Home ଜିଲ୍ଲା ପରିକ୍ରମା କବିତା ସଂକଳନ ‘ଅଳସ ନାୟିକା’ ପାଠକାର୍ପିତ

କବିତା ସଂକଳନ ‘ଅଳସ ନାୟିକା’ ପାଠକାର୍ପିତ

26

ଭଦ୍ରକ, ୨୮ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- “ପ୍ରେମ ହିଁ ଜୀବନ ଜୀଇଁବାର ମୂଳ ଆଧାର” । ପ୍ରେମ ବଞ୍ଚିବାର କଳା ଶିଖାଇଥାଏ । ପ୍ରେମ ସମ୍ପର୍କର ସେତୁ ଯୋଡ଼ିଥାଏ, ପରିବାର ଗଢ଼ିଥାଏ ତଥା ଦେଶ, ଜାତି, ମଣିଷ, ପ୍ରାଣୀଜଗତ ଓ ପ୍ରକୃତିକୁ ଭଲପାଇବା ସହ ଭଗବତ୍ ଭକ୍ତି ଓ ସାରସ୍ୱତ ପ୍ରୀତି ପାଇଁ ଆଲୋକ ଦେଖାଇଥାଏ । ଏଣୁ ପ୍ରେମ ହିଁ ଜୀବନ ଜୀଇଁବାର ମୂଳ ଆଧାର ବୋଲି ଭଦ୍ରକ ସହର ସାଳନ୍ଦୀ ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିରର ସଭା ଗୃହରେ କବି ଶୁଭ୍ରାଂଶୁ ଶେଖର ମାହୁନ୍ତଙ୍କ କବିତା ସଙ୍କଳନ ‘ଅଳସ ନାୟିକା’ର ଉନ୍ମୋଚନ ପର୍ବର ସାରସ୍ୱତ ଆସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । କବି ଶ୍ରୀ ଅମୂଲ୍ୟ କୁମାର ସେନାପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପାଠକାର୍ପଣ ସମାରୋହରେ ବିଶିଷ୍ଟ ପ୍ରାବନ୍ଧିକ ତଥା ସେବାନିବୃତ ଇଂରାଜୀ ପ୍ରାଧ୍ୟାପକ ଡ. ବ୍ରଜମୋହନ ମିଶ୍ର ମୁଖ୍ୟ ଅତିଥି, ସ୍ତମ୍ଭକାର ତଥା ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗୀତିକାର ଇଂ. ଅଭୟ ସୂତାର ମୁଖ୍ୟବକ୍ତା, ବିଶିଷ୍ଟ ଶିକ୍ଷାବିତ ତଥା କଥାକାର ବିଭୁତି ଭୂଷଣ ସେନାପତି, ବରିଷ୍ଠ କଥାକାର ତଥା ସେବାନିବୃତ ଅଧକ୍ଷ ପବିତ୍ର ପାଣିଗ୍ରାହୀ ଓ ଅଧ୍ୟାପକ ନୀହାର ରଞ୍ଜନ କର ବରେଣ୍ୟ ଅତିଥିଭାବେ ଉତ୍ସବରେ ଯୋଗ ଦେଇ ଶ୍ରୀ ମାହୁନ୍ତଙ୍କ କବିତା ସଂକଳନ ‘ଅଳସ ନାୟିକା’ କୁ ଉନ୍ମୋଚନ କରିବା ସହ ଉକ୍ତ କବିତା ସଂକଳନ ପ୍ରାଣପ୍ରାଚୁର୍ଯ୍ୟ ଓ ଉଜ୍ୱଳ ସମ୍ଭାବନାରେ ପରିପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ ।

କବିଙ୍କ ଧର୍ମପତ୍ନୀ ସ୍ନେହଲତା ମାହୁନ୍ତ ଅତିଥିମାନଙ୍କୁ ଉତ୍ତରୀୟ ସହ ଫୁଲତୋଡ଼ା ପ୍ରଦାନ କରିଥିଲେ । ବିଶିଷ୍ଟ ସାହିତ୍ୟିକ ଶ୍ରୀକାନ୍ତ ପଣ୍ଡା ଅତିଥି ପରିଚୟ କରିଥିଲେ ଓ ଅଧ୍ୟାପକ ସରୋଜ କୁମାର ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବରିଷ୍ଠ ଆଇନଜୀବୀ ଗଦାଧର ବଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ କବୀ ସଂଯୁକ୍ତା ବଳନାୟକ ସଂଯୋଜନା କରିଥିଲେ । ମନୋରମା ରାୟ, ସାଇପ୍ରିୟା ନାୟକ, ମିନତୀ ମହାନ୍ତି ଓ ସଂଯୁକ୍ତା ବଳନାୟକ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ । ବରିଷ୍ଠ କଥାକାର ଓ ସମୀକ୍ଷକ ବିଭୂତି ଭୂଷଣ ସେନାପତି ପୁସ୍ତକ ସମୀକ୍ଷା କରିବା ସହ କବିଙ୍କ ପିତା ସ୍ୱର୍ଗତଃ ଜୟ ପ୍ରକାଶ ମାହୁନ୍ତଙ୍କ ୧୯୭୨ ମସିହାରେ ରଚିତ ଆଧୁନିକ କବିତା ପଠନ କରି କବିଙ୍କ ପିତାଙ୍କୁ ସ୍ମରଣ କରିଥିଲେ । କବିଙ୍କ ଏଇ କବିତା ସଂକଳନଟି କାଳଜୟୀ ହେଉ ବୋଲି ଶେଷରେ ମତବ୍ୟକ୍ତ କରିଥିଲେ । କବି ନିଜର ଅନୁଭୂତି ତଥା କବିତା ଲେଖିବାର ନିଶା ପିତା ସ୍ୱର୍ଗତଃ ଜୟ ପ୍ରକାଶଙ୍କଠାରୁ ପାଇଥିବା ବିଷୟରେ ଜଣେଇବା ସହ ବରିଷ୍ଠ ସାହିତ୍ୟିକମାନେ ପ୍ରେରଣାର ଉତ୍ସ ବୋଲି ଆଲୋକପାତ କରିଥିଲେ । ଉକ୍ତ ଉତ୍ସବରେ ଡ଼ଃ ଅନିଲ କୁମାର ଦାଶ ଓ ତାଙ୍କ ଧର୍ମପତ୍ନୀ ମମତାରାଣୀ ଦାଶ, ବିପ୍ଳବ ହୋତା, ସୁସାହିତ୍ୟିକ ତଥା ସାମ୍ବାଦିକ ରବି ନାରାୟଣ ଖିଲାର, ସାମ୍ବାଦିକ ଦିଲ୍ଲୀପ ନାୟକ,ସେବାନିବୃତ ଶିକ୍ଷକ ପ୍ରଭାତ କୁମାର ଜେନା, ବରିଷ୍ଠ ସୁସାହିତ୍ୟିକା ରାଧାରାଣୀ ମହାପାତ୍ର, ମନୋରମା ରାୟ, ଚଇତାଳି ଖିଲାର, ସାଇପ୍ରିୟା ନାୟକ, ବ୍ୟଙ୍ଗକବି ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ, ଇଂ ଅଭୟ ପଣ୍ଡା, ବ୍ରଜ କିଶୋର ନାୟକ, ଆଇନଜୀବୀ ମନୋରଂଜନ ଦାସ, ପ୍ରତିଭା ନାୟକ, ଶିଶୁ ସାହିତ୍ୟିକ ଶଶିକାନ୍ତ ବେହେରା, ସନ୍ତୋଷ ପରିଡ଼ା, ପ୍ରଧାନଶିକ୍ଷୟିତ୍ରୀ ମିନତୀ ମହାନ୍ତି, ଶିକ୍ଷୟିତ୍ରୀ ରାଧାରାଣୀ ମହାପାତ୍ର ଓ ଅନ୍ୟ ଶୁଭେଛୁମାନେ ଯୋଗ ଦେଇ କବିଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହ ତାଙ୍କ ଉତ୍ତରୋତ୍ତର ସଫଳତା କାମନା କରି ଥିଲେ । ସର୍ବଶେଷରେ ଶିକ୍ଷୟିତ୍ରୀ ମନୋରମା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.