Home ଜିଲ୍ଲା ପରିକ୍ରମା ପୂର୍ବତନ ସରପଞ୍ଚଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ

ପୂର୍ବତନ ସରପଞ୍ଚଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ

23

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପୁରୁଷଣ୍ଢ ଗ୍ରାମର ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ସରପଞ୍ଚ ଗଣେଷ ପ୍ରସାଦ ପୁହାଣଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଆଜି ସନ୍ଧ୍ୟାରେ ପାଳିତ ହୋଇଯାଇଛି । ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ସ୍ମୃତି ଚାରଣ ସଭାରେ ଭଦ୍ରକ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ଭାରତ ବିକାଶ ପରିଷଦର ସଭାପତି ରମେଶ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ବିଭୁ କଲ୍ୟାଣ ସ୍ୱାଇଁ, ପ୍ରଜ୍ଞାନ ମିଶନର ସଂଯୋଜକ ଶ୍ରୀକାନ୍ତ ଦାସ, ନାରୀନେତ୍ରୀ ସୁଜାତା ଜେନା, ସ୍ତମ୍ବକାର ସୁବୋଧ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ । ୰ ପୁହାଣ ସମାଜସେବାକୁ ନିଜର ନିଶା ଭାବେ ଗ୍ରହଣ କରି ରାଜନୀତିରେ ପାଦ ଥାପି ୧୯୯୯ ମସିହା ମହାବାତ୍ୟାରେ ଜନ ସେବାକୁ ଅଞ୍ଚଳବାସୀ କେବେ ଭୁଲି ପାରିବେ ନାହିଁ । ୰ ପୁହାଣଙ୍କ ପାଖରେ ବ୍ୟକ୍ତି ଏକ ବକ୍ତିତ୍ୱ ଅନେକ ଥିଲା ବୋଲି ଅତିଥି ମାନେ କହିଥିଲେ । ପ୍ରଦୀପ ପୁହାଣ ଅତିଥି ପରିଚୟ ଓ ୰ ପୁହାଣଙ୍କ ପରିବାର ତଥା ଅଞ୍ଚଳବାସୀଙ୍କ ପ୍ରତି ଥିବା ସେବା ଓ ସମର୍ପଣ ଭାବ ଉପରେ ସୂଚନା ଦେଇଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା । ପରିବାରର ବିଜୟ ପୁହାଣ, ରଘୁନାଥ ପୁହାଣ, ଅଜୟ ପୁହାଣ, ବଳରାମ ରାଉତ, ଶାନ୍ତିଲତା ପଣ୍ଡା, ସୀତାରାଣୀ ରାଉତରାୟ, ଚିନ୍ମୟୀ ପାତ୍ର, ମିନତୀ ପୁହାଣ, ପ୍ରଦ୍ୟୁନ୍ମ ପୁହାଣ, ବିମଳା ରାଉତ, ଲିଙ୍କୁନୁ ପୁହାଣ, ପ୍ରେମାନନ୍ଦ ପୁହାଣ, ପ୍ରମୋଦ ପୁହାଣ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.