Home ଜିଲ୍ଲା ପରିକ୍ରମା ବସ୍ ଚଢି ଚାଳକର ମୃତ୍ୟୁ

ବସ୍ ଚଢି ଚାଳକର ମୃତ୍ୟୁ

61

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଏକ ଘରୋଇ ବସ୍‌ର ଡ୍ରାଇଭର ବଦଳ ହେଉଥିବା ଅବସ୍ଥାରେ ଅସାବଧାନତାରୁ ପାଦ ଖସିଯିବାରୁ ଅନ୍ୟ ଡ୍ରାଇଭଟିର ଚକା ତଳେ ଚାପି ହୋଇ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ସହରର ଆଞ୍ଚଲ ହୋଟେଲ ସମ୍ମୁଖ ଲୋକାଲ ରୋଡ୍‌ରେ । ମୃତକ ଡ୍ରାଇଭର ହେଉଛନ୍ତି ଧାମନଗର ଥାନା ଅଧୀନସ୍ଥ ଆଦମପୁର ଗ୍ରାମର ପଙ୍କଜ କୁମାର ନାୟକଙ୍କ ପୁତ୍ର ପଦ୍ମଲୋଚନ (୪୨) । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକର ପାଢୀ ନାମକ ଘରୋଇ ଯାତ୍ରୀବାସ ବସ୍‌ରେ ପଦ୍ମଲୋଚନ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ଗତକାଲି ରାତିରେ ତାଙ୍କର ଡ୍ୟୁଟି ନଥିବାବେଳେ ଭଦ୍ରକର ଆଞ୍ଚଳ ହୋଟେଲ ନିକଟରେ ବସ୍‌ଟିକୁ ଅପେକ୍ଷା କରିଥିଲେ । ତେବେ ଚଳନ୍ତା ବସ୍‌ଟିରେ ସେ ଚଢୁଥିବା ବେଳେ ଅସାବଧାନତାରୁ ପାଦ ଖସିଯିବାରୁ ଆଗ ଚକା ତଳେ ଖସିପଡିଥିଲେ । ଫଳରେ ଗାଡି ଚଢିଯିବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ସ୍ଥାନୀୟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.