ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସନ୍ଧ୍ୟାରେ ବନ୍ତ ବ୍ଲକ ଆଗରପଡ଼ା ଇଲେଭେନଷ୍ଟାର କ୍ଲବ ପରିସରରେ ବିଜେପିର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବଦ୍ରିନାରାୟଣ ଧଳ,ପୂର୍ବତନ ସଂଗଠନ ସମ୍ପାଦକ ପଞ୍ଚାନନ ରାଉତ,ବରିଷ୍ଠ ବିଜେପି ନେତା ସୁଧାଂଶୁ ଶେଖର ନାୟକ,ସଂଯୋଜକ ପ୍ରକାଶ ମହାପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି ଜୋନ୍ ଅର୍ନ୍ତଃଗର୍ତ ବି.ଟି.ପୁର,ପୁରୁଷଣ୍ଢ,ମହାନ୍ତିପଡ଼ା,ଆଡ଼ିଆ,ବଡ଼ମହିଷଗୋଠ ଆଦି ପଞ୍ଚାୟତରେ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଦଳର ସଂଗଠନକୁ ମଜବୁତ କରିବା ନେଇ ମତ ରଖିଥିଲେ । ଏହି ଜୋନ୍ରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅର୍ନ୍ତଃଗତ ପ୍ରତ୍ୟେକଟି ଗାଁ କୁ ଯାଇ ଚଉଁରାରୁ ମାଟି ସଂଗ୍ରହ ସହ ଏଠାରେ ଥିବା ମହା ପୁରୁଷଙ୍କ ସମାଧି ପିଠରୁ ଅମୃତ ମୃତ୍ତିକା ସଂଗ୍ରହ ନେଇ ଆଲୋଚନା କରାଯାଇଥିଲା । ପୂର୍ବତନ ସରପଞ୍ଚ କିଶୋର କିଙ୍କର ପଢ଼ିଆରୀ,ବରିଷ୍ଠ ନେତା ତଥା ପୂର୍ବତନ ସରପଞ୍ଚ ରବିନ୍ଦ୍ର ପଣ୍ଡା,କମଳାକାନ୍ତ ସାହୁ,ବରୁଣ ନାୟକ,ମଦନ ମୋହନ ଦାଶ,ନରୋତ୍ତମ ଦାସ,ପୂର୍ବତନ ମଣ୍ଡଳ ସଭାପତି ଗୋପାଳ କୃଷ୍ଣ ଦାଶ,ମଣ୍ଡଳ ସାଧାରଣ ସମ୍ପାଦକ ଅମୁଲ୍ୟ ରତ୍ନ ନନ୍ଦ,ମଣ୍ଡଳ ଉପ-ସଭାନେତ୍ରୀ ସୁଶିଳା ଜେନା,କରୁଣାକର ସାହୁ,ଉଦୟ ସାହୁ,ବୁଟୁ ପାଢୀ ପ୍ରମୁଖ ସାଂଗଠନିକ ଅଭିବୃଦ୍ଧି ନେଇ ମତ ରଖିଥରଲେ । ମଣ୍ଡଳ ସଭାପତି ଶିବାନନ୍ଦ ଦାସ ଅଧିକାରୀଙ୍କ ଆବାହକତ୍ତ୍ୱରେ ୯ଗୋଟି ପଞ୍ଚାୟତରୁ ଶତାଧିକ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଦିନଦୟାଲ ଉପଧ୍ୟାୟ ଓ ଶ୍ୟାମ ପ୍ରଶାଦ ମୁର୍ଖାଜୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ରାଷ୍ଟ୍ର ବନ୍ଦନା ଗାନ କରାଯାଇଥିଲା ।