Home ଜିଲ୍ଲା ପରିକ୍ରମା ଭଦ୍ରକ ରେଳଷ୍ଟେସନ ନିକଟରେ ଶୌଚାଳୟ ଦାବିରେ ଭଦ୍ରକ ଜିଲା ସର୍ବୋଦୟ ମଣ୍ଡଳ ପକ୍ଷରୁ ଦାବି

ଭଦ୍ରକ ରେଳଷ୍ଟେସନ ନିକଟରେ ଶୌଚାଳୟ ଦାବିରେ ଭଦ୍ରକ ଜିଲା ସର୍ବୋଦୟ ମଣ୍ଡଳ ପକ୍ଷରୁ ଦାବି

33

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହରର ଚରମ୍ପାସ୍ଥିତ ଭଦ୍ରକ ରେଳଷ୍ଟେସନ ନିକଟରେ କିମ୍ବା ବାହାରେ ଶୌଚାଳୟ କରିବା ନେଇ ଭଦ୍ରକ ଜିଲା ସର୍ବୋଦୟ ମଣ୍ଡଳ ପକ୍ଷରୁ ସଭାପତି ଅମର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଷ୍ଟେସନ ମ୍ୟାନେଜରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ହାୱଡାରୁ ଚେନ୍ନାଇ ଦେଇ ରେଳ ବିଭାଗ ତରଫରୁ ରେଳଗାଡି ୧୨୮ ବର୍ଷ ତଳେ ଅର୍ଥାତ୍ ୧୮୯୬ ମସିହାରୁ ଆରମ୍ଭ ହୋଇଥିଲା । ସେହି ସମୟରେ ଭଦ୍ରକ ରେଳଷ୍ଟେସନ ପ୍ରତିଷ୍ଠା କରାଯାଇଥିଲା । ଏହି ଷ୍ଟେସନ ମାଧ୍ୟମରେ ପାଖାପାଖି ୪ ଗୋଟି ଜିଲାରୁ ଅଧିବାସୀମାନେ ଟିକେଟ୍ କାଟି ଯିବା ଆସିବା କରିଥାନ୍ତି । କେନ୍ଦୁଝର, କେନ୍ଦ୍ରାପଡା, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲାର ହଜାର ହଜାର ଯାତ୍ରୀ ଯିବା ଆସିବା କରିଥାନ୍ତି । ମାତ୍ର ଅତି ଦୁଃଖ ଓ ପରିତାପର ବିଷୟ ଭଦ୍ରକ ରେଳଷ୍ଟେସନ ନିକଟରେ ଅର୍ଥାତ୍ ବାହାରେ କୌଣସି ଶୌଚାଳୟ ବ୍ୟବସ୍ଥା ନାହିଁ । ଏପରିକି ମ୍ୟୁନସିପାଲଟି ତରଫରୁ ମଧ୍ୟ ବ୍ୟବସ୍ଥା ନାହିଁ । ଯାହାଫଳରେ ଛୋଟ ଛୋଟ ପିଲା, ବାଳିକା, ମହିଳା ଯାତ୍ରୀମାନେ ଓ ବୟସ୍କା ମହିଳାଯାତ୍ରୀମାନେ ଅକଥନୀୟ ନିର୍ଯ୍ୟାତନା ଓ ଲଜ୍ଜା ବଶତଃ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହି ଦାବିପତ୍ର ପ୍ରଦାନ କାଳରେ ସମାଜସେବୀ ଶାନ୍ତନୁ ରାଉତ, ସୁରେନ୍ଦ୍ରନାଥ ପଣ୍ଡା, ଜନତା ସେବା କେନ୍ଦ୍ର କର୍ମକର୍ତ୍ତା ବିଶ୍ୱନାଥ ଅଗ୍ରୱାଲ, ଅଧିବକ୍ତା ଓ ବରିଷ୍ଠ ନାଗରିକ ମହାସଂଘର ଇନ୍ଦ୍ରମଣି ପଣ୍ଡା, ହରିହର ରାଉତ, ଅଧିବକ୍ତା ଆଦିତ୍ୟ ନାୟକ ଓ ସର୍ବୋଦୟ ମଣ୍ଡଳ ଉପସଭାପତି ନାରାୟଣ ପାଢୀ ପ୍ରମୁଖ ଉପସ୍ଥିତ ରହି ଯାତ୍ରୀମାନଙ୍କ ଅସୁବିଧା ନିରାକରଣ କରିବାକୁ ଅନୁରୋଧ କରିଥିଲେ । ଏହି ଦାବିପତ୍ର ଷ୍ଟେସନ ମ୍ୟାନେଜରଙ୍କ ସମେତ ପୂର୍ବ ଉପକୂଳ ରେଳ ବିଭାଗ ମୁଖ୍ୟ ମହାପ୍ରବନ୍ଧକ ଭୁବନେଶ୍ୱର ମନୋଜ ଶର୍ମା, ଡିଭିଜନ ମ୍ୟାନେଜର ଖୋର୍ଦ୍ଧା ରୋ୍‌ଡ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଡାକ ଓ ଇ-ମେଲ୍ ମାଧ୍ୟମରେ ପ୍ରେରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.