର ସମସ୍ତ ବର୍ଗର ଶିକ୍ଷକ-ଶିକ୍ଷୟିତ୍ରୀ ଏହି ନିର୍ବାଚନରେ ଅଂଶଗ୍ରହଣ କରିଥିଲେ । ସଭାପତି ଭାବେ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିଶେଖର କରଶର୍ମା, କାର୍ଯ୍ୟକାରୀ ସଭାପତି ଭାବେ ଶାରଳା ହାଇସ୍କୁଲ ପ୍ରଧାନ ଶିକ୍ଷକ ଅନିଲ ମିଶ୍ର, ସଂପାଦକ ଭାବେ ଗ୍ରାମପଂଚାୟତ ଉଚ୍ଚ ବିଦ୍ୟାଳୟ, ନାଲଗୁଣ୍ଡାର ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ପାଣିଗ୍ରାହୀ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ଉପସଭାପତି ଭାବେ ପର୍ଶୁରାମ ସାହୁ, ପର୍ଶୁରାମ ପାତ୍ର ଓ ବିକଶି ସାହୁ, ଯୁଗ୍ମ ସଂପାଦକ ଭାବେ ଅରୁଣ ଶତପଥୀ, ପ୍ରଶାନ୍ତ ମିଶ୍ର ଓ ଗୀତାଞ୍ଜଳି ପାତ୍ର ଏବଂ ଇସି ସଦସ୍ୟ ଭାବେ ନିରଞ୍ଜନ ପଣ୍ଡା, ପ୍ରଦୀପ ବାରିକ, ବ୍ରହ୍ମାନନ୍ଦ ରାୟ ଓ ସୁଶାନ୍ତ ବାରିକ ବିଜୟୀ ହୋଇଥିଲେ । ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ ନାୟକ, ନାରାୟଣ ବାରିକ ଓ ମଧୁସୂଦନ ନନ୍ଦ ନିର୍ବାଚନ ପରିଚାଳନା କରିଥିଲାବେଳେ ଶିକ୍ଷକ ନବକିଶୋର ମଲ୍ଲିକ, ସଂଜୟ ମହାଳିକ, ଅଶୋକ ପଣ୍ଡା, ଗଗନ ସାହୁ, ପ୍ରଭାକର ପରିଡା, ପ୍ରଦୀପ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.