ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ଅଭିଯୋଗରେ କିଛିଦିନ ତଳେ ଗିରଫ ହୋଇ ଜେଲ୍ରେ ରହୁଥିଲେ । ଜେଲ୍ରେ ଶୌଚ ପାଇଖାନା ଯାଇଥିବାବେଳେ ଧାରୁଆ ଅସ୍ତ୍ରରେ ହାତ, ଗୋଡ ଓ ଗୁପ୍ତାଙ୍ଗ କାଟି ଗୁରୁତର ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ସୂଚନାଯୋଗ୍ୟ, ଭଦ୍ରକ ଜିଲା ଉପ କାରଗାରରେ ଏମିତି ଅଭିଯୋଗ ଘଟିଛି । ଭଦ୍ରକ ଜିଲା ତିହିଡି ଥାନା ଅଧୀନ କୋହ୍ଲ ଅଂଚଳର ସୁଶାନ୍ତ ମାଝୀଙ୍କ ନାଁରେ ତାଙ୍କ ସ୍ତ୍ରୀ ତିହିଡି ଥାନାରେ ଅଭିଯୋଗ କରିଥିଲେ । ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗ ପରେ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଆଜି ଅପରାହ୍ନ ସମୟରେ ଶୌଚ ପାଇଖାନା ଯାଇଥିଲେ ସୁଶାନ୍ତ । ତେବେ ସେଠାରେ ଧାରୁଆ ଅସ୍ତ୍ରରେ ନିଜ ହାତ, ଗୋଡ ଓ ଗୁପ୍ତାଙ୍ଗ କାଟିବା ସୂଚନା ମିଳିବା ପରେ ଜେଲ୍ କର୍ମଚାରୀମାନେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅସ୍ତ୍ରୋପଚାର ପରେ ମଧ୍ୟ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ ଧାରୁଆ ଅସ୍ତ୍ରରେ କାଟିଛନ୍ତି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । କିନ୍ତୁ ମଶାଧୂପ ଷ୍ଟାଣ୍ଡରେ ହାତ, ଗୋଡ ଓ ଗୁପ୍ତାଙ୍ଗ କାଟିଥିବା ସୂଚନା ମିଳିଛି । ଘଟଣାକୁ ନେଇ ଜେଲ୍ କର୍ତ୍ତୃପକ୍ଷ ମଧ୍ୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।
Home ଜିଲ୍ଲା ପରିକ୍ରମା ଭଦ୍ରକ ସବଜେଲ୍ରେ ବିଚାରାଧୀନ କଏଦୀଙ୍କ ଉନ୍ମୁକ୍ତ କାଣ୍ଡ, କାଟିଲେ ହାତ ଓ ଗୁପ୍ତାଙ୍ଗ, କଟକ ସ୍ଥାନାନ୍ତର