Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା, ଭଦ୍ରକ ଜିଲ୍ଲା ପାଇଁ ଜିଲ୍ଲା କାର୍ଯ୍ୟାଳୟ ୨୦୧ ନମ୍ବର...

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା, ଭଦ୍ରକ ଜିଲ୍ଲା ପାଇଁ ଜିଲ୍ଲା କାର୍ଯ୍ୟାଳୟ ୨୦୧ ନମ୍ବର କକ୍ଷରୁ ମିଳୁଛି ଆବେଦନ ଫର୍ମ

24

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ସରକାରଙ୍କ ଦ୍ୱାରା ପ୍ରଣୀତ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସରକାରୀ ଖର୍ଚ୍ଚରେ ଦେଶର ବିଭିନ୍ନ ସ୍ଥାନ ଭ୍ରମଣ ସୁବିଧା ନିମନ୍ତେ ଚଳିତ ବର୍ଷ ନଭେମ୍ବର ୧ ବୁଧବାର ଠାରୁ ଆବେଦନ ଗ୍ରହଣ କରାଯାଉଛି । ନଭେମ୍ବର ୧୦ ତାରିଖ ସନ୍ଧ୍ୟା ଘ୫.୩୦ମି ସୁଦ୍ଧା ଅନଲାଇନ୍ ବା ଅଫଲାଇନ୍ ବ୍ୟକ୍ତିଗତ ବା ଡାକ ଯୋଗେ ମଧ୍ୟ ଏହି ଆବେଦନ ଗ୍ରହଣ କରାଯିବା ନେଇ ସୁଚନା ପ୍ରଦାନ କରାଯାଇଛି । ଏହି ପରିପେକ୍ଷୀରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ତୀର୍ଥଯାତ୍ରା ପାଇଁ ଇଛୁକ ବରିଷ୍ଠ ନାଗରିକ ମାନଙ୍କ ଆବେଦନ ଅନଲାଇନ୍ ସୁବିଧା ପ୍ରଦାନ ସହ ଅଫଲାଇନ୍ ରେ ଫର୍ମ ଯୋଗାଇଦେବା ବ୍ୟବସ୍ଥା କରାଯାଇଛି । ନଭେମ୍ବର ୧ ତାରିଖ ଠାରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଦିବସ ଓ ସମୟରେ ଏହି ଫର୍ମ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଥିବା ନାଇ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ତଥା ଅତିରିକ୍ତ ଦାୟୀତ୍ୱ ରେ ଥିବା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ ସୂଚନା ଦେଇଛନ୍ତି । ଜିଲ୍ଲା କାର୍ଯ୍ୟାଳୟ ୨୦୧ନମ୍ବର କକ୍ଷରୁ ଏହି ଫର୍ମ ମିଳିପାରିବ ଏବଂ ନିର୍ଦ୍ଧାରିତ ତାରିଖ ଓ ସମୟ ମଧ୍ୟରେ ଏହି କକ୍ଷରେ ଆବେଦନ କାରୀମାନେ ଫର୍ମ ଦାଖଲ କାରି ପାରିବେ ବୋଲି ଶ୍ରୀଯୁକ୍ତ ମଣ୍ଡଳ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ କି ଆଇନାନୁଯାୟୀ ଯୋଗ୍ୟ ବିବେଚିତ ବରିଷ୍ଠ ନାଗରିକ ମାନେ ସେମାନଙ୍କ ସମଗ୍ର ଜୀବନକାଳ ରେ ଗୋଟିଏ ଥର ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ ଯୋଜନାରେ ତୀର୍ଥଯାତ୍ରା କରିବାର ସୁଯୋଗ ନେଇପାରିବେ । ଚଳିତ ବର୍ଷ ଭଦ୍ରକ ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କ ପାଇଁ ପ୍ରଥମ ଦଫା ରେ ଉଜ୍ଜୟିନୀ – ଓମ୍ କାରେଶ୍ୱର କୁ ୫-୧-୨୪ ରୁ ୧୦-୧-୨୪ ୬ଦିନିଆ ଓ ୨ୟ ଦଫାରେ ଆଗ୍ରା – ମଥୁରା ପାଇଁ ୨-୩-୨୪ ରୁ ୭-୩-୨୪ ପର୍ଯନ୍ତ ୬ ଦିନିଆ ତୀର୍ଥଯାତ୍ରା କାର୍ଯ୍ୟସୁଚୀ ରହିଛି । ସୂଚନାଯୋଗ୍ୟ କି ଓଡିଶା ସରକାରଙ୍କ ଦ୍ୱାରା ଏଥି ପାଇଁ ଜଣପିଛା ୧୬,୮୦୦ ଟଙ୍କା ଖର୍ଚ୍ଚ ବହନ କରାଯାଇଅଛି । ପ୍ରକାଶ ଥାଉ କି ଆର୍ôଥକ ଅନଗ୍ରସରତା ପରିବାର ର ଯୋଗ୍ୟ ଦମ୍ପତି ବା ଏକକ ବ୍ୟକ୍ତିଙ୍କ ପାଇଁ ଏହି ଯୋଜନା ଲାଗୁ ହେବ । ୭୦ ବର୍ଷ ବୟସ ରୁ ଅଧିକ ବରିଷ୍ଠ ନାଗରିକ ବା ଦମ୍ପତି ଇଛା କଲେ ଜଣେ ସହାୟକ ସାଙ୍ଗରେ ନେଇ ପାରିବେ । ମାତ୍ର ସହାୟକ ପାଇଁ ଅଧା ଖର୍ଚ୍ଚ ତାଙ୍କୁ ବହନ କାରିବାକୁ ପଡିବ । ଆବେଦନ ପାଇଁ ଆଧାର କାର୍ଡ ବାଧ୍ୟତା ମୂଳକ ଅଟେ ଜନ୍ମ ତାରିଖ ପାଇଁ ଶିକ୍ଷାଗତ ସାର୍ଟିଫିକେଟ୍‌, ତାହା ନଥିଲେ ଡାକ୍ତରି ସାର୍ଟିଫିକେଟ୍ ଓ ଫଟୋ ପ୍ରଦାନ କରିବେ । ପ୍ରକାଶ ଥାଉ କି ଜିଲ୍ଲା କାର୍ଯ୍ୟଳୟ ବ୍ୟତୀତ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟଳୟ ଭଦ୍ରକ ରେ ମଧ୍ୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ଫର୍ମ ପ୍ରଦାନ ଓ ଗ୍ରହଣ ସୁବିଧା ଉପଲବ୍‌ଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.