ଭଦ୍ରକ, ୧୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅଧିନ ଭଗାରାମ ଠାରେ ଦୀର୍ଘ ବର୍ଷ ଧରି ଚୋରା ମଦ ବିକ୍ରୀ ହୋଇ ଆସୁଥିଲା । ଏନେଇ ବହୁ ବାର ଅଭିଯୋଗମାନ ହୋଇ ଆସୁଥିଲେ ମଧ୍ୟ ଚୋରା ବେପାରୀ ଉପରେ ଏହା କୌଣସି କିଛି ପ୍ରଭାବ ପକାଇ ପାରୁ ନଥିଲା । ଖୁଲମ୍ ଖୁଲା ବେପାରୀ ଜଣକ ଚୋରା ମଦ ବିକ୍ରୀର କାୟା ବିସ୍ତାର କରି ଆସୁଥିବା ବେଳେ ସଂପୃକ୍ତ ଅଞ୍ଚଳରେ ସନ୍ଧ୍ୟା ପରେ ବିଭିନ୍ନ ଘରେ ପାରିବାରିକ ଅଶାନ୍ତି ବୃଦ୍ଧି ପାଉଥିଲା । ଏଥିରେ ଅତିଷ୍ଠ ହୋଇ ଶେଷରେ ମହିଳା ମାନେ ତାତୀ ଥିଲେ । ବୁଧବାର ଅପରାହ୍ନରେ ଶତାଧିକ ମହିଳା ପୁରୁଷ ହାତରେ ବାଡ଼ି ଠେଙ୍ଗା ଧରି ଗ୍ରାମର ଭୀମସେନ ବାରିକଙ୍କ ଘରେ ପସିଥିଲେ । ଘର ମଧ୍ୟରେ ଥିବା ପେଟି ପେଟି ଚୋରା ଦେଶୀ ଓ ବିଦେଶୀ ମଦକୁ ବାହାରକୁ ଆଣି ସର୍ବ ସମ୍ମୁଖରେ ନଷ୍ଟ କରିଥିବାର ଦେଖାଯାଇଥିଲା । ପ୍ରକାଶଯେ ସରସ୍ୱତୀ ପୂଜା ଥିବାରୁ ସଂପୃକ୍ତ ଅଞ୍ଚଳର ଲୋକେ ମଦପିଇ ନାନା ପ୍ରକାର ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଯଦ୍ ଦ୍ୱାରା ମହିଳା ମାନେ ଉତକ୍ଷିପ୍ତ ହୋଇ ଏହିପରି ପଦକ୍ଷେପ ନେଇଥିବା ଜଣାଇଛନ୍ତି । ଉପରୋକ୍ତ ଘଟଣା ନେଇ ଅବକାରୀ ବିଭାଗ କିମ୍ବା ସ୍ଥାନୀୟ ପୋଲିସ୍ର ମତାମତ ମିଳି ପାରିନାହିଁ ।