Home ଜିଲ୍ଲା ପରିକ୍ରମା କରଣପଲ୍ଲୀ ସରକାରୀ ଉପ୍ରା ବିଦ୍ୟାଳୟରେ ବାର୍ଷିିକ ଉତ୍ସବ

କରଣପଲ୍ଲୀ ସରକାରୀ ଉପ୍ରା ବିଦ୍ୟାଳୟରେ ବାର୍ଷିିକ ଉତ୍ସବ

5

ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ କରଣପଲ୍ଲୀ ଠାରେ ଥିବା ସରକାରୀ ଉପ୍ରା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ସୁଦାମ ସିଂଙ୍କ ପୌରୋହିତ୍ୟରେ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ଗୋଷ୍ଠୀ ଶିକ୍ଷାଧିକାରୀ ଶୁଭେନ୍ଦୁ କୁମାର ମହାରାଜ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଏସ ଆଇ ଗୌରାଙ୍ଗ ସ୍ୱାଇଁ ,ସମ୍ମାନୀତ ଅତିଥି ଭାବେ ଆଦାନୀ କମ୍ପାନୀର ସାମାଜିକ ଦାୟିତ୍ୱ ଏବଂ ମୁଲ୍ୟବୋଧ ବିଭାଗର ମୁଖ୍ୟ ସତ୍ୟରଞନ ମିଶ୍ର, ସରପଂଚଙ୍କ ପ୍ରତିନିଧି ଚିନ୍ମୟ ଦାସ, ସମିତିସଭ୍ୟ ଉପେନ୍ଦ୍ର ଦାସ, ବିଶିଷ୍ଟ ସମାଜସେବୀ ପ୍ର‘ୁଲ କୁମାର ମଣ୍ଡଳ ,ଅମୁଲ୍ୟ କୁମାର ମଣ୍ଡଳ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସୁକୁମାର ଜେନା, ପ୍ରଧାନଶିକ୍ଷକ ପରେଶ ଚନ୍ଦ୍ର ଦାସ, ସିଆରସିସି ତ୍ରିଲୋଚନ ଦାସ ପ୍ରମୁଖ ମଂଚାସୀନ ଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସୁ ପରାମର୍ଶ ଦେବା ସହ ଜୀବନରେ ଭଲ ମଣିଷ ହୋଇ ଅଂଚଳର ଟେକ ରଖିବା ପାଇଁ ପରାମର୍ଶ ଦେଇ ଦେଇଥିଲେ । ବିଶିଷ୍ଟ ସମାଜସେବୀ ଅମୁଲ୍ୟ କୁମାର ମଣ୍ଡଳ କରଣପଲ୍ଲୀ ଉପ୍ରା ବିଦ୍ୟାଳୟର ବିକାଶ ନିମନ୍ତେ ମୋ ସ୍କୁଲ ଅଭିଯାନରେ ୩ଲକ୍ଷ ଟଙ୍କା ଏବଂ କୁଆମରା ଉପ୍ରା ବିଦ୍ୟାଳୟ ପାଇଁ ୨ଲକ୍ଷ ଟଙ୍କା ଦାନ କରିଥିଲେ । ହୋଇଥିବା ସଭାରେ ଶିକ୍ଷକ ରତ୍ନାକର ମହାଳିକ ଅତିଥି ପରିଚୟ ପ୍ରଦାନ ,ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର ପଲେଇ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପାର୍ବତୀ ଜେନା ବେଦପାଠ, ଓ ସିଆରସିସି ଗୋରାଚାନ୍ଦ ମାଝୀ ଧନ୍ୟବାଦ ଞାପନ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ହୋଇଥିବା ବାର୍ଷିକ କ୍ରୀଡା ରେ ଉତୀର୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଜଗନ୍ନାଥ ଜେନା, ଶରତ କୁମାର ମାନ୍ନା, ବସନ୍ତ ବେହେରା, ଆଶିଷ ରାଉତ, ସନ୍ଦିପ ବାରିକ, ସୁବାସ ଧଳ, ମାନସ ବିଶ୍ୱାଳ, ଜୟସ୍ମିତା ମହାପାତ୍ର,ବିଶ୍ୱଜିତ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସଭାପତି ପଙ୍କଜ ଜାନା ଓ ଅନ୍ୟ ସଦସ୍ୟ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶିକ୍ଷକ ମାନଙ୍କ ଦ୍ୱାରା ନିର୍ଦେଶିତ ଶିଶୁ ମହ୍ଲାର ସାଂସ୍କୃତିକ କାର୍ଯ୍ୟକ୍ରମ ସଭିଙ୍କ ପାଇଁ ମନଛୁଆଁ ହୋଇ ପାରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.